ଓଡିଆ ଭାଷା, ସୀମା ଓ ସଂସ୍କୃତିର ସୁରକ୍ଷା ପାଇଁ ଶପଥ ନେଲେ ଉତ୍କଳ ସମ୍ମିଳନୀ ସଦସ୍ୟ
ଭୁବନେଶ୍ୱର, ୦୧ ଏପ୍ରିଲ (ହି.ସ.)- ଉତ୍କଳ ସମ୍ମିଳନୀ କେନ୍ଦ୍ରୀୟ କାର୍ଯ୍ୟାଳୟରେ ଉତ୍କଳ ସମ୍ମିଳନୀର ପତାକା ଉତୋଳନ ପରେ ଓଡିଶା ପ୍ରଦେଶ ଗଠନର କର୍ଣ୍ଣଧାର ଉତ୍କଳ ଗୈାରବ ମଧୁସୂଦନ ଦାସ, ଉତ୍କଳ ସମ୍ମିଳନୀର ପ୍ରଥମ ସଭାପତି ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେବ ଓ ପୁର୍ବତନ ସଭାପତି ପାରଳା ମହାରାଜା ଶ୍ରୀକ
yjk


ଭୁବନେଶ୍ୱର, ୦୧ ଏପ୍ରିଲ (ହି.ସ.)- ଉତ୍କଳ ସମ୍ମିଳନୀ କେନ୍ଦ୍ରୀୟ କାର୍ଯ୍ୟାଳୟରେ ଉତ୍କଳ ସମ୍ମିଳନୀର ପତାକା ଉତୋଳନ ପରେ ଓଡିଶା ପ୍ରଦେଶ ଗଠନର କର୍ଣ୍ଣଧାର ଉତ୍କଳ ଗୈାରବ ମଧୁସୂଦନ ଦାସ, ଉତ୍କଳ ସମ୍ମିଳନୀର ପ୍ରଥମ ସଭାପତି ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେବ ଓ ପୁର୍ବତନ ସଭାପତି ପାରଳା ମହାରାଜା ଶ୍ରୀକୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବଙ୍କ ପ୍ରତିମୂର୍ତିରେ ମାଲ୍ୟାର୍ପଣ କରାଯାଇ ଉତ୍କଳ ସମ୍ମିଳନୀ ପକ୍ଷରୁ ରାଜଧାନୀରେ ଉତ୍କଳ ଦିବସ ପାଳିତ ହୋଇ ଯାଇଛି । ଚଳିତ ବର୍ଷ ଉତ୍କଳ ଦିବସର ବାର୍ତା ଅଛି“ଓଡିଆ ଭାଷା, ସୀମା ଓ ସଂସ୍କୃତିର ସୁରକ୍ଷା ପାଇଁ ଶପଥ ନେବା” । ଏଣୁ ସମ୍ମିଳନୀର କାର୍ଯ୍ୟାଳୟରେ ଓଡିଆ ଭାଷା, ସୀମା ଓ ସଂସ୍କୃତିର ସୁରକ୍ଷା ପାଇଁ ଉତ୍କଳ ସମ୍ମିଳନୀ ସଦସ୍ୟ ସଦସ୍ୟା ମାନେ ଶପଥ ଗ୍ରହଣ କରିଥିଲେ । ଉତ୍କଳ ଦିବସ କାର୍ଯ୍ୟକ୍ରମରେ ପୁର୍ବତନ ମନ୍ତ୍ରୀ ପଞ୍ଚାନନ କାନୁନଗୋ, ସମ୍ମିଳନୀର ବରିଷ୍ଠ ଉପଦେଷ୍ଟା ପଦ୍ମଚରଣ ନାୟକ, ମେୟର ସୁଲୋଚନା ଦାସ, ବିଧାୟକ ଅନନ୍ତ ଜେନା ଓ ସୁଶାନ୍ତ କୁମାର ରାଉତ ପ୍ରମୁଖ ଅତିଥୀ ଭାବେ ଯୋଗ ଦେଇ ଉତ୍କଳ ଗୈାରବ ମଧୁସୂଦନ ଦାସଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ଏହାପରେ ସମସ୍ତ ସଦସ୍ୟ ସଦସ୍ୟାମାନେ ବରପୁତ୍ରଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଁବା ସହିତ ଉତ୍କଳ ସମ୍ମିଳନୀ କେନ୍ଦ୍ରୀୟ କାର୍ଯ୍ୟାଳୟରେ ଅନୁଷ୍ଠିତ ସମାରୋହରେ ଶପଥ ଗ୍ରହଣ କରିଥିଲେ ।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande