ଆଉ ୭ ଦିନ ବଢ଼ିଲା ଧାନ କିଣା ଅବଧି
ଭୁବନେଶ୍ୱର, ୦୧ ଏପ୍ରିଲ (ହି.ସ.)- ଚାଷୀଙ୍କ ଠାରୁ ଧାନ କିଣିବା ଅବଧିକୁ ଆଉ ୭ ଦିନ ପାଇଁ ବୃଦ୍ଧି କରିଛନ୍ତି ରାଜ୍ୟ ସରକାର। ଏସମ୍ପର୍କରେ ସୂଚନା ଦେଇ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କହିଛନ୍ତି ଯେ ଚଳିତ ଖରଫ ଋତୁରେ ୭୭ ଲକ୍ଷ ମେଟ୍ରିକ ଟନ ଧାନ କିଣି ସାରିଛୁ।୧୮ଲକ୍ଷ ୬୪ ହଜାର ଚାଷୀ ଧାନ ଦେଲେଣ
Krushna Chandra Patra (File Photo)


ଭୁବନେଶ୍ୱର, ୦୧ ଏପ୍ରିଲ (ହି.ସ.)- ଚାଷୀଙ୍କ ଠାରୁ ଧାନ କିଣିବା ଅବଧିକୁ ଆଉ ୭ ଦିନ ପାଇଁ ବୃଦ୍ଧି କରିଛନ୍ତି ରାଜ୍ୟ ସରକାର। ଏସମ୍ପର୍କରେ ସୂଚନା ଦେଇ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କହିଛନ୍ତି ଯେ ଚଳିତ ଖରଫ ଋତୁରେ ୭୭ ଲକ୍ଷ ମେଟ୍ରିକ ଟନ ଧାନ କିଣି ସାରିଛୁ।୧୮ଲକ୍ଷ ୬୪ ହଜାର ଚାଷୀ ଧାନ ଦେଲେଣି। ଯେପରି ଜଣେ ମଧ୍ୟ ଚାଷୀଙ୍କ ଟୋକନ ଲାପ୍ସ ନ ହେବ ସେ ଦିଗରେ ସରକାର କାମ କରୁଛନ୍ତି। ତେଣୁ ଆଉ ୭ ଦିନ ଧାନ କିଣାକୁ ସରକାର ବଢ଼ାଇଲେ ।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande