ଇରାନର ଇସ୍ଫାହାନ ସହରରେ ହମ୍ଲା, ଦୁବାଇରେ ବିଶାଳ ଟ୍ୟାଙ୍କରରେ ଲାଗିଲା ନିଆଁ
ତେହରାନ/କୁଏତ ସିଟି/ବେରୁତ/ବାଗଦାଦ, ୩୧ ମାର୍ଚ୍ଚ (ହି.ସ.)। ଆମେରିକା ଏବଂ ଇସ୍ରାଏଲ୍ ଇରାନର ଐତିହାସିକ ସହର ଇସ୍ଫାହାନ୍ ଉପରେ ଆକ୍ରମଣ କରିଛନ୍ତି। ଏହି ସହରର ଜନସଂଖ୍ୟା ପ୍ରାୟ ୨୩ ଲକ୍ଷ। ଏଠାରେ ବଦର ମିଲିଟାରୀ ଏୟାରବେସ୍ ମଧ୍ୟ ଅବସ୍ଥିତ। ଜୋରଦାର ବିସ୍ଫୋରଣ ଏବଂ ଅଗ୍
ଇରାନ


ତେହରାନ/କୁଏତ ସିଟି/ବେରୁତ/ବାଗଦାଦ, ୩୧ ମାର୍ଚ୍ଚ (ହି.ସ.)।

ଆମେରିକା ଏବଂ ଇସ୍ରାଏଲ୍ ଇରାନର ଐତିହାସିକ ସହର ଇସ୍ଫାହାନ୍ ଉପରେ ଆକ୍ରମଣ କରିଛନ୍ତି। ଏହି

ସହରର ଜନସଂଖ୍ୟା ପ୍ରାୟ ୨୩ ଲକ୍ଷ। ଏଠାରେ ବଦର ମିଲିଟାରୀ ଏୟାରବେସ୍ ମଧ୍ୟ ଅବସ୍ଥିତ। ଜୋରଦାର

ବିସ୍ଫୋରଣ ଏବଂ ଅଗ୍ନିଶିଖାରେ ଆଜି ସକାଳ ପର୍ଯ୍ୟନ୍ତ ଆକାଶରେ ଭୟଭୀତ ପରିସ୍ଥିତି ଦେଖାଯାଇଥିଲା।

ଏହି ମଧ୍ୟରେ କୁଏତ ପେଟ୍ରୋଲିଅମ କର୍ପୋରେସନ୍ ଜଣାଇଛି ଯେ

ଦୁବାଇ ବନ୍ଦରରେ ବିଶାଳ ତେଲ ଟ୍ୟାଙ୍କର ‘ଅଲ-ସଲମି’ ଉପରେ ଇରାନର ଆକ୍ରମଣ ଫଳରେ ଅଗ୍ନିକାଣ୍ଡ

ଘଟିଛି। କର୍ପୋରେସନ୍ ସଚେତନ କରିଛି ଯେ ଏଥିରୁ ତେଲ ବ୍ୟାପିପାରେ। ଏପରିସ୍ଥିତିରେ ହିଜବୁଲ୍ଲାହ୍

ଇସ୍ରାଏଲୀ ସେନା ଉପରେ ଆକ୍ରମଣ କରିଥିବାର ଦାବି କରିଛି।

ଅଲ୍ ଜଜିରାର ରିପୋର୍ଟ ଅନୁସାରେ, ପ୍ରତ୍ୟକ୍ଷଦର୍ଶୀମାନେ

ଇସ୍ଫାହାନରେ ଆକ୍ରମଣର ଅନେକ ଭିଡିଓ ତିଆରି କରିଛନ୍ତି। ଇସ୍ଫାହାନ ଇରାନର ତୃତୀୟ ସର୍ବବୃହତ୍

ଏବଂ ସାଂସ୍କୃତିକ ଭାବେ ସର୍ବପ୍ରମୁଖ ସହରମାନଙ୍କ ମଧ୍ୟରୁ ଗୋଟିଏ। ଏହା ଇରାନର ପ୍ରମୁଖ

ଔଦ୍ୟୋଗିକ କେନ୍ଦ୍ର ମଧ୍ୟ ଅଟେ। ଏଠାରେ ବସ୍ତ୍ର ଏବଂ ଇସ୍ପାତ କାରଖାନା ଅଛି। ଏଠାରେ ଇରାନର

ଗୁରୁତ୍ୱପୂର୍ଣ୍ଣ ପରମାଣୁ କେନ୍ଦ୍ର (ନତାଞ୍ଜ) ଏବଂ ସାମରିକ ମିସାଇଲ୍ ତିଆରି କାରଖାନା ମଧ୍ୟ

ଅବସ୍ଥିତ। ଏହି କାରଣରୁ ଏହା ପ୍ରାୟତଃ ଚର୍ଚ୍ଚାରେ ରହେ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande