ଗୁଜରାଟର ସୁରାଟର ଏକ ଘରେ କେମିକାଲ୍ ବ୍ଲାଷ୍ଟ କାରଣରୁ ୁ ନିଆଁ ଲାଗି ୫ଜଣଙ୍କ ମୃତ୍ୟୁ
ସୁରାଟ,୩୧ ମାର୍ଚ୍ଚ(ହି.ସ.) – ଗୁଜରାଟର ସୁରାଟର ଲିମ୍ବାୟତ ଅଂଚଳରେ ମିଠି ଖାଡ଼ି ପାଖରେ ଥିବା ଏକ ଘରେ କେମିକାଲରେ ବିସ୍ଫୋରଣ ହେବାରୁ ଭୀଷଣ ନିଆଁ ଲାଗି ୫ଜଣଙ୍କ ମୃତ୍ୟୁ ହୋଇଛି। ଏହି ଘଟଣାରେ ପୁରା ଅଂଚଳରେ ଶୋକ ଏବଂ ଭୟର ବାତାବରଣ ସୃଷ୍ଟି ହୋଇଛି। କୁହାଯାଇଛି ଯେ, ଏକ ଘଣେ ଶାଢ଼ୀ କାମ ହେଉଥିଲା, ବ୍ୟବ
ଗୁଜରାଟର ସୁରାଟର ଏକ ଘରେ କେମିକାଲ୍ ବ୍ଲାଷ୍ଟ କାରଣରୁ ୁ ନିଆଁ ଲାଗି ୫ଜଣଙ୍କ ମୃତ୍ୟୁ


ସୁରାଟ,୩୧ ମାର୍ଚ୍ଚ(ହି.ସ.) – ଗୁଜରାଟର ସୁରାଟର ଲିମ୍ବାୟତ ଅଂଚଳରେ ମିଠି ଖାଡ଼ି ପାଖରେ ଥିବା ଏକ ଘରେ କେମିକାଲରେ ବିସ୍ଫୋରଣ ହେବାରୁ ଭୀଷଣ ନିଆଁ ଲାଗି ୫ଜଣଙ୍କ ମୃତ୍ୟୁ ହୋଇଛି। ଏହି ଘଟଣାରେ ପୁରା ଅଂଚଳରେ ଶୋକ ଏବଂ ଭୟର ବାତାବରଣ ସୃଷ୍ଟି ହୋଇଛି।

କୁହାଯାଇଛି ଯେ, ଏକ ଘଣେ ଶାଢ଼ୀ କାମ ହେଉଥିଲା, ବ୍ୟବହାର ପାଇଁ ସେଠାରେ ଜ୍ୱଳନଶୀଳ କେମିକାଲ ରଖାଯାଇଥିଲା। କେମିକାଲ୍ରେ ହଠାତ୍ ବ୍ଲାଷ୍ଟ ହେବାରୁ ଘରେ ପ୍ରବଳ ନିଆଁ ଲାଗିଯାଇଥିଲା। ଏହି ଦୁର୍ଘଟଣାରେ ପାଂଚଜଣଙ୍କ ଅତ୍ୟଧିକ ପରିମାଣରେ ପୋଡ଼ିଯାଇଥିଲେ, ସେମାନଙ୍କ ମଧ୍ୟରୁ ଦୁଇଜଣ ଘଟଣାସ୍ଥଳରେ ମୃତ୍ୟୁବରଣ କରିଥିଲେ। ଅନ୍ୟ ତିନି ଆହତଙ୍କୁ ଚିକିତ୍ସା ପାଇଁ ସ୍ମିମେର ହସ୍ପିଟାଲ ନିଆଯାଇଥିଲା, ଯେଉଁଠାରେ ଡାକ୍ତର ସେମାନଙ୍କୁ ମୃତ ଘୋଷିତ କରିଥିଲେ। ମୃତକଙ୍କ ପରିଚୟ ଶେହେନାଜ ବେଗମ ଅବ୍ଦୁଲ କଲାମ ଅଂସାରୀ(୬୫ ବର୍ଷ), ହୁସା ବେଗମ ଅବ୍ଦୁଲ କଲାମ ଅଂସାରୀ(୧୮ ବର୍ଷ), ସୁଭାନ ରମଜାନ ଅଲୀ ଅଂସାରୀ(୪ ବର୍ଷ), ଶବିନା ରମଜାନ ଅଲୀ ଅଂସାରୀ(୨୮ ବର୍ଷ), ପରୱିନ ଅବ୍ଦୁଲ କଲାମ ଅଂସାରୀ(୧୯ ବର୍ଷ) ବୋଲି ଜଣାପଡ଼ିଛି।

ଘଟଣାର ସୂଚନା ମିଳିବା ପରେ ସ୍ଥାନୀୟ ଲୋକମାନେ ତୁରନ୍ତୁ ଫାୟାର ବ୍ରିଗେଡ ଏବଂ ପୋଲିସ୍କୁ ସୂଚନା ଦେଇଥିଲେ। ଫାୟାର ବିଭାଗ ଏବଂ ଆମ୍ବୁଲାନ୍ସ ଟିମ୍ ଘଟଣାସ୍ଥଳରେ ପହଂଚିଥିଲେ ଏବଂ ଯୁଦ୍ଧକାଳୀନ ଭିତିରେ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। କଠିନ ପରିଶ୍ରମ ପରେ ନିଆଁକୁ ଆୟତ କରାଯାଇଥିଲା। ଘଟଣାସ୍ତଳରେ ପହଂଚିଥିବା ସୁରାଟ ମହାନଗର ପାଳିକା ମେୟର ଦକ୍ଷେଶ ମୱାନି କହିଛନ୍ତି ଯେ ମନପାର ଫାୟାର ବିଭାଗ ଏବଂ ପୋଲିସ୍ ପ୍ରଶାସନ ପୁରା ତତ୍ପରତା ସହିତ ନିଜର କାର୍ଯ୍ୟ ଜାରି ରଖିଛନ୍ତି।

ହିନ୍ଦୁସ୍ଥାନ ସମାଚାର/ବୀଣାପାଣି

.......................................

ହିନ୍ଦୁସ୍ଥାନ ସମାଚାର / ବୀଣାପାଣି


 rajesh pande