
ନୂଆଦିଲ୍ଲୀ,୩୧ ମାର୍ଚ୍ଚ(ହି.ସ.) – ଅସମିୟା ସଂସ୍କୃତିର ପାରମ୍ପରିକ ବସ୍ତ୍ର ଏବଂ ଖାଦ୍ୟ ସବୁବେଳେ ଲୋକଙ୍କୁ ଆକର୍ଷିତ କରେ। ଏହାର ଝଲକ ମଙ୍ଗଳବାର ଦିନ ସେହି ସମୟରେ ଦେଖିବାକୁ ମିଳିଥିଲା, ଯେତେବେଳେ କେନ୍ଦ୍ର ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ ଆସାମ ବିଧାନସଭା ନିର୍ବାଚନ ୨୦୨୬ ପାଇଁ ଭାଜପାର ସଂକଳ୍ପ ପତ୍ର ଜାରି କରି ଗୋହ୍ୱାଟି ସ୍ଥିତ ପାର୍ଟି ମୁଖ୍ୟାଳୟ ପହଂଚିଥିଲେ।
ସଂକଳ୍ପ ପତ୍ର ଉନ୍ମୋଚନ ସମାରୋହରେ ସାମିଲ ହୋଇଥିବା ଅର୍ଥମନ୍ତ୍ରୀଙ୍କ ପରିଧାନ ପୁରାପୁରି ପାରମ୍ପରିକ ଅସମିୟା ଥିଲା। ‘ମୁଂଗା’ ରେଶମରେ ନିର୍ମିତ ସୁନେଲି ରଙ୍ଗର ‘ମେଖେଳା ଚାଦର’ ପିନ୍ଧି ମଂଚ ଉପରେ ପହଂଚିଥିଲେ। ତାଙ୍କ ପରିଧାନକୁ ଦେଇଖି ଉପସ୍ଥିତ ଲୋକ ଆସାମର ସମୃଦ୍ଧ ସଂସ୍କୃତି ଏବଂ ପରମ୍ପରା ଉପରେ ଗର୍ବ ଅନୁଭବ କରି ତାଙ୍କୁ ପ୍ରଶଂସା କରିବାର ଦେଖାଯାଇଥିଲା।
ସଂକଳ୍ପ ପତ୍ର ଜାରି କରିବା ପରେ କେନ୍ଦ୍ର ମନ୍ତ୍ରୀ ନିର୍ମଳା ସୀତାରମଣ କହିଥିଲେ ଯେ ଭାଜପାର ଘୋଷଣା ପତ୍ର ଆସାମରେ ଏକ ଦଶକର ପରିବର୍ତନ ଉପରେ ଆଧାରିତ।
ସମାରୋହରେ କେନ୍ଦ୍ର ମନ୍ତ୍ରୀ ସର୍ବାନନ୍ଦ ସୋନୋୱାଲ ଏବଂ ମୁଖ୍ୟମନ୍ତ୍ରୀ ଡା. ହେମନ୍ତ ବିଶ୍ୱ ସରମା, ରାଜ୍ୟ ଭାଜପା ଅଧ୍ୟକ୍ଷ ଦିଲୀପ ସୌକିୟା ଏବଂ ଅନ୍ୟ ଲୋକମାନେ ଉପସ୍ଥିତ ଥିଲେ।
ଏହା ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ କେତେକ ଅବସରରେ ଅସମିୟା ଗାମୁଛା ଧାରଣ କରି ତାକୁ ବୈଶ୍ୱିକ ପରିଚୟ ଦେଇଥିଲେ। ଏବେ ଅର୍ଥମନ୍ତ୍ରୀ ସୀତାରମଣ ମଧ୍ୟ ଅସମିୟା ମହିଳାମାନଙ୍କ ପାରମ୍ପରିକ ପରିଧାନକୁ ନୂଆ ପରିଚୟ ଦେବାର କାର୍ଯ୍ୟ କରିଛନ୍ତି।
ହିନ୍ଦୁସ୍ଥାନ ସମାଚାର/ବୀଣାପାଣି
.......................................
ହିନ୍ଦୁସ୍ଥାନ ସମାଚାର / ବୀଣାପାଣି