ବିଜୁ ବାବୁଙ୍କ ଉପରେ ଭିତିହୀନ ମନ୍ତବ୍ୟ ସମ୍ପୂର୍ଣ୍ଣ ଅସ୍ୱୀକାରଯୋଗ୍ୟ - ଭକ୍ତ ଦାସ
ଭୁବନେଶ୍ୱର, ୩୧ ମାର୍ଚ୍ଚ (ହି.ସ.)- ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ପ୍ରତି ବିଜେପି ସାଂସଦଙ୍କ ଆପତିଜନକ ମନ୍ତବ୍ୟକୁ ପିସିସି ସଭାପତି ଭକ୍ତ ଚରଣ ଦାସ ଦୃଢ ନିନ୍ଦା କରିଛନ୍ତି। ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରି ପିସିସି ସଭାପତି ଲେଖିଛନ୍ତି ଓଡ଼ିଶାର ଗର୍ବ ସ୍ୱର୍ଗତ ବିଜୁ ପଟ୍ଟ
Bhakta Charan Das (File Photo)


ଭୁବନେଶ୍ୱର, ୩୧ ମାର୍ଚ୍ଚ (ହି.ସ.)- ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ପ୍ରତି ବିଜେପି ସାଂସଦଙ୍କ ଆପତିଜନକ ମନ୍ତବ୍ୟକୁ ପିସିସି ସଭାପତି ଭକ୍ତ ଚରଣ ଦାସ ଦୃଢ ନିନ୍ଦା କରିଛନ୍ତି।

ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରି ପିସିସି ସଭାପତି ଲେଖିଛନ୍ତି ଓଡ଼ିଶାର ଗର୍ବ ସ୍ୱର୍ଗତ ବିଜୁ ପଟ୍ଟନାୟକଙ୍କ ବିରୁଦ୍ଧରେ ବିଜେପି ସାଂସଦ ନିଶିକାନ୍ତ ଦୁବେଙ୍କ ଆପତିଜନକ ମନ୍ତବ୍ୟର ମୁଁ ଦୃଢ଼ ନିନ୍ଦା କରୁଛି । ବିଜୁ ବାବୁଙ୍କ ଭଳି ଜଣେ ସାହସୀ ସ୍ୱାଧୀନତା ସଂଗ୍ରାମୀଙ୍କ ଉପରେ ଏପରି ଭିତିହୀନ ମନ୍ତବ୍ୟ ସମ୍ପୂର୍ଣ୍ଣ ଅସ୍ୱୀକାରଯୋଗ୍ୟ । ବିଜୁ ବାବୁଙ୍କ ଐତିହ୍ୟକୁ ଅପମାନିତ କରିଲେ ବିଜେପି ସରକାରର ବିଫଳତା ଲୁଚିଯିବ ନାହିଁ ।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande