
ବଲାଙ୍ଗିର, ୩୧ ମାର୍ଚ୍ଚ (ହି.ସ.)- ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷ ଠାରେ ଏକଦିନିଆ କେମ୍ପ କୋର୍ଟ ଏବଂ ସାର୍ବଜନୀନ ଶୁଣାଣିରେ ଓଡ଼ିଶା ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗର ଅଧ୍ୟକ୍ଷା ଶ୍ରୀମତୀ ବବିତା ପାତ୍ରଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଜିଲ୍ଲା ସ୍ତରୀୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ଏହି ଅବସରରେ ଅତିରିକ୍ତ ଜିଲ୍ଲାପାଳ ଡକ୍ଟର ବିଜୟାନନ୍ଦ ସେଠୀ ସ୍ୱାଗତ ଜଣାଇ କାର୍ଯକ୍ରମର ଉଦ୍ଦେଶ୍ୟ ଉପରେ ସମସ୍ତ ଜିଲ୍ଲା ସ୍ତରୀୟ ଅଧିକାରୀମାନଙ୍କୁ ଜଣାଇଥିଲେ। ଓଡ଼ିଶା ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ ହେଉଛି ଓଡ଼ିଶା ସରକାରଙ୍କ ସାମ୍ବଧାନିକ ସଂସ୍ଥା, ଅଧ୍ୟକ୍ଷା ଓଡ଼ିଶା ସରକାରଙ୍କ ପ୍ରମୁଖ ସଚିବ ଏବଂ ସଦସ୍ୟ ଓଡ଼ିଶା ସରକାରଙ୍କ ଅତିରିକ୍ତ ସଚିବର ପଦବୀ ଉପଭୋଗ କରନ୍ତି। ଏହି ଅବସରରେ ଓ ଏସ୍ ସି ପି ସି ଆର୍ ର ଶ୍ରୀମତୀ କସ୍ତୁରୀ ମିଶ୍ର, ଶ୍ରୀମତୀ ମନୋସ୍ମିତା ଖୁଣ୍ଟିଆ ଉପସ୍ତିତ ରହି ଶିଶୁ ମାନଙ୍କର ସମସ୍ୟା ଶୁଣିଥିଲେ ଓ ସମାଧାନର ରାସ୍ତା ଦେଖାଇଥିଲେ। ଅଧ୍ୟକ୍ଷା କହିଲେ କେଶ୍ ଗୁଡ଼ିକର ତୁରନ୍ତ ସମାଧାନ ସ୍ୱାସ୍ଥ୍ୟ, ଶିକ୍ଷା ଓ ଅସୁରକ୍ଷିତ ଘେରରେ ଥିବା ପ୍ରତ୍ଯକ ଶିଶୁଙ୍କୁ ନ୍ୟାୟ ଦେବା ପାଇଁ ଜଣାଇଥିଲେ।୨୧ଟି (ସ୍ୱେଚ୍ଛାକୃତ)ସୋ ମୋଟ କେସ ଶୁଣାଣି ହୋଇଥିଲା ଏବଂ ତା'ର ସମାଧାନ ପ୍ରତି ନିଆଯାଇଥିବା ପଦକ୍ଷେପ ଗୁଡ଼ିକର ପର୍ଯ୍ୟାୟକ୍ରମେ ଆଲୋଚନା ଓ ସମାଲୋଚନା ହୋଇ ଜିଲ୍ଲା ସ୍ତରୀୟ ବିଭିନ୍ନ ବିଭାଗ ଗୁଡିକୁ ତୁରନ୍ତ ସମାଧାନ କରିବାକୁ ପରାମର୍ଶ ପ୍ରଦାନ କରାଯାଇଥିଲା।
ଏହି ଅବସରରେ ୯୦ ରୁ ଉର୍ଦ୍ଧ୍ଵ କେସ ମାତୃ, ପିତୃହିନ ଶିଶୁ ମାନଙ୍କର ମଧ୍ୟ ଅଭିଯୋଗ ଶୁଣାଣୀ କରାଯାଇଥିଲା। ଏହି ଅବସରରେ ଆଇନ୍ ପର୍ଯ୍ୟବେକ୍ଷକ ଅଧିକାରୀ ମହମ୍ମଦ ରହେମାନ୍ ଅବଦୁଲ ଉପସ୍ଥିତ ଥିଲେ। ଏହି ଅବସରରେ ଜିଲ୍ଲା ଶିଶୁ ମଙ୍ଗଳ ସମିତିର ଲୀନ ବାବୁ, ଏସ୍ ଲତାଶ୍ରୀ, ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ ପୁଷ୍ପାଞ୍ଜଳି ମିଶ୍ର, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଗୁଣନିଧି ମଲ୍ଲିକ, ଜିଲ୍ଲା ଶିକ୍ଷା ଅଧିକାରୀ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ, ଜିଲ୍ଲା ଶ୍ରମ ଅଧିକାରୀ, ଜିଲ୍ଲା ମଙ୍ଗଳ ଅଧିକାରୀ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ବିକ୍ରମ ପଣ୍ଡା, ପ୍ରୋଗ୍ରାମ ଅଧିକାରୀ - ସୁଧାଂଶୁ ଶେଖର କୁମ୍ଭାର, ଦିଗମ୍ବର କର, ଆଶିଷ ନାୟକ, ସାମାଜିକ କର୍ମୀ ଅରୁଣ କୁମାର ଖୁଆସ, ହରିବନ୍ଧୁ ରାଉତ୍, ଅରୁଣାର ଜିଲ୍ଲା ପରାମର୍ଶଦାତା ପ୍ରମୋଦ ବଗର୍ତ୍ତୀ ଉପସ୍ଥିତ ଥିଲେ।
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ