ମାଲକାନଗିରିରେ ନିର୍ମାଣ ଶ୍ରମିକ ପଞ୍ଜିକରଣ ଓ ସଚେତନତା ଶିବିର ଅନୁଷ୍ଠିତ
ମାଲକାନଗିରି , ୩୧ ମାର୍ଚ୍ଚ (ହି.ସ.) - ଓଡ଼ିଶା କୋଠାବାଡ଼ି ଓ ନିର୍ମାଣ ଶ୍ରମିକ ବୋର୍ଡ ଅଧୀନରେ ଜିଲ୍ଲା ପ୍ରଶାସନ ପକ୍ଷରୁ ମାଲକାନଗିରି ବ୍ଲକର ଝରାପାଲି ଗ୍ରାମ ପଂଚାୟତଠାରେ ଏକ ଶ୍ରମିକ ପଞ୍ଜିକରଣ, ନବୀକରଣ ଓ ସଚେତନତା ଶିବିର ଆଜି ଆୟୋଜିତ ହୋଇଯାଇଛି। ଜିଲ୍ଲାପାଳ ପ୍ରଥମେଶ ଅରବିନ୍ଦ ରାଜସିର୍କେଙ୍କ ନି
ମାଲକାନଗିରିରେ ନିର୍ମାଣ ଶ୍ରମିକ ପଞ୍ଜିକରଣ ଓ ସଚେତନତା ଶିବିର ଅନୁଷ୍ଠିତ


ମାଲକାନଗିରି , ୩୧ ମାର୍ଚ୍ଚ (ହି.ସ.) - ଓଡ଼ିଶା କୋଠାବାଡ଼ି ଓ ନିର୍ମାଣ ଶ୍ରମିକ ବୋର୍ଡ ଅଧୀନରେ ଜିଲ୍ଲା ପ୍ରଶାସନ ପକ୍ଷରୁ ମାଲକାନଗିରି ବ୍ଲକର ଝରାପାଲି ଗ୍ରାମ ପଂଚାୟତଠାରେ ଏକ ଶ୍ରମିକ ପଞ୍ଜିକରଣ, ନବୀକରଣ ଓ ସଚେତନତା ଶିବିର ଆଜି ଆୟୋଜିତ ହୋଇଯାଇଛି। ଜିଲ୍ଲାପାଳ ପ୍ରଥମେଶ ଅରବିନ୍ଦ ରାଜସିର୍କେଙ୍କ ନିର୍ଦ୍ଦେଶ କ୍ରମେ ଜିଲ୍ଲା ଶ୍ରମ ଅଧିକାରୀ ପୂର୍ଣ୍ଣିମା ଡୁରୁକା ଏବଂ ସହକାରୀ ଶ୍ରମ ଅଧିକାରୀ ଶ୍ରୀ ତନ୍ମୟ ମଣ୍ଡଳଙ୍କ ତତ୍ୱାବଧାନରେ ଏହି କାର୍ଯ୍ୟକ୍ରମ ସମ୍ପନ୍ନ ହୋଇଛି।ଏହି ଶିବିରରେ ମୋଟ ୧୩୭ ଜଣ ନିର୍ମାଣ ଶ୍ରମିକ ଯୋଗ ଦେଇଥିଲେ। ସେଥିମଧ୍ୟରୁ ୪୧ ଜଣ ନୂତନ ଶ୍ରମିକଙ୍କୁ ଅନଲାଇନ ମାଧ୍ୟମରେ ତୁରନ୍ତ ପଞ୍ଜିକରଣ କରାଯାଇଥିବା ବେଳେ ୬୧ ରୁ ଅଧିକ ପୁରୁଣା ଶ୍ରମିକଙ୍କ କାର୍ଡ ନବୀକରଣ କରାଯାଇଥିଲା। ଏହାସହ ଅଚଳ ହୋଇ ପଡ଼ିଥିବା ଶ୍ରମ କାର୍ଡଗୁଡ଼ିକୁ ମଧ୍ୟ ପୁନର୍ବାର ସକ୍ରିୟ କରାଯାଇଥିଲା। ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ଜନଜାତି ବହୁଳ ଏହି ଅଂଚଳର ଶ୍ରମିକମାନଙ୍କ ଆର୍ôଥକ ଓ ସାମାଜିକ ଉନ୍ନତି ପାଇଁ ଏହି ପଦକ୍ଷେପ ନିଆଯାଇଛି। ଶିବିରରେ ଉପସ୍ଥିତ ନିର୍ମାଣ ଶ୍ରମିକ, ପ୍ରବାସୀ ଶ୍ରମିକ ଓ ଅଣସଂଗଠିତ ଶ୍ରମିକମାନଙ୍କୁ ସରକାରଙ୍କ ବିଭିନ୍ନ କଲ୍ୟାଣକାରୀ ଯୋଜନା ବିଷୟରେ ସଚେତନ କରାଯାଇଥିଲା।

ଏହି କାର୍ଯ୍ୟକ୍ରମକୁ ସଫଳ କରିବାରେ ସ୍ଥାନୀୟ ସରପଂଚ, ପଂଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ସମେତ ଶ୍ରମ କାର୍ଯ୍ୟାଳୟର କର୍ମଚାରୀ ଚିନ୍ମୟ ରାଉତରାୟ, ବିଜୟ ନନ୍ଦ ପଣ୍ଡା ଓ ସୋନାଲି ରାୟ ସହଯୋଗ କରିଥିଲେ। ଅନଲାଇନ ପଞ୍ଜିକରଣ କାର୍ଯ୍ୟରେ ମୋ ସେବା କେନ୍ଦ୍ରର କର୍ମଚାରୀମାନେ ମଧ୍ୟ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ।

ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ


 rajesh pande