ଜିଲ୍ଲା ସ୍ତରୀୟ ଆସ ସ୍କୁଲ ଯିବା ପଦଯାତ୍ରା
କେନ୍ଦୁଝର, ୩୧ ମାର୍ଚ୍ଚ (ହି.ସ.)- ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଅଧାରୁ ପାଠ ଛାଡ଼ିଥିବା/ଆଦୌ ବିଦ୍ୟାଳୟ ଯାଇ ନ ଥିବା ଛାତ୍ର ଛାତ୍ରୀଙ୍କୁ ପୁଣି ଥରେ ବିଦ୍ୟାଳୟରେ ନାମ ଲେଖାଇବା ପାଇଁ ଆୟୋଜନ ହେଉଛି ରାଜ୍ୟବ୍ୟାପୀ ଆସ ସ୍କୁଲ ଯିବା ଅଭିଯାନ କାର୍ଯ୍ୟକ୍ରମ। ଏହି ଅବସରରେ କେନ୍ଦୁଝର ଜିଲ୍ଲାରେ
District level asa school


କେନ୍ଦୁଝର, ୩୧ ମାର୍ଚ୍ଚ (ହି.ସ.)- ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଅଧାରୁ ପାଠ ଛାଡ଼ିଥିବା/ଆଦୌ ବିଦ୍ୟାଳୟ ଯାଇ ନ ଥିବା ଛାତ୍ର ଛାତ୍ରୀଙ୍କୁ ପୁଣି ଥରେ ବିଦ୍ୟାଳୟରେ ନାମ ଲେଖାଇବା ପାଇଁ ଆୟୋଜନ ହେଉଛି ରାଜ୍ୟବ୍ୟାପୀ ଆସ ସ୍କୁଲ ଯିବା ଅଭିଯାନ କାର୍ଯ୍ୟକ୍ରମ। ଏହି ଅବସରରେ କେନ୍ଦୁଝର ଜିଲ୍ଲାରେ ଜିଲ୍ଲା ସ୍ତରୀୟ ଆସ ସ୍କୁଲ ଯିବା ପଦଯାତ୍ରା କାର୍ଯ୍ୟକ୍ରମ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ଗୋବିନ୍ଦପୁରରେ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ଶିକ୍ଷା ଅଧିକାରୀ ପୂର୍ଣ୍ଣଚନ୍ଦ୍ର ବରିହାଙ୍କ ସଭାପତିତ୍ବରେ ଆୟୋଜିତ ଏହି ପଦଯାତ୍ରା କାର୍ଯ୍ୟକ୍ରମକୁ ଅତିରିକ୍ତ ଜିଲ୍ଲାପାଳ ମନ୍ଦରଧର ମହାଳିକ, ସାଂସଦ ପ୍ରତିନିଧି ଦିଲ୍ଲୀପ କୁମାର ପଣ୍ଡା, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ସାର୍ଥକ ଅଭିନନ୍ଦନ ରାୟ ପତାକା ହଲାଇ ଶୁଭାରମ୍ଭ କରିଥିଲେ।

ଏହି ଅବସରରେ ଏକ ସଚେତନତା ରଥ ସହ ବିଦ୍ୟାଳୟର ୧୫୦ ରୁ ଉର୍ଦ୍ଧ୍ବ ଛାତ୍ର ଛାତ୍ରୀ, ଶିକ୍ଷକ, ଶିକ୍ଷୟିତ୍ରୀ, ଅଭିଭାବକଙ୍କୁ ନେଇ ଆସ ସ୍କୁଲ ଯିବା ପଦଯାତ୍ରା ସହର ପରିକ୍ରମା କରାଯାଇଥିଲା। ଏହା ପରେ ଜିଲ୍ଲା ଶିକ୍ଷା ଅଧିକାରୀ ପୂର୍ଣ୍ଣଚନ୍ଦ୍ର ବାରିହାଙ୍କ ସଭାପତିତ୍ବରେ ଆୟୋଜିତ ସଭାରେ ମୁଖ୍ୟ ଅତିଥି ଭାବେ ସାଂସଦ ପ୍ରତିନିଧି ଦିଲ୍ଲୀପ କୁମାର ପଣ୍ଡା, ସମ୍ମାନିତ ଅତିଥି ଭାବେ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ରୁଦ୍ର ନାରାୟଣ ସାମଲ, ସତ୍ୟନାରାୟଣ ମହାନ୍ତ, ଜିଲ୍ଲା ଅନ୍ତର୍ନିବେଶୀ ଶିକ୍ଷା ସଂଯୋଜକ ପୀତବାସ ସାହୁ, ଜିଲ୍ଲା ଯୋଜନା ସଂଯୋଜକ ଅପର୍ଣ୍ଣା ତ୍ରିପାଠୀ, ଜିଲ୍ଲା ବାଳିକା ସଂଯୋଜକ ଅନୁପମା ରାଉତ, ସହ ଗୋଷ୍ଠୀ ଶିକ୍ଷା ଅଧିକାରୀ କେନ୍ଦୁଝର ମାନସ କୁମାର ମିଶ୍ର, କପିଳ ଚନ୍ଦ୍ର ଦାଶ, ଶିରିଶପାଳ ସିଆରସିସି ରବୀନ୍ଦ୍ର କୁମାର ଦାଶ, ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ଗୋବିନ୍ଦପୁରର ପ୍ରଧାନ ଶିକ୍ଷୟିତ୍ରୀ ତିଳୋତ୍ତମା ସାହୁ ପ୍ରମୁଖ ଯୋଗଦେଇ ଜିଲ୍ଲାରେ ଅଧାରୁ ପାଠ ଛାଡିଥିବା ଛାତ୍ର ଛାତ୍ରୀଙ୍କୁ ପୁଣି ଥରେ ଶିକ୍ଷାର ମୁଖ୍ୟ ସ୍ରୋତରେ ସାମିଲ ହେବାକୁ ନିବେଦନ କରିଥିଲେ।

ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ସୂଚନା ଅନୁଯାୟୀ, ଜିଲ୍ଲାରେ ୧୦୪୦୫ ଜଣ ଛାତ୍ର ଛାତ୍ରୀ ବିଦ୍ୟାଳୟ ବାହାରେ ଥିବାବେଳେ ଶିକ୍ଷା ବିଭାଗର ପ୍ରୟାସରେ ବର୍ତ୍ତମାନ ସୁଦ୍ଧା ୪୧୨୨ ଜଣ ଛାତ୍ର ଛାତ୍ରୀ ପୁଣି ଥରେ ଶିକ୍ଷାର ମୁଖ୍ୟ ସ୍ରୋତରେ ସାମିଲ ହୋଇଛନ୍ତି। ଶିକ୍ଷାର ମୁଖ୍ୟ ସ୍ରୋତକୁ ଫେରିଥିବା ଛାତ୍ର ଛାତ୍ରୀଙ୍କୁ ସ୍କୁଲ ବ୍ୟାଗ ପ୍ରଦାନ କରାଯାଇଥିଲା। ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ଗୋବିନ୍ଦପୁର ବିଜ୍ଞାନ ଶିକ୍ଷକ ବିଜୟ କୁମାର ମିଶ୍ର ମଞ୍ଚ ପରିଚାଳନା କରିଥିବା ବେଳେ ସହ ଗୋଷ୍ଠୀ ଶିକ୍ଷା ଅଧିକାରୀ କପିଳ ଚନ୍ଦ୍ର ଦାଶ ଧନ୍ୟବାଦ ଅର୍ପଣ କରିଥିଲେ। ଜିଲ୍ଲା ଅନୁସୂଚିତ ଜନଜାତି ସଂଯୋଜକ ଦୁର୍ଗା ପ୍ରସନ୍ନ ନାୟକ, ସମଗ୍ର ଶିକ୍ଷା ପ୍ରୋଗ୍ରାମର ରଶ୍ମି ରଞ୍ଜନ ସାହୁ, ଏନ୍.ଏସ୍.ପୋଲିସ ହାଇସ୍କୁଲର ଏନ୍.ସି.ସି. ଅଫିସର୍ ବିଜୟ କୁମାର ବେହେରା, କ୍ରୀଡ଼ା ଶିକ୍ଷୟିତ୍ରୀ ଭାଗ୍ୟଶ୍ରୀ ମହାନ୍ତ, ମୋଚିବନ୍ଧ ସିଆରସିସି ମୋନାଲିସା ଶତପଥୀ, ଭଟ୍ଟସାହି ସିଆରସିସି ସସ୍ମିତା ପଣ୍ଡା, ଶିକ୍ଷୟିତ୍ରୀ ସୁସ୍ମିତା ପ୍ରିୟମ୍ବଦା ରାଉତ, ରଞ୍ଜିତାରାଣୀ ମଲ୍ଲିକ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA


 rajesh pande