
ଢାକା, 31 ମାର୍ଚ୍ଚ (ହି.ସ) ଲିବିଆରୁ ଗ୍ରୀସକୁ ଯାଉଥିବା
ପ୍ରବାସୀମାନଙ୍କ ଏକ ନୌକା ସମୁଦ୍ରରେ ରାସ୍ତା ଭୁଲିଯାଇଥିଲା। ଏହି ସମୟରେ ୨୨ ଜଣଙ୍କ ମୃତ୍ୟୁ
ଘଟିଛି। ଏହାର ମଧ୍ୟରୁ ୧୨ ଜଣ ଯୁବକ ବାଂଲାଦେଶର ନାଗରିକ। ସୁନାମଗଞ୍ଜର ଉପାୟୁକ୍ତ ମହମ୍ମଦ
ଇଲିଆସ୍ ମିଆ ଏହା ସ୍ପଷ୍ଟ କରିଛନ୍ତି। ସେ କହିଛନ୍ତି ଯେ ଜିଲ୍ଲା ପ୍ରଶାସନ ଏହି ଘଟଣା ପାଇଁ
ଦାୟୀ ମାନବ ତସ୍କରମାନଙ୍କ ବିରୋଧରେ ମାମଲା ରୁଜୁ କରିବ।
ଢାକା ଟ୍ରିବ୍ୟୁନ୍ର ରିପୋର୍ଟ ଅନୁସାରେ, ସୁନାମଗଞ୍ଜର ଅତିରିକ୍ତ
ପୋଲିସ୍ ଅଧୀକ୍ଷକ ସୁଜନ ସରକାର କହିଛନ୍ତି ଯେ ଏପର୍ଯ୍ୟନ୍ତ ୧୨ ଜଣ ନାଗରିକଙ୍କ ମୃତ୍ୟୁ
ସୁନିଶ୍ଚିତ ହୋଇଛି। ସେମାନଙ୍କ ମଧ୍ୟରୁ ୬ ଜଣ ଡେରାଇ ଉପଜିଲ୍ଲାର, ୫ ଜଣ ଜଗନ୍ନାଥପୁର
ଉପଜିଲ୍ଲାର ଏବଂ ୧ ଜଣ ଦୋରାବାଜାର ଉପଜିଲ୍ଲାର ବାସିନ୍ଦା। ସୁନାମଗଞ୍ଜର ଉପାୟୁକ୍ତ ମହମ୍ମଦ
ଇଲିଆସ୍ କହିଛନ୍ତି ଯେ ସେମାନଙ୍କ ମୃତଦେହ ସମୁଦ୍ରରୁ ଉଦ୍ଧାର କରାଯାଇଛି।
୨୮ ମାର୍ଚ୍ଚରେ ଉଦ୍ଧାର ହୋଇଥିବା ୨୬ ଜଣଙ୍କୁ ଗ୍ରୀସର ଏକ
ଶିବିରରେ ରଖାଯାଇଛି।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା