

ସମ୍ବଲପୁର, ୩୧, ମାର୍ଚ୍ଚ (ହି.ସ.) - ଚଳିତ ବର୍ଷ ହନୁମାନ ଜୟନ୍ତୀକୁ ଭବ୍ୟ ଓ ବିଶାଳ କରିବା ପାଇଁ ହନୁମାନ ଜୟନ୍ତୀ ସମନ୍ଵୟ ସମିତି ପକ୍ଷରୁ ସମ୍ବଲପୁର ସହର୍ ର ବିଭିନ୍ନ ସ୍ଥାନରେ ବୈଠକ ମାନ ଅନୁଷ୍ଠିତ କରାଯାଉଛି । ସମ୍ବଲପୁର ମହାନଗର ନିଗମ ଅଞ୍ଚଳକୁ ବିଭିନ୍ନ ଜୋନ୍ ରେ ବିଭାଜିତ କରାଯାଇଛି । ଏହି ଅବସରରେ ପର୍ଶୁରାମ ଭବନ ଠାରେ ପୁରୁଣା ବସ୍ତି ଜୋନ୍ ର ଏକ ଗୁରୁତତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ହନୁମାନ ଜୟନ୍ତୀ ସମନ୍ଵୟ ସମିତି କେନ୍ଦ୍ରୀୟ କମିଟି ର ଗଣମାଧ୍ଯମ ସଂଯୋଜକ ମାନସ ରଞ୍ଜନ ବକ୍ସିଙ୍କ ସୂଚନା ମୁତାବକ ବୈଠକରେ ସର୍ବ ସମ୍ମତି କ୍ରମେ ଆଶିଷ ବାବୁଙ୍କୁ ସଭପତି, ରାଜୀବ ଲୋଚନ ସାହୁ, ଅଶ୍ୱିନୀ ପାଢ଼ୀ, ସୁବ୍ରତ ତରିଆ, ବିକାଶ ସିଂ, ଅଭିଷେକ ମିଶ୍ରଙ୍କୁ ଉପସଭାପତି, ବିଜୁ ସେଠ୍ ଓ ସୋନି ୟାଦବଙ୍କୁ ସଧାରଣ ସମ୍ପାଦକ, ଅନିଲ ପ୍ରଧାନ, ମହେଶ ବୋହିଦାର, ଧୀରଜ କରାଲି, ବିଶ୍ୱଜିତ୍ ଦେହୁରୀ, ରାଜେଶ ବେହେରା ଯୁଗ୍ମ ସମ୍ପାଦକ ଏବଂ ଏହା ସହିତ ୨୦ ଜଣିଆଁ କାର୍ଯ୍ୟକାରିଣୀ ସଦସ୍ୟ ଙ୍କୁ ଦାୟିତ୍ୱ ପ୍ରଦାନ କରାଯାଇଛି । ବୈଠକ ରେ ଆଗାମୀ ହନୁମନ୍ ଜୟନ୍ତୀକୁ କିଭଳି ଭାବେ ସଫଳତାର ସହ ପାଳନ କରାଯିବ ସେ ସମ୍ପର୍କରେ ବିସ୍ତୃତ ଆଲୋଚନା ହୋଇଥିଲା ।
---------------
ହିନ୍ଦୁସ୍ଥାନ ସମାଚାର / ଶୈଳେଶ