ପ୍ରଧାନ ଶିକ୍ଷକଙ୍କ ଅବସରକାଳୀନ ସମ୍ବର୍ଦ୍ଧନା ସଭା
କେନ୍ଦ୍ରାପଡ଼ା,୩୧ ମାର୍ଚ୍ଚ(ହି.ସ.) – ସ୍ଥାନୀୟ ପୌରାଂଚଳ ଅନ୍ତର୍ଗତ ବୁଢ଼ୀ ବିଳାଶୁଣି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ’ର ସେବା ନିବୃତ ପ୍ରଧାନ ଶିକ୍ଷକ ରାଜେନ୍ଦ୍ର ପ୍ରସାଦ ରାଉତଙ୍କ ଅବସରକାଳୀନ ସମ୍ବର୍ଦ୍ଧନା ଉତ୍ସବ ନିକଟସ୍ଥ ବଳଦେବଜୀଉ କଲ୍ୟାଣ ମଣ୍ଡପ ଠାରେ ସଫଳତାର ସହ ଅନୁଷ୍ଠିତ ହୋଇଯାଇଅଛି। ବରିଷ୍ଠ ଶ
----------ପ୍ରଧାନ ଶିକ୍ଷକଙ୍କ ଅବସରକାଳୀନ  ସମ୍ବର୍ଦ୍ଧନା ସଭା


କେନ୍ଦ୍ରାପଡ଼ା,୩୧ ମାର୍ଚ୍ଚ(ହି.ସ.) – ସ୍ଥାନୀୟ ପୌରାଂଚଳ ଅନ୍ତର୍ଗତ ବୁଢ଼ୀ ବିଳାଶୁଣି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ’ର ସେବା ନିବୃତ ପ୍ରଧାନ ଶିକ୍ଷକ ରାଜେନ୍ଦ୍ର ପ୍ରସାଦ ରାଉତଙ୍କ ଅବସରକାଳୀନ ସମ୍ବର୍ଦ୍ଧନା ଉତ୍ସବ ନିକଟସ୍ଥ ବଳଦେବଜୀଉ କଲ୍ୟାଣ ମଣ୍ଡପ ଠାରେ ସଫଳତାର ସହ ଅନୁଷ୍ଠିତ ହୋଇଯାଇଅଛି। ବରିଷ୍ଠ ଶିକ୍ଷକ ନେତା ଅବନୀ କୁମାର ମହାନ୍ତିଙ୍କ ସଭାପତିତ୍ୱରେ ସିଦ୍ଧ ବଳଦେବଜୀଉଙ୍କ ନିକଟରେ ପ୍ରଦୀପ ପ୍ରଜ୍ୱଳନ କରାଯାଇ ଏହି ଉତ୍ସବକୁ ଶୁଭ ଉଦଘାଟନ କରାଯାଇଥିଲା। ଅନ୍ୟମାନଙ୍କ ମଧ୍ୟରେ ପ୍ରାକ୍ତନ ଉପ ନିର୍ଦେଶକ ଜଳସେଚନ ବିଭାଗ ନିହାର ରଞ୍ଜନ ମଲ୍ଲିକ, ମହାକାଳପଡ଼ା ପ୍ରାକ୍ତନ ମଣ୍ଡଳ ଶିକ୍ଷା ଅଧିକାରୀ ଅଜୟ କୁମାର ପରିଡ଼ା, କେନ୍ଦ୍ରାପଡ଼ା ନିଖିଳ ଓଡ଼ିଶା ଫେଡେରେସନ ଶିକ୍ଷକ ନେତା ଭ୍ରମରବର ରାଉତ, ପ୍ରାକ୍ତନ ସହଶିକ୍ଷା ଅଧିକାରୀ ତଥା ମହାକାଳପଡ଼ା ବିକାଶ ମଂଚର ସଭାପତି କାଶୀନାଥ ରାଉତରାୟ, ପ୍ରାକ୍ତନ ସହଶିକ୍ଷା ଅଧିକାରୀ ଭାଗିରଥି ନନ୍ଦ, କେନ୍ଦ୍ରାପଡ଼ା ସହ ଶିକ୍ଷା ଅଧିକାରୀ ତଥା ମଣ୍ଡଳ ଶିକ୍ଷା ସଂଯୋଜକ ବଳଦେବ ପ୍ରସାଦ ଜେନା, ଡେରାବିଶ ସହ ଶିକ୍ଷା ଅଧିକାରୀ ଦେବଦତ ଶତପଥି, ଓଡ଼ିଶା ମାଧ୍ୟମିକ ଶିକ୍ଷକ ସଂଘ ସଭାପତି ତପନ କୁମାର ପଣ୍ଡା, କେନ୍ଦ୍ରାପଡ଼ା ପ୍ରାକ୍ତନ ପ୍ରଧାନ ଶିକ୍ଷକ ରାଧାନାଥ ମିଶ୍ର, ଶିକ୍ଷକ ନେତା ଧନେଶ୍ୱର ପାତ୍ର, ଅଶୋକ କୁମାର ସାହୁ, ମାନଭଞ୍ଜନ ପ୍ରଧାନ, ଅନନ୍ତ କୁମାର ପରିଡ଼ା, ଶୈଳଜା ସାମଲ, ମହମ୍ମଦ ଫାୟାଜିଦିନ ସମସ୍ତ ବର୍ତମାନ ଓ ପ୍ରାକ୍ତନ ସିଆର୍ସିସି, ଇଚ୍ଛାପୁର ଆଂଚଳିକ ସାଧନ କେନ୍ଦ୍ର ଓ ମ୍ୟୁନିସିପାଲିଟି ଅନ୍ତର୍ଗତ ସମସ୍ତ ଓ ନିକଟବର୍ତୀ ବିଦ୍ୟାଳୟମାନଙ୍କର ଶିକ୍ଷକ/ଶିକ୍ଷୟତ୍ରୀ, ପରିଚାଳନା କମିଟି, ଶତାଧିକ ଅଭିଭାବକ, ଛାତ୍ର/ଛାତ୍ରୀ ଉକ୍ତ ଉତ୍ସବରେ ଯୋଗଦେଇ ଶ୍ରୀ ରାଉତଙ୍କ କାର୍ଯ୍ୟକଳାପର ଭୁୟସୀ ପ୍ରଶଂସା, ଉପଢୌକନ ପ୍ରଦାନ କରିବା ସହ ପରବର୍ତୀ ଜୀବନ ସୁସ୍ଥ ଓ ନିରାମୟ କାମନା କରିଥିଲେ। ପରିଶେଷରେ ବିଦ୍ୟାଳୟର ଛାତ୍ରୀମାନେ ଏକ ସାଂସ୍କୃତିକ କାର୍ଯ୍ୟକ୍ରମ ପ୍ରଧାନ ଶିକ୍ଷକଙ୍କ ଉଦେଶ୍ୟରେ ସମର୍ପଣ କରିଥିଲେ। ଶେଷରେ କୃତୀ ଛାତ୍ରଛାତ୍ରୀମାନଙ୍କୁ ମହାକାଳପଡ଼ା ବିକାଶ ମଂଚ ତରଫରୁ ପୁରସ୍କୃତ କରାଯାଇଥିଲା। ପରିଶେଷରେ ଶିକ୍ଷୟିତ୍ରୀ ଲିନା ସାମଲ କୃତଜ୍ଞତା ଜ୍ଞାପନ କରିଥିଲେ।

.......................................

ହିନ୍ଦୁସ୍ଥାନ ସମାଚାର / ରବି


 rajesh pande