ସୁବର୍ଣ୍ଣପୁର ଜିଲ୍ଲାରେ ପାଳିତ ହେଲା ଅନ୍ତର୍ଜାତୀୟ ଟ୍ରାନ୍ସଜେଣ୍ଡର ଦୃଶ୍ୟମାନ ଦିବସ ୨୦୨୬
ସୁବର୍ଣ୍ଣପୁର,୩୧ ମାର୍ଚ୍ଚ(ହି.ସ.) – ଆଜି ପୂର୍ବାହ୍ନ ୧୧ଟା ସମୟରେ ସୁବର୍ଣ୍ଣପୁର ଜିଲ୍ଲାରେ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଅନ୍ତର୍ଜାତୀୟ ଟ୍ରାନ୍ସଜେଣ୍ଡର ବା ତୃତୀୟ ଲିଙ୍ଗ ଦୃଶ୍ୟମାନ ଦିବସ- ୨୦୨୬ ଜିଲ୍ଲା ସାମାଜିକ ସୁରକ୍ଷା ଏବଂ ଭିନ୍ନକ୍ଷମ ସଶକ୍ତିକାରଣ ବିଭାଗ ଦ୍ୱାରା ଜିଲ୍ଲାପାଳ ଡ଼. ନୃପରାଜ
ସୁବର୍ଣ୍ଣପୁର ଜିଲ୍ଲାରେ ପାଳିତ ହେଲା ଅନ୍ତର୍ଜାତୀୟ ଟ୍ରାନ୍ସଜେଣ୍ଡର ଦୃଶ୍ୟମାନ ଦିବସ ୨୦୨୬

ସୁବର୍ଣ୍ଣପୁର ଜିଲ୍ଲାରେ ପାଳିତ ହେଲା ଅନ୍ତର୍ଜାତୀୟ ଟ୍ରାନ୍ସଜେଣ୍ଡର ଦୃଶ୍ୟମାନ ଦିବସ ୨୦୨୬

ସୁବର୍ଣ୍ଣପୁର ଜିଲ୍ଲାରେ ପାଳିତ ହେଲା ଅନ୍ତର୍ଜାତୀୟ ଟ୍ରାନ୍ସଜେଣ୍ଡର ଦୃଶ୍ୟମାନ ଦିବସ ୨୦୨୬

ସୁବର୍ଣ୍ଣପୁର ଜିଲ୍ଲାରେ ପାଳିତ ହେଲା ଅନ୍ତର୍ଜାତୀୟ ଟ୍ରାନ୍ସଜେଣ୍ଡର ଦୃଶ୍ୟମାନ ଦିବସ ୨୦୨୬

ସୁବର୍ଣ୍ଣପୁର ଜିଲ୍ଲାରେ ପାଳିତ ହେଲା ଅନ୍ତର୍ଜାତୀୟ ଟ୍ରାନ୍ସଜେଣ୍ଡର ଦୃଶ୍ୟମାନ ଦିବସ ୨୦୨୬

ସୁବର୍ଣ୍ଣପୁର,୩୧ ମାର୍ଚ୍ଚ(ହି.ସ.) – ଆଜି ପୂର୍ବାହ୍ନ ୧୧ଟା ସମୟରେ ସୁବର୍ଣ୍ଣପୁର ଜିଲ୍ଲାରେ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଅନ୍ତର୍ଜାତୀୟ ଟ୍ରାନ୍ସଜେଣ୍ଡର ବା ତୃତୀୟ ଲିଙ୍ଗ ଦୃଶ୍ୟମାନ ଦିବସ- ୨୦୨୬ ଜିଲ୍ଲା ସାମାଜିକ ସୁରକ୍ଷା ଏବଂ ଭିନ୍ନକ୍ଷମ ସଶକ୍ତିକାରଣ ବିଭାଗ ଦ୍ୱାରା ଜିଲ୍ଲାପାଳ ଡ଼. ନୃପରାଜ ସାହୁଙ୍କ ଅଧ୍ୟକ୍ଷତାରେ ଆୟୋଜିତ ହୋଇଯାଇଛି।

ଏହି ଅବସରରେ ଅତିରିକ୍ତ ଜିଲ୍ଲାପାଳ(ସାଧାରଣ), ଶ୍ରୀମତୀ ଅଞ୍ଜଳୀନା ପ୍ରଧାନ, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଗୋବିନ୍ଦ ବଲ୍ଲଭ ଷଡ଼ଙ୍ଗୀ, ସୁବର୍ଣ୍ଣପୁର ଜୁବିନାଇଲ ଜଷ୍ଟିସ ବୋର୍ଡ ସଦସ୍ୟା, ଶ୍ରୀମତୀ ରଞ୍ଜିତା ସାହୁ, ଅତିରିକ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନ ସାସ୍ଥ୍ୟ ଅଧିକାରୀ, ଜିଲ୍ଲା ଶ୍ରମ ଅଧିକାରୀ, ଜିଲ୍ଲା ପର୍ଯ୍ୟଟନ ଅଧିକାରୀ, ଜିଲ୍ଲା ପଂଚାୟତ ଅଧିକାରୀ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ, ଜିଲ୍ଲା କ୍ରୀଡ଼ା ଅଧିକାରୀ, ଡେପୁଟି କଲେକ୍ଟର ଏବଂ ସହାୟକ ଜିଲ୍ଲାପାଳମାନେ ଉପସ୍ଥିତ ଥିଲେ।

କାର୍ଯ୍ୟକ୍ରମରେ ଜିଲ୍ଲାପାଳ କହିଥିଲେ ଯେ ତୃତୀୟ ଲିଙ୍ଗର ବ୍ୟକ୍ତିବିଶେଷଙ୍କୁ ଆମେ ଗ୍ରହଣ କରିବା ନିହାତି ଆବଶ୍ୟକ। ଏହାଦ୍ୱାରା ତାଙ୍କର ଆତ୍ମସମ୍ମାନ ବୃଦ୍ଧି ପାଇବା ସହିତ ସେମାନେ ସମାଜରେ ସମ୍ମାନ ପାଇପାରିବେ। ଏହି ଉପଲକ୍ଷେ ତୃତୀୟ ଲିଙ୍ଗର ବ୍ୟକ୍ତିଙ୍କୁ ସମ୍ମାନ ଜନକ ଶବ୍ଦରେ ସମ୍ବୋଧନ କରିବା ପାଇଁ ସୁପାରିଶ କରିବା ପାଇଁ ପ୍ରସ୍ତାବ ଗୃହୀତ କରାଯାଇଥିଲା।

ଏହି କାର୍ଯ୍ୟକ୍ରମରେ ତୃତୀୟ ଲିଙ୍ଗ ବ୍ୟକ୍ତି ବିଶେଷଙ୍କ ସୁରକ୍ଷା ଆକ୍ଟ ୨୦୧୯ ବିଷୟରେ ଜିଲ୍ଲା ଜିବିନାଇଲ ଜଷ୍ଟିସ ବୋର୍ଡର ସଦସ୍ୟା ଶ୍ରୀମତୀ ରଞ୍ଜିତା ସାହୁ ତାଲିମ ବା କର୍ମଶାଳା ମାଧ୍ୟମରେ ଉପସ୍ଥିତ ସମସ୍ତଙ୍କୁ ବିଶଦ ଭାବେ ଅବଗତ କରାଇଥିଲେ। ଲିଙ୍ଗର ଚିହ୍ନଟ, ଲିଙ୍ଗ ପରିବର୍ତନ, ଜୀବନ ସାଥି ଚୟନ, ପକ୍ଷପାତ ଓ ଦୁର୍ବ୍ୟବହାର ନିବାରଣ ସହିତ ସମାଜର ମୁଖ୍ୟ ସ୍ରୋତକୁ ଆଣିବା ସମ୍ବନ୍ଧରେ ଆଲୋଚନା ହୋଇଥିଲା।

ପରିଶେଷରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀମତୀ ଅଞ୍ଜଳୀନା ପ୍ରଧାନ ଐଶ୍ୱର୍ୟା ଋତୁପର୍ଣା ପ୍ରଧାନଙ୍କ ଉଦାହରଣ ଦେଇ କହିଥିଲେ ଯେ ତୃତୀୟ ଲିଙ୍ଗର ବ୍ୟକ୍ତିବିଶେଷମାନେ ନିଜ ସମ୍ମାନ ସମାଜରେ ସ୍ଥାପନ କରି ଉଚ୍ଚସ୍ତରକୁ ପହଂଚି ପାରିଛନ୍ତି।

.......................................

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ

 rajesh pande