
ସମ୍ବଲପୁର,୩୧, ମାର୍ଚ୍ଚ (ହି.ସ.) - ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟ ଇତିହାସ ବିଭାଗ ପକ୍ଷରୁ ଆଇ ସି ଏଚ ଆର ଓ ଓଡିଶା ଗବେଷଣା କେନ୍ଦ୍ର ସହଯୋଗୀତାରେ ଚାଲିଥିବା ୧୮୫୭ର ଭୁଲିଯାଇଥିବା ଜ୍ୱାଳା : କୁଦୋପାଲିର ଅନାଲୋଚିତ କାହାଣୀ ଶୀର୍ଷକ ଜାତୀୟ ସେମିନାର ଏବଂ ପ୍ରଧାନମନ୍ତ୍ରୀ ଉଚ୍ଚତର ଶିକ୍ଷା ଅଭିଯାନ ପ୍ରୟୋଜିତ ପଶ୍ଚିମ ଓଡ଼ିଶାର ପ୍ରତ୍ନତାତ୍ୱିକ ଐତିହ୍ୟ: ପରମ୍ପରା ଜ୍ଞାନ ପ୍ରଣାଳୀରୁ ଅନ୍ତର୍ଦୃଷ୍ଟି ଶୀର୍ଷକ ଦୁଇ ଦିନିଆ ଜାତୀୟ ସମ୍ପାନ ଉଦଯାପିତ ହୋଇଛି ।
ଏଥିରେ ଭାରତୀୟ ଐତିହାସିକ ଗବେଷଣା ପରିଷଦ, ନୂଆଦିଲ୍ଲୀର ପ୍ରାୟୋଜକତା ମଧ୍ୟ ସାମିଲ ଥିଲା।
ଛତିଶଗଡ଼, ପଶ୍ଚିମବଙ୍ଗ ଏବଂ ଝାଡ଼ଖଣ୍ଡର ବିଦ୍ୱାନମାନଙ୍କ ସହିତ ବିଭିନ୍ନ ବିଶ୍ୱବିଦ୍ୟାଳୟ ଏବଂ କଲେଜର ଛାତ୍ର ଏବଂ ଗବେଷକମାନେ ଏହି ସେମିନାରରେ ସକ୍ରିୟ ଭାବରେ ଅଂଶଗ୍ରହଣ କରିଥିଲେ। ସମ୍ପନରେ ପଶ୍ଚିମ ଓଡ଼ିଶାର ପ୍ରତ୍ନତାତ୍ୱିକ ଐତିହ୍ୟ ଏବଂ ଆଂଚଳିକ ଇତିହାସ ପୁନଃନିର୍ମାଣରେ ପରମ୍ପରା ଜ୍ଞାନ ପ୍ରଣାଳୀର ଗୁରୁତ୍ୱ ଉପରେ ପନ୍ଦରଟି ଗବେଷଣା ପତ୍ର ଉପସ୍ଥାପନ କରାଯାଇଥିଲା।
ସମାପନୀ ଅଧିବେଶନରେ ଆଇସିଏଆର, ନୂଆଦିଲ୍ଲୀର ସଦସ୍ୟ ପ୍ର. ହରିହର ପଣ୍ଡା ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ କହିଲେ, କମ୍ ଜଣାଶୁଣା ଐତିହାସିକ କାହାଣୀକୁ ଲୋକଲୋଚନକୁ ଆଣିବାରେ ଏପରି ଶିକ୍ଷାଗତ ପଦକ୍ଷେପର ତାତ୍ପର୍ଯ୍ୟ ରହିଛି। ଉପର ପଶ୍ଚିମ ଓଡ଼ିଶା ପ୍ରାଚୀନ ସଂସ୍କୃତି ଏବଂ ସଭ୍ୟତାର ଏକ ଗୁରୁତ୍ୱ ରହିଛି।
ସମ୍ମାନିତ ଅତିଥି ପ୍ର. ପତିତ ପାବନ ମିଶ୍ର ଇତିହାସ ବିଭାଗର ପ୍ରୟାସକୁ ପ୍ରଶଂସା କରିଥିଲେ ଏବଂ ଆଞ୍ଚଳିକ ଇତିହାସ ଉନ୍ମୋଚନ କରିବାରେ ନିରନ୍ତର ଗବେଷଣା ଏବଂ ଶୈକ୍ଷିକ ନିୟୋଜିତତାକୁ ଉତ୍ସାହିତ କରିଥିଲେ।
କାର୍ଯ୍ୟକ୍ରମ ସଂଯୋଜକ ଡ. ଅତୁଲ କୁମାର ପ୍ରଧାନ ସମ୍ପାନର ଉଦ୍ଦେଶ୍ୟ ବର୍ଣ୍ଣନା କରିଥିଲେ। ସହ-ସଂଯୋଜିକା ଡ. ସସ୍ମିତା ରାଣୀ ଶାସିନୀ ଶୈକ୍ଷିକ କାର୍ଯ୍ୟାବଳୀ ସମୀକ୍ଷା କରିଥିଲେ ଏବଂ ଦୁଇ ଦିନ ଧରି ଉପସ୍ଥାପିତ ପତ୍ରଗୁଡ଼ିକର ବିବିଧତା ଏବଂ ପାଣ୍ଡିତ୍ୟପୂର୍ଣ୍ଣ ମୂଲ୍ୟ ଉପରେ ଆଲୋକପାତ କରିଥିଲେ। ପରେ
ଅଧ୍ୟାପକ ଅଞ୍ଜଳି ରାଣୀଙ୍କ ଧନ୍ୟବାଦ ଅର୍ପଣ କରିଥିଲେ।
ହିନ୍ଦୁସ୍ଥାନ ସମାଚାର / ଶୈଳେଶ