ସାମ୍ବାଦିକ ତଥା ସୂଚନା ଅଧିକାର କର୍ମୀ ମଦନମୋହନ ଦାସଙ୍କ ସ୍ମୃତି ସଭା
ଭଦ୍ରକ, ୩୧ ମାର୍ଚ୍ଚ (ହି.ସ.) - ସାମ୍ବାଦିକ, ସମାଜସେବୀ ତଥା ସୂଚନା ଅଧିକାର କର୍ମୀ ସ୍ୱର୍ଗତ ମଦନମୋହନ ଦାସଙ୍କ ଏକାଦଶାହ ଅବସରରେ ଧାମନଗର ବ୍ଲକ କାଞ୍ଜିଆପାଳସ୍ଥିତ ତାଙ୍କ ଜନ୍ମମାଟିଠାରେ ଏକ ଭାବପୂର୍ଣ୍ଣ ସ୍ମୃତି ସଭା ଅନୁଷ୍ଠିତ ହୋଇଯାଇଛି। ଓଡ଼ିଶା ଉଚ୍ଚ ନ୍ୟାୟାଳୟର ବରିଷ୍ଠ ଆଇନଜୀବୀ ଦେବାଶିଷ ସାମଲ
MADAN MOHAN DAS SMRUTI SABHA


ଭଦ୍ରକ, ୩୧ ମାର୍ଚ୍ଚ (ହି.ସ.) - ସାମ୍ବାଦିକ, ସମାଜସେବୀ ତଥା ସୂଚନା ଅଧିକାର କର୍ମୀ ସ୍ୱର୍ଗତ ମଦନମୋହନ ଦାସଙ୍କ ଏକାଦଶାହ ଅବସରରେ ଧାମନଗର ବ୍ଲକ କାଞ୍ଜିଆପାଳସ୍ଥିତ ତାଙ୍କ ଜନ୍ମମାଟିଠାରେ ଏକ ଭାବପୂର୍ଣ୍ଣ ସ୍ମୃତି ସଭା ଅନୁଷ୍ଠିତ ହୋଇଯାଇଛି। ଓଡ଼ିଶା ଉଚ୍ଚ ନ୍ୟାୟାଳୟର ବରିଷ୍ଠ ଆଇନଜୀବୀ ଦେବାଶିଷ ସାମଲଙ୍କ ପରିଚାଳନାରେ ଅନୁଷ୍ଠିତ ଏହି ସଭାର ପ୍ରାରମ୍ଭରେ ବେଦ ଶାସ୍ତ୍ରୀ ପଣ୍ଡିତ ସୁଧାକର ଖୁଂଟିଆ ବେଦ ପାଠ କରି ପରିବେଶକୁ ଅଧ୍ୟାତ୍ମମୟ କରିଥିଲେ। ଏହି ସଭାରେ ଯୋଗଦେଇଥିବା ଅତିଥିମାନେ ସ୍ୱର୍ଗତ ଦାସଙ୍କ ଜୀବନୀ ଓ କାର୍ଯ୍ୟାବଳୀ ଉପରେ ଆଲୋକପାତ କରିଥିଲେ। ମଦନ ବାବୁ ଜଣେ ନିର୍ଭୀକ ସାମ୍ବାଦିକ ଭାବେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ। ସେ ସର୍ବଦା ସତ୍ୟ ଓ ନ୍ୟାୟ ମାର୍ଗରେ ଚାଲିବା ସହ ସରକାରୀ ଯୋଜନାର ସଫଳ ରୂପାୟନ ଓ ସ୍ୱଚ୍ଛତା ପାଇଁ ଜଣେ ସୁରକ୍ଷା କର୍ତା ସଦୃଶ କାର୍ଯ୍ୟ କରୁଥିଲେ। ନିଜ ଅଞ୍ଚଳ ତଥା ଗାଁର ବିକାଶ ପାଇଁ ସେ ସର୍ବଦା ଚିନ୍ତାଶୀଳ ଥିଲେ। ତାଙ୍କର ବିୟୋଗ ଧାମନଗର ଅଂଚଳ ପାଇଁ ଏକ ଅପୂରଣୀୟ କ୍ଷତି ବୋଲି ବକ୍ତାମାନେ ମତ ବ୍ୟକ୍ତ କରିଥିଲେ।ଏହି କାର୍ଯ୍ୟକ୍ରମରେ ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ ସାଂସଦ ଅନନ୍ତ ପ୍ରସାଦ ସେଠୀ, ଧାମନଗର ବ୍ଲକର ପୂର୍ବତନ ଅଧ୍ୟକ୍ଷ ଅଶୋକ ନାୟକ, ବିଜେଡି ବ୍ଲକ ସଭାପତି ପ୍ରତାପ ସାମଲ, କଂଗ୍ରେସ ବ୍ଲକ ସଭପତି ରମେଶ ବେହେରା,ପୂର୍ବତନ ସରପଂଚ ବିଜୟ କୁମାର ଦାସ, ପୂର୍ବତନ ସମିତି ସଭ୍ୟ ରମେଶ ପତି,ସାମ୍ବାଦିକ ପ୍ରଦୀପ କୁମାର ମହାପାତ୍ର, ମନୋଜ କୁମାର ଦାସ,ପୂର୍ବତନ ସରପଂଚ ଅମିୟ ମହାନ୍ତି, ସରପଂଚ ଅଶୋକ କୁମାର ପଣ୍ଡା, ଏବିଇଓ ମନୋଜ କୁମାର ଜେନା,ଶିକ୍ଷାବିତ ହୃଦାନନ୍ଦ କର, ସେକ ତାଜୁଦିନି,ମାନସ ସାହୁ , ପ୍ରମୋଦ ସ୍ୱାଇଁ , ଦେବେନ୍ଦ୍ର ମହାନ୍ତି, ରମଣୀ ଦାସ,।କଂଗ୍ରେସ ନେତା ସଂଜୟ ମିଶ୍ର ଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗଦେଇ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ।ମଦନ ଦାସ ଙ୍କ ସ୍ମୃତି ରେ କାଞ୍ଜିଆପାଳ ରାସ୍ତା କୁ ମଦନ ମାର୍ଗ ରେ ନାମିତ କରିବା ପାଇଁ ପ୍ରସ୍ତାବ ଦିଆଯାଇଥିଲା।

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande