
ଗଞାମ, 31 ମାର୍ଚ୍ଚ (ହି.ସ.) ଗଞ୍ଜାମ ଜିଲ୍ଲାର ଇଷ୍ଟ ତଥା ଅଧିଷ୍ଠାତ୍ରୀ ଦେବୀ ମାଁ ତାରାତାରିଣୀଙ୍କ ଚୈତ୍ର ମଙ୍ଗଳବାର ଚତୁର୍ଥପାଳି ତଥାଏଵର୍ଷର ଶେଷ ଯାତ୍ରା ଆଜି ଶେଷ ହେଉଛି। ଗତକାଲି ବିଳମ୍ବିତ ରାତ୍ରିରେ କୁମାରୀ ପାହାଡ ଉପରେ ପ୍ରତିଷ୍ଠିତା ମାଁ ତାରାତାରିଣୀ ଙ୍କ ପୂଜକମାନେ ଦ୍ୱାର ଫିଟା ମଙ୍ଗଳ ଆଳତି ଓ ପୂଜାଅର୍ଚ୍ଚନା କରିବାପରେ ଓଡ଼ିଶା ର ବିଭିନ୍ନ ଅଞ୍ଚଳରୁ ଆସିଥିବା ଶ୍ରଦ୍ଧାଳୁ ମାନେ ମନ୍ଦିର କୁ ଧାଡ଼ିରେ ଯାଇ ଦର୍ଶନ ଓ ପୂଜାର୍ଚ୍ଚନା କରିଛନ୍ତି। ଆଜି ପ୍ରାୟ ଦୁଇ ଲକ୍ଷ ଜନସାଧାରଣ ଙ୍କ ଏହି ପୀଠରେ ସମାଗମ ହୋଇଛି। ଏହାକୁ ଦୃଷ୍ଟିରେ ରଖି ଜିଲା ପ୍ରଶାସନ ପକ୍ଷରୁ ବ୍ୟାପକ ସୁବ୍ୟବସ୍ଥା କରାଯାଇଛି। ପ୍ରଚଣ୍ଡ ଗରମକୁ ପ୍ରତିହତ ପାଇଁ ଜଳ ସିଞ୍ଚନ କରାଯାଉଛି ଓ ପାନୀୟ ଜଳ ଯୋଗାଣ କରାଯାଉଛି। ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଅଂଶୁଘାତ ଓ ଚିକିତ୍ସା ବ୍ୟବସ୍ଥା ହୋଇଛି। ପୁଲିସ ଓ ଟ୍ରାଫିକ ବିଭାଗ ପକ୍ଷରୁ ଶାନ୍ତି ଶୃଙ୍ଖଳା ଓ ଯାନ ବାହାନ ନିୟନ୍ତ୍ରଣ କରାଯାଇଛି। ଯାତ୍ରୀମାନଙ୍କ ସୁବିଧା ପାଇଁ ଅନ୍ନପ୍ରସାଦ ଵିତରଣ ବିକ୍ରି ବ୍ୟବସ୍ଥା ହୋଇଛି।ଶହ ଶହ ସଂଖ୍ୟାରେ ଶ୍ରଦ୍ଧାଳୁ ସେମାନଙ୍କ ଶିଶୁ ମାନଙ୍କୁ ମୁଣ୍ଡ ନ(ଲଣ୍ଡା) କରି ମାଁ ଙ୍କ ଉଦ୍ଦେଶ୍ୟ ପ୍ରଥମ କେଶ ଅର୍ପଣ କରି ସୁଖଶାନ୍ତି କାମନା କରିଛନ୍ତି ଏବଂ ପାହାଡ଼ ପାଦଦେଶରେ ଆମିଷଓନିରାମିଷ ପ୍ରସାଦ ପ୍ରସ୍ତୁତ କରି ସଵାନ୍ଧବେ ସେବନ କରିଛନ୍ତି। ପାହାଡ଼ ପାଦଦେଶରେ ହଜାର ହଜାର ବିଭିନ୍ନ ଅସ୍ଥାୟୀ ଦୋକାନ ବଜାର ଖୋଲିଛି। ମାଁ ଙ୍କଦର୍ଶନ ପାଇଁ ପାହାଡ଼ ପାଦଦେଶରୁ ମନ୍ଦିର ପର୍ଯ୍ୟନ୍ତ ମନ୍ଦିର ପକ୍ଷରୁ ବସଚଳାଚଳଓ ରୋପ୍ୱେ ବ୍ୟବସ୍ଥା କରାଯାଇଛି। ଅନେକ ଶ୍ରଦ୍ଧାଳୁ ୯୯୯ ପାହାଡ଼ ଚଢ଼ି ପାଦଚଲା ରାସ୍ତାରେ ଯାଇ ମାଁ ତାରାତାରିଣୀ ଙ୍କ ଦର୍ଶନ କରୁଛନ୍ତି। ଚଳିତ ବର୍ଷ ତଥା ମାଁଙ୍କ ଚାରିପାଳିମଙ୍ଗଳବାରଯାତ୍ରା ଶାନ୍ତି ଶୃଙ୍ଖଳା ର ସହିତ ସମାହିତ ହୋଇଛି।
---------------
ହିନ୍ଦୁସ୍ଥାନ ସମାଚାର / ହୃଷୀକେଶ