
କନ୍ଧମାଳ,୩୧ ମାର୍ଚ୍ଚ(ହି.ସ.) –ସମଗ୍ର ଦେଶକୁ ମାର୍ଚ୍ଚ ୩୧ ତାରିଖ ସୁଦ୍ଧା ମାଓ ମୁକ୍ତ ଘୋଷଣା କରିବା ନେଇ ଧାର୍ଯ୍ଯ ଲକ୍ଷ ଡ଼ିଶାରେ ପୁରଣ ହୋଇଥିବା ବେଳେ କନ୍ଧମାଳ ଜିଲ୍ଲା ଏଥିରୁ ସାମାନ୍ୟ ଦୁରରେ ଅଛି। ହେଲେ ଜିଲ୍ଲା ର ଦାରିଙ୍ଗବାଡ଼ି ଥାନା ଅଞ୍ଚଳରେ ସୁରକ୍ଷାବଳକୁ ମିଳିଛି ଏକ ବଡ଼ ଧରଣର ସଫଳତା। ଗୁପ୍ତ ସୂଚନା ଆଧାରରେ କରାଯାଇଥିବା ଏକ ଜଏଣ୍ଟ ଅପରେସନ ବେଳେ ମାଓବାଦୀମାନେ ଲୁଚାଇ ରଖିଥିବା ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର, ଗୁଳିଗୋଳା ଏବଂ ସେମାନଙ୍କ ଦୈନନ୍ଦିନ ବ୍ୟବହାର୍ଯ୍ୟ ସାମଗ୍ରୀ ଜବତ କରାଯାଇଥିବା ନେଇ କନ୍ଧମାଳ ଏସ ପି ହରିଶ ବିଶି, ଆଜି ଜିଲ୍ଲା ପୋଲିସ୍ ମୁଖ୍ଯାଳୟରେ ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି କ୍ଷ ଦେଇଥିବା ସୁଚନା ଅନୁଯାୟୀ ସମ୍ପୃକ୍ତ ଅଂଚଳରେ ମାଓବାଦୀଙ୍କ ବଡ଼ ଷଡ଼ଯନ୍ତ୍ର ପଣ୍ଡ ହୋଇଥିବା ଜଣାପଡ଼ିଛି। ଜଙ୍ଗଲ ମଧ୍ୟରେ ଥିବାଏକ ଗୁମ୍ଫା ମଧ୍ୟରେ ମାଓବାଦୀ ମାନେ ଲୁଚାଇ ରଖିଥିବା ବହୁ ମାରଣାସ୍ତ୍ର ଜବତ କରିଛି ସୁରକ୍ଷା ବାହିନୀ ।
ବିଶେଷ ସୁତ୍ରରୁ ସୂଚନା ଅନୁଯାୟୀ, ରବିବାର ଏସ ଓ ଜି ଏବଂ ଡି ଭି ଏଫ୍ ଯବାନମାନଙ୍କ ଦ୍ୱାରା ଦାରିଙ୍ଗବାଡ଼ି ଥାନା ଅଧୀନ ପକାରୀ, ବାବୁତି, ଜମାବାରୀ ଓ ମାଟାବାରୀ ଗ୍ରାମ ନିକଟସ୍ଥ ଜଙ୍ଗଲରେ କମ୍ବିଂ ଅପରେସନ ଆରମ୍ଭ ହୋଇଥିଲା। ଗତ କାଲି ସୋମବାର ଦିନ ତଲାସି ଅଭିଯାନ ବେଳେ ମାଟାବାରୀ ଗ୍ରାମ ନିକଟରେ ଥିବା ଏକ ପ୍ରାକୃତିକ ଗୁମ୍ଫା ମଧ୍ୟରେ ମାଓବାଦୀମାନେ ଏହି ସବୁ ସାମଗ୍ରୀ ଲୁଚାଇ ରଖିଥିବା ଦେଖିବାକୁ ମିଳିଥିଲା। ଜବତ ଅସ୍ତ୍ରଶସ୍ତ୍ର: ମଧ୍ୟରେ ରହିଛି ୧ଟି ଏସ ଏଲ ଆର୍ ରାଇଫଲ୍, ୧ଟି .୩୦୩ ରାଇଫଲ୍, ୨ଟି ୧୨ ବୋର ଗନ୍, ୨ଟି ଏସ ବି ଜି ଏଲ ରାଇଫଲ୍ ଏବଂ ୧ଟି ଦେଶୀ ବନ୍ଧୁକ। ୭୯ ରାଉଣ୍ଡ ଜୀବନ୍ତ ଗୁଳି, ୧୦ଟି ଏସ ବି ଜି ଏଲ ଗ୍ରେନେଡ୍ ଏବଂ ୩୦ଟି ଇଲେକ୍ଟ୍ରିକ୍ ଡେଟୋନେଟର ସମେତ ୫ଟି ବାଓଫେଙ୍ଗ ୱାକି-ଟକି, ୩ଟି ସୋଲାର ପ୍ୟାନେଲ୍ ଏବଂ ୨ଟି ଟର୍ଚ୍ଚ ଲାଇଟ୍ ରହିଥିବା ବେଳେ ୫୦ କିଲୋ ଚାଉଳ, ୩ କିଲୋ ଡାଲି ସମେତ ଔଷଧ ଏବଂ ରୋଷେଇ ବାସନ କୁସନ୍ ଜବତ କରିଛି ପୋଲିସ କ୍ଷ ଘଟଣାସ୍ଥଳରୁ ବହୁ ପରିମାଣର ମାଓ ପତ୍ରିକା ମଧ୍ୟ ଜବତ ହୋଇଛି। ବର୍ତମାନ ସୁରକ୍ଷାବଳ ପକ୍ଷରୁ ସେହି ଅଞ୍ଚଳରେ ସର୍ଚ୍ଚ ଅପରେସନକୁ ଆହୁରି ଜୋରଦାର କରାଯାଇଥିବା ବେଳେ ପୋଲିସ ସଜାଗ ରହିଛି। ଏହି ସଫଳତା ପାଇଁ କନ୍ଧମାଳ ଏସପି ହରିଶ ବିଶିଙ୍କ ସମେତ ପୋଲିସ ଓ ସୁରକ୍ଷା କର୍ମୀଙ୍କୁ ବିଭିନ୍ନ ମହଲରୁ ପ୍ରଶଂସା କରାଯାଇଛି। ବର୍ତମାନ୍ କନ୍ଧମାଳ ଜଙ୍ଗଲ ରେ ମାତ୍ର ୯ ଜଣ ମାଓ ବାଦି ରହିଛନ୍ତି। ଶୀଲା ମୁଣ୍ଡରେ ୨୭ ଲକ୍ଷ୍ୟ ଟଙ୍କା ଇନାମ୍ ରହିଥିବା କହିଛନ୍ତି କନ୍ଧମାନେ ଏସ୍ପି ହରିଶ ବିଶି କହିଛନ୍ତି, ତେବେ ସରକାରଂକ ମାଓ ମୁକ୍ତ ଜିଲ୍ଲା ଘୋସଣକ୍ଷ ଡେଡ ଲାଇନ ପୁରି ଯାଇଥିଲେ ମଧ୍ୟ କମ୍ବିଂ ଅପରେସନ ଜାରି ରହିବ ବୋଲି ଏସପି ହରିଶ ବିଶି ସୂଚନା ଦେଇଛନ୍ତି। ଏସପି ବିଶିଙ୍କ ନିଷ୍ଠାପର ଉଦ୍ୟମ ଆନ୍ତରିକତା କାର୍ଯ୍ୟ ଦକ୍ଷତା ଯୋଗୁଁ ଆଉ କିଛି ଦିନ ମଧ୍ୟରେ କନ୍ଧମାଳ ଜିଲ୍ଲାକୁ ମାଓ ମୁକ୍ତ ହେବ ବୋଲି ଆଶା କରାଯାଉଛି।
.......................................
ହିନ୍ଦୁସ୍ଥାନ ସମାଚାର / ପ୍ରଶାନ୍ତ