ଜୟପୁର ଇଷ୍ଟେଟ ଷଡ଼ବଂଶୀୟ ଗୋଣ୍ଡ ସମାଜର ନୂତନ କମିଟି
Meeting of gond community
ଜୟପୁର ଇଷ୍ଟେଟ ଷଡ଼ବଂଶୀୟ ଗୋଣ୍ଡ ସମାଜର ନୂତନ କମିଟି


ଝାରସୁଗଡ଼ା, ୩୧ ମାର୍ଚ୍ଚ (ହି.ସ.)- କୋଲାବିରା, କିର୍ମିରା ଓ ଲଇକେରା ବ୍ଲକ କୁ ନେଇ ଜୟପୁର ଇଷ୍ଟେଟ ଶଡ ବଂଶୀୟ ଗୋଣ୍ତ ସମାଜ କମିଟିର ସଦସ୍ୟ ଏବଂ ଆଞ୍ଚଳିକ କମିଟିର ସଦସ୍ୟ ଏବଂ ଗ୍ରାମ୍ୟ କମିଟିର ସଦସ୍ୟ ମାନଙ୍କୁ ନେଇ ନୂତନ କମିଟି ଗଠନ ସମ୍ବନ୍ଧେ ଏକ ସାଧାରଣ ସଭା ସୋମବାର ଅନୁଷ୍ଠିତ ହୋଇଯାଇଛି । ଜୟପୁର ଇଷ୍ଟେଟ ଷଡ଼ବଂଶୀୟ ଗୋଣ୍ଡ ସମାଜର ସାମ୍ବିଧାନିକ ନୀତି ଅନୁସାରେ ପାଞ୍ଚ ବର୍ଷ ପରେ ନୂତନ କମିଟି ଗଠନ କରାଯାଇଥିଲା l ନୂତନ କମିଟିରେ ୫୩ ଜଣ ସଦସ୍ୟଙ୍କୁ ମନୋନୀତ କରାଯାଇଥିଲା । ଜୟପୁର ଇଷ୍ଟେଟ କମିଟିର ପୂର୍ବତନ ଉପ ସଭାପତି ନବୀନ ଚନ୍ଦ୍ର ନାଏକଙ୍କୁ ସର୍ବସମ୍ମତି କ୍ରମେ ସଭାପତି ରୂପେ ମନୋନୀତ କରାଯାଇଥିଲା l ଏହାସହ ଚାରୋଟି ଆଞ୍ଚଳିକ କମିଟିରୁ ଜଣେ ଲେଖାଏଁ ଉପସଭାପତି ମନୋନୀତ କରାଯାଇଥିଲା l

କୋଲାବିରା ଆଞ୍ଚଳିକ କମିଟିରୁ ରଞ୍ଜନ ସିଂ ନାଏକ, ଲଇକେରା ଆଞ୍ଚଳିକ କମିଟିରୁ ପଦ୍ମକୁମାର ନାଏକ, କୁକେରମା ଆଞ୍ଚଳିକ କମିଟିରୁ ଛଗନ ପ୍ରଧାନ, କିରିମିରା ଆଞ୍ଚଳିକ କମିଟିରୁ ହରେନ୍ଦ୍ର ନାଏକଙ୍କୁ ଉପସଭାପତି ଭାବେ ମନୋନୀତ କରାଯାଇଥିଲା । ସାଧାରଣ ସମ୍ପାଦକ ରୂପେ ଚୈତନ୍ୟ ନାଏକ, ଯୁଗ୍ମ ସମ୍ପାଦକ ରାଧେଶ୍ୟାମ ନାଏକ, କୋଷାଧ୍ୟକ୍ଷ ମେଘନାଦ ନେଟି ଓ ଯୁଗ୍ମ କୋଷାଧ୍ୟକ୍ଷ ଦେବାନନ୍ଦ ନାଏକଙ୍କୁ ମନୋନୀତ କରାଗଲା l ଉପଦେଷ୍ଟା ମଣ୍ଡଳୀରେ ବରିଷ୍ଠ ସଦସ୍ୟ ତଥା ପୂର୍ବତନ ସଭାପତି ଯୋଗେନ୍ଦ୍ର ନାଏକ, ପୂର୍ବତନ ସଭାପତି ତୁଳରାମ ନାଏକ, ବରିଷ୍ଠ ସଦସ୍ୟ ଅଭିମନ୍ୟୁ ନାଏକ, ଟଙ୍କଧର ନାଏକ, ଋତୁସାଗର ନାଏକ ଏବଂ ସଦାନନ୍ଦ ଭୋଇଙ୍କୁ ମନୋନୀତ କରାଯାଇଥିଲା । ବରିଷ୍ଠ ଉପଦେଷ୍ଟା ତଥା ପୂର୍ବତନ ସଭାପତି ଯୋଗେନ୍ଦ୍ର ନାଏକ ପରିଚାଳନା କମିଟିକୁ ଶପଥ ପାଠ କରେଇଥିଲେ । ଶେଷରେ ଜିଲ୍ଲା ସମ୍ପାଦକ ତପି ମରେହି ଧନ୍ୟବାଦ ଅର୍ପଣ କରିଥିଲେ।

ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ


 rajesh pande