କେନ୍ଦୁଝର ମଡେଲ ଇଂଟିଗ୍ରେଟେଡ୍ ମେଡିକାଲ କ୍ୟାମ୍ପ' ସହିତ ଭାରତୀୟ ସେନା ଦ୍ୱାରା ପ୍ରେରଣା ଏବଂ ସଚେତନତା ଅଧିବେଶନ ସଫଳତା ସହ ଉଦଯାପିତ
କେନ୍ଦୁଝର,୩୧ ମାର୍ଚ୍ଚ(ହି.ସ.) – କେନ୍ଦୁଝର ଜିଲ୍ଲାରେ ପ୍ରଥମ ଥର ପାଇଁ ଭାରତୀୟ ସେନା ପକ୍ଷରୁ ଆୟୋଜିତ ଦୁଇ ଦିନିଆ ‘ମଡେଲ ଇଂଟିଗ୍ରେଟେଡ୍ ମେଡିକାଲ କ୍ୟାମ୍ପ'' ଅଦ୍ଭୁତପୂର୍ବ ସଫଳତାର ସହ ଶେଷ ହୋଇଛି। ବାଲେଶ୍ୱର ଷ୍ଟେସନ ହେଡକ୍ୱାର୍ଟର ବାଲେଶ୍ୱରର ଆଡମିନ୍ କମାଣ୍ଡାଂଟ ଲେଫ୍ଟନାଂଟ କର୍ଣ୍ଣେଲ ଏସ୍.କେ.
Model intigreted medical


କେନ୍ଦୁଝର,୩୧ ମାର୍ଚ୍ଚ(ହି.ସ.) – କେନ୍ଦୁଝର ଜିଲ୍ଲାରେ ପ୍ରଥମ ଥର ପାଇଁ ଭାରତୀୟ ସେନା ପକ୍ଷରୁ ଆୟୋଜିତ ଦୁଇ ଦିନିଆ ‘ମଡେଲ ଇଂଟିଗ୍ରେଟେଡ୍ ମେଡିକାଲ କ୍ୟାମ୍ପ' ଅଦ୍ଭୁତପୂର୍ବ ସଫଳତାର ସହ ଶେଷ ହୋଇଛି। ବାଲେଶ୍ୱର ଷ୍ଟେସନ ହେଡକ୍ୱାର୍ଟର ବାଲେଶ୍ୱରର ଆଡମିନ୍ କମାଣ୍ଡାଂଟ ଲେଫ୍ଟନାଂଟ କର୍ଣ୍ଣେଲ ଏସ୍.କେ. ପଣ୍ଡାଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଏହି ଶିବିର ପରିଚାଳିତ ହୋଇଥିଲା। ଛତିଶଗଡ଼ ଏବଂ ଓଡ଼ିଶା ସବ୍ ଏରିଆ ଅଧିନରେ ଥିବା ବାଲେଶ୍ୱର(ଚାନ୍ଦିପୁର) ଷ୍ଟେସନ ମୁଖ୍ୟାଳୟ ଦ୍ୱାରା ଆୟୋଜିତ ଏହି କାର୍ଯ୍ୟକ୍ରମରେ ସେନାରେ ଯୋଗଦେବା ପାଇଁ ସ୍ଥାନୀୟ ଯୁବକମାନଙ୍କୁ ଉତ୍ସାହିତ କରାଯାଇଛି। ଏହି ଅଧିବେଶନରେ କେନ୍ଦୁଝର ଓ ଆଖପାଖ ଅଂଚଳର ପ୍ରାୟ ୫୦୦ରୁ ଅଧିକ ଏନ୍ସିସି କ୍ୟାଡେଟ୍ ଏବଂ କଲେଜ ଛାତ୍ରଛାତ୍ରୀ ସେମାନଙ୍କ ଅଭିଭାବକଙ୍କ ସହ ଯୋଗ ଦେଇଥିଲେ। ସମ୍ବଲପୁର ଆର୍ମି ନିଯୁକ୍ତି କାର୍ଯ୍ୟାଳୟ ଏବଂ କେନ୍ଦୁଝର ୧୪ ଏନ୍ସିସି ବାଟାଲିୟନର ମିଳିତ ସହଯୋଗରେ ଏହି କାର୍ଯ୍ୟକ୍ରମ ସୂଚାରୁରୂପେ ସମ୍ପାଦିତ ହୋଇଛି। ସଚେତନତା ଶିବିରରେ ମୁଖ୍ୟତଃ ନିମ୍ନଲିଖିତ ବିଷୟବସ୍ତୁ ଉପରେ ଗୁରୁତ୍ୱ ଦିଆଯାଇଥିଲା ସଶସ୍ତ୍ର ବାହିନୀରେ କ୍ୟାରିୟରର ବିଭିନ୍ନ ସୁଯୋଗ। ନିଯୁକ୍ତି ପ୍ରକ୍ରିୟା ଏବଂ ବିଭିନ୍ନ ଏଂଟ୍ରି ସ୍କିମ୍ ବା ପ୍ରବେଶ ଯୋଜନା। ଲିଖିତ, ଶାରୀରିକ ଏବଂ ଚିକିତ୍ସା ପରୀକ୍ଷା ପାଇଁ ପ୍ରସ୍ତୁତି ରଣନୀତି। ଆଶାୟୀଙ୍କୁ ସଠିକ୍ ମାର୍ଗଦର୍ଶନ ଦେବାରେ ଅଭିଭାବକଙ୍କ ଭୂମିକା। ଏହି ଅବସରରେ ସମ୍ବଲପୁର ଆର୍ମି ନିଯୁକ୍ତି କାର୍ଯ୍ୟାଳୟ ର ଅଧିକାରୀମାନେ ଯୁବକମାନଙ୍କୁ ସେନାରେ ଯୋଗଦେବାର ଯୋଗ୍ୟତା ଏବଂ ଆଗାମୀ ନିଯୁକ୍ତି ସୁଯୋଗ ବିଷୟରେ ଅବଗତ କରାଇଥିଲେ। ବିଶେଷକରି ଗ୍ରାମାଂଚଳ ଓ ଦୁର୍ଗମ ଅଂଚଳର ଯୁବକମାନେ, ଯେଉଁମାନଙ୍କ ପାଖରେ ସଠିକ୍ ସୂଚନାର ଅଭାବ ରହିଛି, ସେମାନଙ୍କୁ ପ୍ରତିରକ୍ଷା କ୍ଷେତ୍ରକୁ ଆକୃଷ୍ଟ କରିବା। ଏହି ଦୁଇଦିନିଆ ଶିବିରରେ ବିଭିନ୍ନ ସେବା ମାଧ୍ୟମରେ ହଜାର ହଜାର ଲୋକ ଉପକୃତ ହୋଇଛନ୍ତି ମୋଟ ୩୮୨୬ ଜଣଙ୍କୁ ଓପିଡି ସେବା ଯୋଗାଇ ଦିଆଯାଇଥିବାବେଳେ ୧୭୩ ଜଣଙ୍କୁ ଅଧିକ ଚିକିତ୍ସା ପାଇଁ ରେଫର କରାଯାଇଛି। ୧୯୬୫ ଓ ୧୯୭୧ ଯୁଦ୍ଧର ୨୨ ଜଣ ବୀର ଯୋଦ୍ଧା ଏବଂ ୫ ଜଣ ବୀର ନାରୀଙ୍କୁ ସମ୍ମାନିତ କରାଯାଇଛି। ୫ ଜଣଙ୍କୁ ୟୁଡିଆଇଡି କାର୍ଯ୍ୟକାରୀ କରାଯାଇଥିବା ବେଳେ ୩୦ ଜଣଙ୍କୁ ‘ନିରାମୟ' ସ୍ୱାସ୍ଥ୍ୟ ବୀମା କାର୍ଡ଼ ପ୍ରଦାନ କରାଯାଇଛି। ଆର୍ମି ନିଯୁକ୍ତି କାର୍ଯ୍ୟାଳୟ ସମ୍ବଲପୁର ପକ୍ଷରୁ ପ୍ରାୟ ୩୮୦ ଜଣ ଏନସିସି ଓ କଲେଜ ଛାତ୍ରଛାତ୍ରୀଙ୍କୁ ସେନାରେ ଯୋଗଦେବା ପାଇଁ ମାର୍ଗଦର୍ଶନ ଦିଆଯାଇଛି। ୩୨୬ ଜଣଙ୍କର ସିଏସଡି କାର୍ଯ୍ୟ ପଞ୍ଜିକରଣ ଏବଂ ୧୫୧ ଜଣଙ୍କର ପେନସନ ସମ୍ବନ୍ଧୀୟ ସମସ୍ୟାର ସମାଧାନ କରାଯାଇଛି। କେନ୍ଦୁଝର ଜିଲ୍ଲାର ପୂର୍ବତନ ସୈନିକ ଓ ସିଗନାଲର୍ସ ବୃନ୍ଦ ସେନାର ଏହି ପ୍ରୟାସକୁ ଭୂୟସୀ ପ୍ରଶଂସା କରିଛନ୍ତି। ଅବସରପ୍ରାପ୍ତ ହାବିଲଦାର ଏସ. ଚକ୍ରବର୍ତୀଙ୍କ କହିବା ଅନୁଯାୟୀ, କେନ୍ଦୁଝର ଭଳି ଦୂରବର୍ତୀ ଅଂଚଳରେ ସେନା ପକ୍ଷରୁ ଏଭଳି ସୁବିଧା ଯୋଗାଇଦେବା ପ୍ରଶଂସନୀୟ। ଏହି ଶିବିର ପୂର୍ବତନ ସୈନିକମାନଙ୍କ ମନରେ ଆମେ ଏବେ ବି ସେନା ପରିବାରର ଅଂଶ ବୋଲି ଏକ ଗର୍ବ ଓ ଆତ୍ମୀୟତାର ଭାବନା ଜାଗ୍ରତ କରିଛି। ସେନାର ଅନୁଶାସନ, ସମର୍ପଣ ଏବଂ ପୂର୍ବତନ ସୈନିକମାନଙ୍କ ପ୍ରତି ଥିବା ସମ୍ମାନ ଏହି ଶିବିରକୁ ଏକ ସ୍ମରଣୀୟ ଘଟଣାରେ ପରିଣତ କରିଛି। କେନ୍ଦୁଝରରେ ପ୍ରଥମ କରି ଆୟୋଜିତ ଏହି ବୃହତ ଶିବିର ପାଇଁ ପୂର୍ବତନ ସୈନିକମାନେ ସେନା ଟିମ୍ ଏବଂ ଜିଲ୍ଲା ପ୍ରଶାସନକୁ ଧନ୍ୟବାଦ ଜଣାଇଛନ୍ତି। ସେବାନିବୃତି ପରେ ମଧ୍ୟ ସେମାନେ ନିଜକୁ ସେନା ପରିବାରର ଏକ ଅଂଶ ବୋଲି ଅନୁଭବ କରିଥିବା ପ୍ରକାଶ କରିଛନ୍ତି। ଏହି କାର୍ଯ୍ୟକ୍ରମ ସେନା ଓ ଜନସାଧାରଣଙ୍କ ମଧ୍ୟରେ ସମ୍ପର୍କକୁ ଅଧିକ ସୁଦୃଢ଼ କରିବାରେ ସଫଳ ହୋଇଛି। ସୂଚନାଯୋଗ୍ୟ ଯେ, କେନ୍ଦୁଝର ଜିଲ୍ଲାପାଳ ବିଶାଲ ସିଂହଙ୍କ ନିର୍ଦେଶକ୍ରମେ, ଜିଲ୍ଲା ପ୍ରଶାସନ କେନ୍ଦୁଝର, ଜିଲ୍ଲା ପୂର୍ବତନ ସୈନିକ ସଂଘ , ଷ୍ଟେସନ ହେଡକ୍ୱାର୍ଟର ବାଲେଶ୍ୱର ଏବଂ ଭାରତୀୟ ସେନାର ମିଳିତ ସହଯୋଗରେ ଏହି ଶିବିରର ଆୟୋଜନ କରାଯାଇଥିଲା।

.......................................

ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA


 rajesh pande