
ମାଲକାନଗିରି,୩୧ ମାର୍ଚ୍ଚ (ହି.ସ.) - ମୁରବୀ ସିନେମାର ସ୍ୱତନ୍ତ୍ର ସ୍କ୍ରିନିଂ କାର୍ଯ୍ୟକ୍ରମ ଓ ପରିବାର ସହିତ ମୁରବୀ ପ୍ରିମିୟର - ଏକାଠି ଉତ୍କଳ ଦିବସ ପାଳନ ପାଇଁ ମାଲକାନଗିରି ଏମ ୟୁଜେ ସଂଘ ପରିସର ରେ ଆଜି ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ପବିତ୍ର ଉତ୍କଳ ଦିବସ ଅବସର ରେ ମାଲକାନଗିରି ସଂସ୍କୃତି ଭ୍ୱନ ଠାରେ ସନ୍ଧ୍ୟାରେ ଅନୁଷ୍ଠିତ ହେବାକୁ ଥିବା ଆଗାମୀ ଚଳଚ୍ଚିତ୍ର ମୁରବିର ପରିବାର ସହିତ ପ୍ରିମିୟର ସ୍କ୍ରିନିଂକୁ ନିମନ୍ତ୍ରଣ କରିଛନ୍ତି ମୁରବି ଟିମ।
ପାରମ୍ପରିକ ଭାବରେ, ପ୍ରିମିୟର ଶୋ’ଗୁଡ଼ିକ ଭୁବନେଶ୍ୱର ଏବଂ କଟକରେ ଆୟୋଜିତ ହୁଏ। ତଥାପି, ଦମନ ର ଅପୂର୍ବ ପ୍ରେମ ଏବଂ ସଫଳତା ପରେ, ମାଲକାନଗିରି ସହିତ ଏକ ଗଭୀର ଭାବପ୍ରବଣ ସମ୍ପର୍କ ଅନୁଭବ କରିଛନ୍ତି ଏହି ଟିମ,ମାଲକାନଗିରି ଜିଲ୍ଲା କେବଳ କାହାଣୀକୁ ଏକ ସ୍ୱର ଦେଇନାହିଁ ବରଂ ଦେଶ ବିଦେଶ ର ଦର୍ଶକଙ୍କ ପାଖରେ ପହଂଚିବାରେ ମଧ୍ୟ ସାହାଯ୍ୟ କରିଛି।
ମାଲକାନଗିରିର ଜିଲ୍ଲା ବାସୀ ଏବଂ ପ୍ରଶାସନଠାରୁ ପାଇଥିବା ପ୍ରେମ, ସମର୍ଥନ ଏବଂ ଉତ୍ସାହ ପ୍ରକୃତରେ ଅବିସ୍ମରଣୀୟ ହୋଇ ରହିବ,ଏହି ଦୃଢ଼ ସମ୍ପର୍କ ଯୋଗୁଁ ଏହି ଭୂମି ଏବଂ ଏହାର ଲୋକଙ୍କ ପ୍ରତି ସମ୍ମାନ ସ୍ୱରୂପ ମୁରବିର ପ୍ରଥମ ପ୍ରିମିୟର ଏଠାରେ ଆୟୋଜନ କରିବାକୁ ବାହାରିଛୁ ବୋଲି ଦେବୀପ୍ରସାଦ ଲେଙ୍କା ଏବଂ ବିଶାଲ ମୌର?୍ୟ୍ୟ ଦମନ ଫିଲ୍ମ ର ଲେଖକ-ନିର୍ଦ୍ଦେଶକ ଓ ମୁରବୀର କାହାଣୀ ଲେଖକ ଏବଂ ପ୍ରଯୋଜକ କହିଛନ୍ତି। ସେ ମଧ୍ୟ ଗଣ ମାଧ୍ୟମ ପ୍ରତିନିଧି ଓ ପ୍ରଶାସନିକ ଅଧିକାରୀ ଙ୍କ ସଦୟ ଉପସ୍ଥିତି କାମନା କରିଛନ୍ତି।
ମୁରବି ୧୪ ଏପ୍ରିଲରେ ସାରା ଦେଶରେ ମୁକ୍ତିଲାଭ କରିବ, ମାଲକାନଗିରି ଜିଲ୍ଲା ବାସୀ ଙ୍କ ନିରନ୍ତର ଉତ୍ସାହ ଏବଂ ଆଶୀର୍ବାଦ ଆଶା କାମନା କରିଛନ୍ତି ।
ଏହି ପ୍ରସ୍ତୁତି ବୈଠକ ରେ ଦମନ ଫିଲ୍ମ ର ଲେଖକ ତଥା ନିର୍ଦ୍ଦେଶକ ଦେବୀପ୍ରସାଦ ଲେଙ୍କା,ମୁରବି ଫିଲ୍ମ ର ଲେଖକ ଏବଂ ପ୍ରଯୋଜକ ବିଶାଲ ମୌର୍ଯ୍ୟ, ମୁରବି ଫିଲ୍ମ ସହ ପ୍ରଯୋଜକ ସୁମନ୍ତ ବୈରାଗୀ,ସହ ପ୍ରଯୋଜକ ଓ ସଙ୍ଗୀତ ନିର୍ଦ୍ଦେଶକ ଅଗ୍ନି ମିତ୍ର,ଗୀତିକାର ଓ ସଂଳାପ କାର, ପି ସନ୍ତୋଷ , ମୁରବି ଫିଲ୍ମ ର ଅଭିନେତା ଶୋଭନ ଦାଶଙ୍କ ସହିତ ଓଡ଼ିଶା ସାହିତ୍ୟ ଏକାଡେମି ପୂର୍ବତନ ସଦସ୍ୟ ବରିଷ୍ଠ ସାମ୍ବାଦିକ ରତ୍ନାକର ଦାଶ, ଏମ ୟୁଜେ ସଂଘ ସଭାପତି ସାମ୍ବାଦିକ ଦେବ ପ୍ରସାଦ ଦାଶ, ସାମ୍ବାଦିକ ଜିତେନ୍ଦ୍ର ବେଉରିଆ, ବିକ୍ରମ କେଶରୀ ପାଢ଼ୀ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ କିପରି ସଫଳ ହେବ ସେ ନେଇ ଆଲୋଚନା କରିଥିଲେ।
ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ