ପୂର୍ବତନ ମୁଖ୍ୟ ଲିପିକ ନିମାଇଁ ମହାନ୍ତିଙ୍କୁ ଶ୍ରଦ୍ଧାଞ୍ଜଳି
କେନ୍ଦ୍ରାପଡ଼ା,୩୧ ମାର୍ଚ୍ଚ(ହି.ସ.) – କେନ୍ଦ୍ରାପଡ଼ା ଜିଲ୍ଲାପାଳ କାର୍ଯ୍ୟାଳୟରେ ପୂର୍ବତନ ମୁଖ୍ୟ ଲିପିକ ପ୍ରୟାତ ନିମାଇଁ ଚରଣ ମହାନ୍ତିଙ୍କ ଦ୍ୱାଦଶାହରେ ଏକ ଶ୍ରଦ୍ଧାଞ୍ଜଳି ସଭା ସ୍ଥାନୀୟ ହୋଟେଲ ଦି ପ୍ୟାଲେସରେ ଅନୁଷ୍ଠିତ ହେଇଯାଇଛି। ଜିଲ୍ଲା ଅବସରପ୍ରାପ୍ତ କର୍ମଚାରୀ ସଙ୍ଘ ପକ୍ଷରୁ ଆହୁତ ଶ୍ରଦ୍ଧାଞ୍ଜ
ପୂର୍ବତନ ମୁଖ୍ୟ ଲିପିକ ନିମାଇଁ ମହାନ୍ତିଙ୍କୁ ଶ୍ରଦ୍ଧାଞ୍ଜଳି


କେନ୍ଦ୍ରାପଡ଼ା,୩୧ ମାର୍ଚ୍ଚ(ହି.ସ.) – କେନ୍ଦ୍ରାପଡ଼ା ଜିଲ୍ଲାପାଳ କାର୍ଯ୍ୟାଳୟରେ ପୂର୍ବତନ ମୁଖ୍ୟ ଲିପିକ ପ୍ରୟାତ ନିମାଇଁ ଚରଣ ମହାନ୍ତିଙ୍କ ଦ୍ୱାଦଶାହରେ ଏକ ଶ୍ରଦ୍ଧାଞ୍ଜଳି ସଭା ସ୍ଥାନୀୟ ହୋଟେଲ ଦି ପ୍ୟାଲେସରେ ଅନୁଷ୍ଠିତ ହେଇଯାଇଛି। ଜିଲ୍ଲା ଅବସରପ୍ରାପ୍ତ କର୍ମଚାରୀ ସଙ୍ଘ ପକ୍ଷରୁ ଆହୁତ ଶ୍ରଦ୍ଧାଞ୍ଜଳି ସଭାରେ ସଭାପତିତ୍ୱ କରିଥିଲେ ମୁଖ୍ୟ ପୃଷ୍ଠାପୋଷାକ ଅଧ୍ୟାପକ ଅଜୟ ସାମଲ। ନିମାଇଁ ବାବୁଙ୍କ କାର୍ଯ୍ୟଦକ୍ଷତା, ନିଷ୍ଠା, ପରୋପକାର ପାଇଁ ପ୍ରସିଦ୍ଧ ଲାଭ କରିଥିଲେ। ଚାକିରୀ ଜୀବନରେ ମଧ୍ୟ ସମାଜ ସେବାକୁ ଭୁଲି ନଥିଲେ। ଜଣେ ବଳିଷ୍ଠ କର୍ମଚାରୀ ନେତା ଭାବରେ ବହୁ ଦିନ ଧରି କର୍ମଚାରୀ ସଂଗଠନର ନେତୃତ୍ୱରେ ଥିଲେ। ଗାଁ ଗଣ୍ଡାରୁ ଆସୁଥିବା ଲୋକଙ୍କୁ ମଧ୍ୟ ଅନେକବାର ସାହାଯ୍ୟ କରିଛନ୍ତି। ସଭାରେ ପୂର୍ବତନ ବିଧାୟକ ଅଂଶୁମାନ ମହାନ୍ତି, ସିପିଆଇ(ଏମ) ଜିଲ୍ଲା ସମ୍ପାଦକ ଗୟାଧର ଧଳ, ବରିଷ୍ଠ କଂଗ୍ରେସ ନେତା ପ୍ରଫୁଲ୍ଲ ଦାସ, ତାଙ୍କ ସାନଭାଇ ତଥା ପୂର୍ବତନ ଡିଆଇଜି ବଂକିମ ଚନ୍ଦ୍ର ମହାନ୍ତି,ଭିଣୋଇ ତଥା ପୂର୍ବତନ ଜିଲ୍ଲାପାଳ ନିତ୍ୟାନନ୍ଦ ମହାନ୍ତି, ନିତ୍ୟାନନ୍ଦ ମିଶ୍ର, ସୁଦର୍ଶନ ମହାପାତ୍ର, ଅଧ୍ୟାପକ ଗିରିଶ ପାତ୍ର, ଡ଼ଃ ଚୈତନ୍ୟ ପରିଡା, ସୁରେଶ ଚନ୍ଦ୍ର ପଟ୍ଟନାୟକ, ସୁରେନ୍ଦ୍ର ମହାନ୍ତି, ଜିଲ୍ଲା କର୍ମଚାରୀ ସଙ୍ଘ ସଭାପତି ଶୈଳେନ୍ଦ୍ର ପ୍ରଧାନ, ବରିଷ୍ଠ କର୍ମଚାରୀ ସର୍ବେଶ୍ୱର ନାୟକ, ହରେକୃଷ୍ଣ ବରାଳ, ଅକ୍ଷୟ ନାୟକ, ବ୍ୟାଙ୍କ କର୍ମଚାରୀ ନେତା ଦେବ ମହାନ୍ତି, ପୂର୍ବତନ ପ୍ରଶାସକ ଗୁରୁଚରଣ ଦାଶ, ନେତ୍ରାନନ୍ଦ କର, ଅରୁଣ ମହାନ୍ତି,ଇଞ୍ଜିନିୟର ଦେବାଶିଷ ମହାନ୍ତି, ଦିପେଶ ମହାନ୍ତି ପ୍ରମୁଖ ବକ୍ତବ୍ୟ ରଖି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।ପୁଅ ଜ୍ୟୋତିରଞ୍ଜନ ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ। ଶ୍ରଦ୍ଧାଞ୍ଜଳି ଜଣାଇବାକୁ ଆସିଥିବା ବିଶିଷ୍ଟ ବ୍ୟକ୍ତିମାନେ ନିମାଇଁ ବାବୁଙ୍କ ଧର୍ମ ପତ୍ନୀ କଲ୍ୟାଣୀ ମହାନ୍ତିଙ୍କୁ ଭେଟି ଗଭୀର ସମବେଦନା ଗ୍ୟାମ୍ପନ କରିଥିଲେ।

.......................................

ହିନ୍ଦୁସ୍ଥାନ ସମାଚାର / ରବି


 rajesh pande