ଓଡିଆ ଭାଷା ଚିନ୍ତନ ଓ ସ୍ଵାସ୍ଥ୍ୟ ଶିବିର
ଗଂଜାମ, 31 ମାର୍ଚ୍ଚ (ହି.ସ.) ବ୍ରହ୍ମପୁର, ହରିହର ନଗର ସ୍ଥିତ ଭରଦ୍ବାଜ ପ୍ରତିଷ୍ଠାନ ଠାରେ ଓଡ଼ିଆ ଭାଷା ସଚେତନ ଓ ସ୍ଵାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି। ଭରଦ୍ବାଜ ପ୍ରତିଷ୍ଠାନର ଅଧ୍ୟକ୍ଷ ଡା.ନକୁଳ ସାହୁ କହିଲେ ଓଡ଼ିଆ ଭାଷା ମା କହିଥିବା ଭାଷା ଅତିମଧୁର ବହୁ ପୁରୁଣା ଭାଷା ଆମ ପରିବେଶରେ ସମସ୍ତେ
Odia vasha chatan o seayaty


ଗଂଜାମ, 31 ମାର୍ଚ୍ଚ (ହି.ସ.) ବ୍ରହ୍ମପୁର, ହରିହର ନଗର ସ୍ଥିତ ଭରଦ୍ବାଜ ପ୍ରତିଷ୍ଠାନ ଠାରେ ଓଡ଼ିଆ ଭାଷା ସଚେତନ ଓ ସ୍ଵାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି। ଭରଦ୍ବାଜ ପ୍ରତିଷ୍ଠାନର ଅଧ୍ୟକ୍ଷ ଡା.ନକୁଳ ସାହୁ କହିଲେ ଓଡ଼ିଆ ଭାଷା ମା କହିଥିବା ଭାଷା ଅତିମଧୁର ବହୁ ପୁରୁଣା ଭାଷା ଆମ ପରିବେଶରେ ସମସ୍ତେ ବୁଝନ୍ତି। ବ୍ୟବସ୍ଥାପତ୍ରରେ ଲେଖିଲେ ସମସ୍ତେ ବୁଝନ୍ତି। ଓଡ଼ିଆ ଭାଷାକୁ ନେଇ ଆମ ଏକତା। ଭାଷା ଭିତ୍ତିରେ ଆମ ରାଜ୍ଯ ଗଠନ ହୋଇଛି। ଆମ ଭାଷା ଶାସ୍ତ୍ରୀୟ ମାନ୍ୟତା ପାଇଛି। ଏହି ରାଜ୍ଯ ଗଠନରେ ଅନେକ ଦେଶ ପ୍ରେମୀ ଜୀବନ ଦାନ କରିଛନ୍ତି ଏହି ସ୍ମୃତିକୁ ସ୍ମରଣ କରି ଆସନ୍ତୁ ଓଡ଼ିଆ କହିବା।

ଏହି ଅବସରରେ ରୋଗୀଙ୍କ ରକ୍ତଚାପ, ରକ୍ତ ଶର୍କରା, ଗଣ୍ଠିବାତ,ସ୍ନାୟୁ ରୋଗ ଅମ୍ଳପିତ୍ତ, ସ୍ତ୍ରୀରୋଗଆଦି ବିଭିନ୍ନ ରୋଗର ପରୀକ୍ଷା କରି ଚିକିତ୍ସା ପରାମର୍ଶ ଓ ଔଷଧ ବିତରଣ କରି ଥିଲେ l ଶିବିରର ପରିଚାଳନାରେ ସହଯୋଗ କରିଥିଲେ ଡି. ଶ୍ରୀନିବାସ ରାଓ ।

ହିନ୍ଦୁସ୍ଥାନ ସମାଚାର / ହୃଷୀକେଶ


 rajesh pande