ଆଜି ମହାବୀର ଜୟନ୍ତୀ ଅବସରରେ ଗାନ୍ଧିନଗରର କୋବା ତୀର୍ଥରେ ସମ୍ରାଟ ସମ୍ପ୍ରତି ସଂଗ୍ରହାଳୟର ଉଦଘାଟନ କରିବେ ପିଏମ ମୋଦି
ନୂଆଦିଲ୍ଲୀ, ୩୧ ମାର୍ଚ୍ଚ (ହି.ସ.)। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଗୁଜରାଟ ଗସ୍ତରେ ରହିବେ। ଏହି ସମୟରେ ମହାବୀର ଜୟନ୍ତୀ ଅବସରରେ ପ୍ରଧାନମନ୍ତ୍ରୀ ଗାନ୍ଧୀନଗରରେ ସକାଳ ପ୍ରାୟ ୧୦ଟାରେ ସମ୍ରାଟ ସମ୍ପ୍ରତି ସଂଗ୍ରହାଳୟର ଉଦ୍ଘାଟନ କରିବେ ଏବଂ ଜନସଭାକୁ ସମ୍ବୋଧନ କ
ପିଏମ


ନୂଆଦିଲ୍ଲୀ, ୩୧ ମାର୍ଚ୍ଚ (ହି.ସ.)।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଗୁଜରାଟ ଗସ୍ତରେ ରହିବେ। ଏହି ସମୟରେ ମହାବୀର ଜୟନ୍ତୀ

ଅବସରରେ ପ୍ରଧାନମନ୍ତ୍ରୀ ଗାନ୍ଧୀନଗରରେ ସକାଳ ପ୍ରାୟ ୧୦ଟାରେ ସମ୍ରାଟ ସମ୍ପ୍ରତି ସଂଗ୍ରହାଳୟର

ଉଦ୍ଘାଟନ କରିବେ ଏବଂ ଜନସଭାକୁ ସମ୍ବୋଧନ କରିବେ।

ପ୍ରଧାନମନ୍ତ୍ରୀ ଅହମଦାବାଦର ସାନନ୍ଦରେ ଅବସ୍ଥିତ କେୟନ୍ସ

ସେମିକନ୍ ପ୍ଲାଣ୍ଟର ଦ୍ୱିପ୍ରହର ପ୍ରାୟ ୧୨:୪୫ରେ ଉଦ୍ଘାଟନ କରିବେ ଏବଂ ଜନସଭାକୁ ସମ୍ବୋଧନ

କରିବେ। ଏହା ପରେ ସେ ଭାବ-ଥରାଦକୁ ଯିବେ। ସେଠାରେ ସନ୍ଧ୍ୟା ପ୍ରାୟ ୪ଟାରେ ୨୦,୦୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର

ବହୁ ବିକାଶ ପ୍ରକଳ୍ପର ଶିଳାନ୍ୟାସ କରିବେ ଏବଂ ଉଦ୍ଘାଟନ କରି ଦେଶକୁ ସମର୍ପଣ କରିବେ। ଏହି

ଅବସରରେ ସେ ଜନସଭାକୁ ମଧ୍ୟ ସମ୍ବୋଧନ କରିବେ।

ଏହି ସୂଚନା କାର୍ଯ୍ୟକ୍ରମର ପୂର୍ବସନ୍ଧ୍ୟାରେ ଜାରି ହୋଇଥିବା

ଔପଚାରିକ ବିଜ୍ଞପ୍ତିରେ ଦିଆଯାଇଛି।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande