
ଖୋର୍ଦ୍ଧା,, 31 ମାର୍ଚ୍ଚ (ହି.ସ. ଗୁରୁଜଙ୍ଗସ୍ଥିତ ପି.ଏମ.ଶ୍ରୀ. ଜବାହର ନବୋଦୟ ବିଦ୍ୟାଳୟ ଏଟୋମିକ ଏନେରଜି(ପରମାଣୁ ଶକ୍ତି ),ବମ୍ବେ ଦ୍ଵାରା ଏକ ସାଧାରଣ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଟିତ ହୋଇଥିଲା ଯେଉଁଥିରେ ବିଦ୍ୟାଳୟର ନବମ ଓ ଏକାଦଶ ଶ୍ରେଣୀର ୧୩୨ ଜଣ ବିଦ୍ୟାର୍ଥୀ ଯୋଗଦେଇଥିଲେ । ବିଦ୍ୟାଳୟର ବିଜ୍ଞାନ ଅଧ୍ୟାପକ ସରୋଜ କୁମାର ସାହୁ , ଅଧ୍ୟାପିକା ପ୍ରିୟତମା ସାମନ୍ତ ଓ ପ୍ରଗତି ସାହୁ ଙ୍କ ସଂଯୋଜନାରେ ଆଯୋୟିତ ଏହି କାର୍ଯ୍ୟକ୍ରମରେ ନୃସିଂହ ଚରଣ ଚକ୍ର ସ୍ଵାଗତ ଭାଷଣ ଦେଇଥିଲେ , ଏଟୋମିକ ଏନେରଜି(ପରମାଣୁ ଶକ୍ତି) ର ନିର୍ଦ୍ଦେଶକ ଅଚଳେଶ୍ଵର ସିଂହ କାର୍ଯ୍ୟକ୍ରମର ପରିଚୟ ପ୍ରଦାନ କରିଥିଲେ ଓ ଆଇ ଓ ପି ( ଇନଷ୍ଟିଚ୍ୟୁଟ ଅଫ ଫିଜିକ୍ସ) ର ପ୍ରଫେସର କରୁଣାକର ନନ୍ଦ ବିଜ୍ଞାନ,ପ୍ରଯୁକ୍ତି ତଥା ପରମାଣୁ ଶକ୍ତି ଓ ତାହାର ବ୍ୟବହାର ବିଷୟରେ ଭାଷଣ ପ୍ରଦାନ କରିଥିଲେ । ଏହାପରେ ଏଟୋମିକ ଏନେରଜି ବିଭାଗର ବିଭିନ୍ନ କାର୍ଯ୍ୟକ୍ରମକୁ ନେଇ ପ୍ରସ୍ତୁତ ହୋଇଥିବା ଭିଡିଓ ଦେଖେଇଥିଲେ ଏବଂ ପରମାଣୁ ଶକ୍ତି ଓ ତାହାର ବ୍ୟବହାର କୁ ନେଇ ଏକ ପ୍ରଶ୍ନୋତ୍ତରୀ ପ୍ରତିଯୋଗିତା ମଧ୍ୟ କରିଥିଲେ । ପରମାଣୁ ଶକ୍ତି ବିଭାଗ ଦ୍ଵାରା ବିଜ୍ଞାନ ବିଭାଗର ସମସ୍ତ ସଦସ୍ୟ ଓ ବିଜେତା ବିଦ୍ୟାର୍ଥୀ ମାନଙ୍କୁ ମୋମେଣ୍ଟୋ(ସ୍ମୃତିଚିହ୍ନ) ପ୍ରଦାନ କରାଗଲା । ଶେଷରେ ନାଇଜରର ଶ୍ରୀ ଡି.ବି. ସିଂହ ସମସ୍ତଙ୍କୁ ଧନ୍ୟବାଦ ଜ୍ଞାପନ କରିଥିଲେ
---------------
ହିନ୍ଦୁସ୍ଥାନ ସମାଚାର / ରାକେଶ