ଅବସରକାଳୀନ ବିଦାୟ ସମାରୋହ ଅବସର ଦିନ ପେନସନ ପେପର ପ୍ରଦାନ
ମାଲକାନଗିରି, ୩୧ ମାର୍ଚ୍ଚ (ହି.ସ.)- ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଗୋଷ୍ଠୀ ଶିକ୍ଷା ଅଧିକାରୀ ସୁମିତ ବିଶ୍ୱାସ ଶିକ୍ଷକତା କରି ଅବସର ଗ୍ରହଣ ଦିନ ସେବା ନିବୃତ୍ତି ପେନସନ ବ୍ୟବସ୍ଥା ଯୋଗାଇ ଦେଇ ଶିକ୍ଷକ ଶିକ୍ଷୟିତ୍ରୀ ମହଲରେ ପୁଣି ଉଚ୍ଚ ପ୍ରଶଂସିତ ହୋଇଛନ୍ତି। ମାଥିଲି ବ୍ଲକ୍ ଚେଡେଙ୍ଗା ପଞ୍ଚ
ଅବସର କାଳୀନ ବିଦାୟ ସମାରୋହ ଅବସର ଦିନ ପେନସନ ପେପର ପ୍ରଦାନ


ମାଲକାନଗିରି, ୩୧ ମାର୍ଚ୍ଚ (ହି.ସ.)- ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଗୋଷ୍ଠୀ ଶିକ୍ଷା ଅଧିକାରୀ ସୁମିତ ବିଶ୍ୱାସ ଶିକ୍ଷକତା କରି ଅବସର ଗ୍ରହଣ ଦିନ ସେବା ନିବୃତ୍ତି ପେନସନ ବ୍ୟବସ୍ଥା ଯୋଗାଇ ଦେଇ ଶିକ୍ଷକ ଶିକ୍ଷୟିତ୍ରୀ ମହଲରେ ପୁଣି ଉଚ୍ଚ ପ୍ରଶଂସିତ ହୋଇଛନ୍ତି। ମାଥିଲି ବ୍ଲକ୍ ଚେଡେଙ୍ଗା ପଞ୍ଚାୟତ ଅନ୍ତର୍ଗତ ସାନକରାପାଲି ପ୍ରାଥମିକ ବିଦ୍ୟାଳୟରୁ ଆଜି ଅବସର ଗ୍ରହଣ କରିଥିଲେ ଶିକ୍ଷକ ମନୋରଞ୍ଜନ ମହାପାତ୍ର ଓ ମେକା ପଞ୍ଚାୟତ ଅନ୍ତର୍ଗତ ପୂଜାରିଗୁଡ଼ା ପ୍ରାଥମିକ ବିଦ୍ୟାଳୟର ଏକ୍ସ କ୍ୟାଡ଼ର ଶିକ୍ଷକ ବିଶ୍ବମ୍ବର ଦାସ ଉଭୟଙ୍କୁ ତାଙ୍କ ଅବସର ଦିନ ପେନସନ ବ୍ୟବସ୍ଥା ଯୋଗାଇ ଦିଆଯିବା ପାଇଁ ଗୋଷ୍ଠୀ ଶିକ୍ଷା ଅଧିକାରୀ ସୁମିତ ବିଶ୍ୱାସ ସମସ୍ତ କର୍ମଚାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। କାର୍ଯ୍ୟାଳୟର ସମସ୍ତ ବିଭାଗ ସମନ୍ୱୟ ରକ୍ଷା କରି ଉଭୟଙ୍କ ସମସ୍ତ କାର୍ଯ୍ୟ ଶେଷ କରିଥିଲେ।

ଆଜି ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀ ବିଶ୍ୱାସଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏକ ସ୍ବତନ୍ତ୍ର ବୈଠକରେ ଶ୍ରୀ ମହାପାତ୍ର ଓ ଶ୍ରୀ ଦାସଙ୍କୁ ଉପଢୌକନ, ପେନସନ କାଗଜ ପ୍ରଦାନ କରିଥିଲେ। ନିଷ୍ଠାପର ଭାବେ କାର୍ଯ୍ୟରତ ସମସ୍ତ କର୍ମଚାରୀଙ୍କ ଉଦ୍ୟମକୁ ସହ ଉଭୟ ଶିକ୍ଷକ କର୍ମମୟ ଜୀବନର ଅନେକ ସଫଳତାକୁ ବିଇଓ ଶ୍ରୀ ବିଶ୍ୱାସ ପ୍ରଶଂସା କରିଥିଲେ। ଶିକ୍ଷକ ସଂଘ ପକ୍ଷରୁ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କୁ ସାଧୁବାଦ୍ ଜଣାଯାଇଥିଲା। ଅନ୍ୟ ମାନଙ୍କ ମଧ୍ୟରେ ବରିଷ୍ଠ ଶିକ୍ଷକ ଆର ରତିକାନ୍ତ ମହାନ୍ତି, ସିଆରସିସି ନିହାର ରଞ୍ଜନ ବିଶ୍ୱାସ ପ୍ରମୁଖଙ୍କ ସହ କାର୍ଯ୍ୟାଳୟ କନିଷ୍ଠ ସହକାରୀ ବିଷ୍ଣୁ ସାହୁକାରୀ, ମହେଶ୍ୱର କଂସାରୀ, ବିଭୂତି ସାନା, ମନୋହର ମିସ୍ତ୍ରୀ ପ୍ରମୁଖ ଉପସ୍ଥିତ ରହିଥିଲେ।

ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ


 rajesh pande