
ବଲାଙ୍ଗିର, ୩୧ ମାର୍ଚ୍ଚ (ହି.ସ.)- ବଲାଙ୍ଗିର ଜିଲ୍ଲା ମୁରିବାହାଲ ସଦର ମହକୁମା ଠାରେ ସଂସ୍କାରଭ୍ୟାଲି ସ୍କୁଲ ଉଦଘାଟିତ ହୋଇଯାଇଛି। ସ୍କୁଲ ପ୍ରତିଷ୍ଠାତା ଶ୍ରୀ ସୁବ୍ରତ ମହାକୁର ଙ୍କ ସଭାପତିତ୍ୱରେ ଆୟୋଜିତ ସଂସ୍କାରଭ୍ୟାଲି ସ୍କୁଲ ଉଦଘାଟନରେ ମୁଖ୍ୟ ଅତିଥି ଭାବେ ବଳାଙ୍ଗିର ଜିଲ୍ଲା ବିଜେପି ଜିଲ୍ଲା ସଭାପତି ଶ୍ରୀବତ୍ସ ବେହେରା, ସମ୍ମାନିତ ଅତିଥି ଭାବେ ମୁରିବାହଲ ସରପଞ୍ଚ ବିଶ୍ବବିହାରୀ ଯୋଶୀ, ମୁରିବାହାଲ ବ୍ଲକ ପ୍ରେସ କ୍ଳବ୍ ଉପ-ସଭାପତି ରାଜିବ କୁମାର ମହାନ୍ତି, ସମାଜସେବୀ ଦିଲିପ ପୃଷ୍ଟି, ସ୍କୁଲର ମୁଖ୍ୟ ଉପଦେଷ୍ଟା ଫାଲଗୁନୀ ହାତୀ, ଲକ୍ଷ୍ମୀଧର ବାଗ, ହରିଦାସ ତାଣ୍ଡି ପ୍ରମୁଖ ଯୋଗଦେଇଥିଲେ । ଶିକ୍ଷା ବିନା ମଣିଷ ସମାଜର ଅଗ୍ରଗତି ନାହିଁ । ସୁସ୍ଥ ସମାଜ ଗଠନରେ ଶିକ୍ଷାର ଗୁରୁତ୍ୱ ରହିଛି । ଶିକ୍ଷା ବିନା ମଣିଷ ପୂର୍ଣ୍ଣତା ପାଇପାରିବ ନାହିଁ ବୋଲି ଅତିଥି ଗଣ ମତବ୍ୟକ୍ତ କରିଥିଲେ। ଅତିଥି ମାନଙ୍କୁ ଉପଢୌକନ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇଥିଲା । ଦୀପ ପ୍ରଜ୍ଵଳନ ପରେ ସଭା କାର୍ଯ୍ୟ ଆରମ୍ଭ ହୋଇଥିଲା। ଶିଶୁ ମାନଙ୍କ ଦ୍ଵାରା ସାଂସ୍କୃତିକ ପ୍ରଦର୍ଶନ କାର୍ଯ୍ୟକ୍ରମକୁ ଅଧିକ ଆକର୍ଷଣୀୟ କରିଥିଲା, ଅଭିଭାବକମାନେ ସ୍କୁଲର ଭବିଷ୍ୟତ ନେଇ ଖୁସି ଓ ଆଶାବାଦୀ ଥିଲେ। ସଂସ୍କାର ଭ୍ୟାଲି ସ୍କୁଲ ମୁରିବାହାଲ ଓ ପାଖାପାଖି ଅଞ୍ଚଳର ଶିଶୁମାନଙ୍କ ପାଇଁ ଉଜ୍ବଳ ଭବିଷ୍ୟତ ଗଢିବାରେ ନିଶ୍ଚିତ ଭାବେ ସହାୟକ ହେବ। ଶେଷରେ ଧନ୍ୟବାଦ ଜଣାଇ କାର୍ଯ୍ୟକ୍ରମଟି ସମାପ୍ତି ହୋଇଥିଲା।
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ