

ବଲାଙ୍ଗିର, ୩୧ ମାର୍ଚ୍ଚ (ହି.ସ.)- ସ୍ଥାନୀୟ ସରକାରୀ ମହାବିଦ୍ୟାଳୟ, ବଲାଙ୍ଗିର ଠାରେ ଆଜି ଆତ୍ମରକ୍ଷା କୌଶଳ ପ୍ରଶିକ୍ଷଣ ଶିବିର ଉଦଯାପିତ ହୋଇଯାଇଛି | ଛାତ୍ରୀମାନଙ୍କ ପାଇଁ ଆତ୍ମରକ୍ଷା କୌଶଳ ପ୍ରଶିକ୍ଷଣ ଏକ ଉଚିତ୍ ପଦକ୍ଷେପ ଓ କବଚ ସଦୃଶ ବୋଲି ବକ୍ତାମାନେ କହିଥିଲେ | ଏଭଳି ପ୍ରଶିକ୍ଷଣ ଆମମାନଙ୍କ ସକାଶେ ଏକ ଫଳପ୍ରଦ ଶିକ୍ଷା ବୋଲି ଅଂଶଗ୍ରହଣକାରୀ ଛାତ୍ରୀମାନେ କହିଥିଲେ | ସରକାରଙ୍କ ତରଫରୁ ନିର୍ଦ୍ଦେଶିତ ଏ ପ୍ରଶିକ୍ଷଣ ଶିବିର ଗତ ଫେବୃଆରୀ ୧୦ ତାରିଖରୁ ଆରମ୍ଭ ହୋଇ ୩୧ ମାର୍ଚ୍ଚ ୨୦୨୬ ପର୍ଯ୍ୟନ୍ତ ସପ୍ତାହକୁ ଥରେ ଅନୁଷ୍ଠିତ ହେଉଥିଲା | ମହାବିଦ୍ୟାଳୟର ଅଧ୍ୟକ୍ଷ ଡ଼. କୌତୁକ ପନ୍ଦର ଏଥିରେ ସଭାପତିତ୍ୱ କରିଥିଲେ | ଶକ୍ତିଶ୍ରୀ ସଂଯୋଜିକା ପ୍ରାଧ୍ୟାପିକା ବନ୍ଦନା ବାର୍ ଏହାର ଦାୟିତ୍ବକୁ ସୁଚାରୁ ରୂପେ ପରିସମାପ୍ତି କରିଥିବା ବେଳେ ଡ଼. ରମଣୀ ନାଏକ, ଡ଼. ବିଜୟ ବେହେରା, ଲିଲିମା ଗର୍ଡିଆ, କଲ୍ୟାଣୀ ମିଶ୍ର, କମଳାକାନ୍ତ କରାଲି ପ୍ରମୁଖ ସାହାଯ୍ୟ ସହଯୋଗ କରିଥିଲେ | ଏଥିରେ ପ୍ରଶିକ୍ଷିକା ଲିପ୍ସାରାଣୀ ଡାଙ୍ଗ ଓ ସୁବାସିନୀ ମଲ୍ଲିକ ଉପସ୍ଥିତ ରହି ନିଜ ନିଜ ମତ ଉପସ୍ଥାପନ କରିଥିଲେ | ଶେଷରେ ଛାତ୍ରୀମାନଙ୍କୁ ପ୍ରମାଣ ପତ୍ର ବଣ୍ଟନ କରାଯାଇଥିଲା | ଶେଷରେ ଅଧ୍ୟାପକ ହୃଷୀକେଶ ଦାସ ଧନ୍ୟବାଦ୍ ଅର୍ପଣ କରିଥିଲେ |
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ