ଶିକ୍ଷକଙ୍କ ଅବସରକାଳୀନ ସମ୍ଵର୍ଦ୍ଧନା ସଭା
ମାଲକାନଗିରି, ୩୧ ମାର୍ଚ୍ଚ (ହି.ସ.)- ମାଲକାନଗିରି ଜିଲ୍ଲା କାଲିମେଳାବ୍ଲକ ଏମପିଭି ୭୩ ଉନ୍ନୀତ ଉଚ୍ଚ ବିଦ୍ୟାଳୟର ବରିଷ୍ଠ ଶିକ୍ଷକ ଦୟାଲ ବୈରାଗୀଙ୍କର ଅବସର କାଳୀନସମ୍ଵର୍ଦ୍ଧନା ସଭା ଆଜି ଅନୁଷ୍ଠିତ ହୋଇଯାଇଛି। ପ୍ରକାଶ ଥାଉକି, ଦୟାଲ ବୈରାଗୀ ୧.୨.୧୯୮୮ ମସିହାରେ ଚାକିରୀ ଜୀବନ ଆରମ୍ଭ କରି ୩୧.୩.୨୦୨୬
ଶିକ୍ଷକ ଙ୍କ ଅବସର କାଳୀନ ସମ୍ଵର୍ଦ୍ଧନା ସଭା


ମାଲକାନଗିରି, ୩୧ ମାର୍ଚ୍ଚ (ହି.ସ.)- ମାଲକାନଗିରି ଜିଲ୍ଲା କାଲିମେଳାବ୍ଲକ ଏମପିଭି ୭୩ ଉନ୍ନୀତ ଉଚ୍ଚ ବିଦ୍ୟାଳୟର ବରିଷ୍ଠ ଶିକ୍ଷକ ଦୟାଲ ବୈରାଗୀଙ୍କର ଅବସର କାଳୀନସମ୍ଵର୍ଦ୍ଧନା ସଭା ଆଜି ଅନୁଷ୍ଠିତ ହୋଇଯାଇଛି। ପ୍ରକାଶ ଥାଉକି, ଦୟାଲ ବୈରାଗୀ ୧.୨.୧୯୮୮ ମସିହାରେ ଚାକିରୀ ଜୀବନ ଆରମ୍ଭ କରି ୩୧.୩.୨୦୨୬ରେ ଅବସର ଗ୍ରହଣ କରିଛନ୍ତି। ତାଙ୍କର ଅବସରରେ ବିଦ୍ୟାଳୟର ଛାତ୍ରଛାତ୍ରୀ, ଅଭିଭାବକ, ବିଭିନ୍ନ ବିଦ୍ଯାଳୟରୁ ଶିକ୍ଷକ ବୃନ୍ଦ, ବିଦ୍ୟାଳୟ ପରିଚାଳନା କମିଟିର ସଦସ୍ୟ ଉପସ୍ଥିତ ଥିଲେ। ସେ ଜଣେ ଛାତ୍ର ବତ୍ସଳ ଶିକ୍ଷକ ଥିବାରୁ ସମସ୍ତଙ୍କ ପ୍ରିୟପାତ୍ର ଥିଲେ। ସମ୍ବର୍ଦ୍ଧନା ସଭାରେ ଏମପିଭି ୭୩ ବିଦ୍ୟାଳୟର ପ୍ରଧାନଶିକ୍ଷକ ମନୋରଞ୍ଜନ ଦେ ସଭାପତିତ୍ୱ କରିଥିବାବେଳେ ମୁଖ୍ୟଅତିଥି ଭାବେ ପରିଚାଳନା କମିଟି ସଭାପତି ସୁକୁମାର ମଣ୍ଡଳ, ମୁଖ୍ୟ ବକ୍ତା ପ୍ରଶାନ୍ତ ସର୍ଦ୍ଦାର ପ୍ରଧାନ, ଶିକ୍ଷକ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଏମଭି ୮୮। ଅନ୍ୟମାନଙ୍କ ମଧ୍ୟରେ ସୁଜନବୈରାଗୀ ଗ୍ରାମସଭାପତି, ତପନ ଚୌକିଦାର ବରିଷ୍ଠ ନାଗରିକ ତପନ କୁମାର ବାଇନ ଅବସରପ୍ରାପ୍ତ ଶିକ୍ଷକ, ଚିତ୍ତରଞ୍ଜନ ଵାଲା, କିଶୋର ଚନ୍ଦ୍ର ସାହୁ ସିଆରସିସି, ଶ୍ରିବାସ ରାୟ ସିଆରସିସି, ପ୍ରଦୀପ କୁମାର ଦାସ ଶିକ୍ଷକ, ସୁରେଶ ମେହେଟା ଶିକ୍ଷକ ସଂଘ ସଭାପତି ପଡିଆ ବ୍ଲକ,ଦିଲୀପ ଜେନା,ସଚିନ କୃଷ୍ଣ ସାନା, ଶିକ୍ଷୟତ୍ରୀ ଶ୍ରୀମତୀ ସୁନୀତା ସରକାର, ଅମିତା ପ୍ରଧାନ, କୌଶଲ୍ୟା ନାୟକ ଓ ଅଞ୍ଚଳର ବିଭିନ୍ନ ବିଦ୍ୟାଳୟରୁ ଅନେକ ଶିକ୍ଷକ, ଶିକ୍ଷୟିତ୍ରୀ, ଗ୍ରାମବାସୀ ଓ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ। ସମସ୍ତେ ଦୟାଲ ବୈରାଗୀଙ୍କ ଆଗାମୀ ଜୀବନ କୁସୁମିତ ସହ ସୁ ସ୍ବାସ୍ଥ୍ୟ ଓ ନିରୋଗ କାମନା କରିଥିଲେ।

ଶେଷରେ ପ୍ରଧାନ ଶିକ୍ଷକ ଶ୍ରୀ ଦେ ସମସ୍ତଙ୍କୁ ଧନ୍ୟବାଦ୍ ଜ୍ଞାପନ କରି ସଭା ସମାପ୍ତ କରିଥିଲେ।

ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ


 rajesh pande