
ଧର୍ମଶାଳା,୩୧ମାର୍ଚ୍ଚ(ହି.ସ.) - ଯାଜପୁର ଜିଲା ରସୁଲପୁର ବ୍ଲକ ବ୍ରହ୍ମବରଦା ଡିଗ୍ରୀ ମହାବିଦ୍ୟାଳୟ ପରିସରରେ ସେମିନାର ପ୍ରକୋଷ୍ଠରେ ଏକ କଲେଜ ସ୍ତରୀୟ ‘ ନବ ସୃଜନ ଏବଂ ନୂଆ ଉଦ୍ୟମ ପ୍ରତିଯୋଗିତା-୨୦୨୬’ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ବହୁ ଛାତ୍ରଛାତ୍ରୀ ଓଡିଆର ପରମ୍ପରା ଓ ଲୋକପ୍ରିୟ ଖାଦ୍ୟ ପ୍ରସ୍ତୁତ କରି ପ୍ରଦର୍ଶନ କରିଥିଲେ । ଛାତ୍ରଛାତ୍ରୀମାନେ ମଣ୍ଡା,ଆରିସା,କାକରା,ଦହିବରା,ଇଟଲି, ଉପମା ଓ ଡାଲମା ପ୍ରସ୍ତୁତ କରି ପ୍ରତିଯୋଗିତାରେ ପ୍ରଦର୍ଶନ କରିଥିଲେ । ପ୍ରସ୍ତୁତ ପାରମ୍ପରିକ ଓଡିଆ ଖାଦ୍ୟ ଖାଇ ଅତିଥିମାନେ ଖାଦ୍ୟ ପ୍ରସ୍ତୁତ କରିଥିବା ପ୍ରତିଯୋଗିମାନଙ୍କୁ ଉତ୍ସାହିତ କରିବା ସହ ଉଚ୍ଚ ପ୍ରଶଂସା କରିଥିଲେ । ପରେ ଏକ ପ୍ରଦର୍ଶନୀ ସଭା ପ୍ରାଧ୍ୟାପକ ଅମୂଲ୍ୟ କୁମାର ପତିଙ୍କ ଅଧ୍ୟକ୍ଷତାରେ ମୁଖ୍ୟ ଅତିଥିଭାବେ ଡିଗ୍ରୀ ମହାବିଦ୍ୟାଳୟର ଅଧ୍ୟକ୍ଷ ମହେଶ୍ୱର ପାଢୀ ଯୋଗ ଦେଇ ଏଭଳି କାର୍ଯ୍ୟକ୍ରମକୁ ଉଚ୍ଚ ପ୍ରଶଂସା କରିଥିଲେ । ଅନ୍ୟ ଅତିଥିମାନଙ୍କ ମଧ୍ୟରେ ଅଧ୍ୟାପକ ସୌଭାଗ୍ୟ କୁମାର ସାହୁ,ସଂଜୟ କୁମାର ପ୍ରଧାନ,ସୂର୍ଯ୍ୟକାନ୍ତ ରାଉତ,ରୁହୁଲ ଅମୀନ,ଶିବ ପ୍ରସାଦ ଦାସ,ବାବୁଲା ରଣା,ଜୟଶ୍ରୀ ନାୟକ , ସାଗରିକା ଦାଶ ଓ ବିନୟ ରାଉତ ପ୍ରମୁଖ ଯୋଗ ଦେଇ ପ୍ରତିଯୋଗିମାନଙ୍କ ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଥିଲେ । କୃତି ପ୍ରତିଯୋଗିମାନଙ୍କୁ ଅତିଥିମାନେ ପୁରସ୍କୃତ କରିଥିଲେ । ଧର୍ମେନ୍ଦ୍ର ମହାନ୍ତି,କୁଞ୍ଜ ବିହାରୀ ମହାନ୍ତି ଓ ଦୁଃଶାସନ ବେହେରା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।
ହିନ୍ଦୁସ୍ଥାନ ସମାଚାର / ଚିନ୍ମୟ