୪ ସାଂଗଠନିକ ଜିଲ୍ଲା ପାଇଁ ସଭାପତି ଘୋଷଣା କଲା କଂଗ୍ରେସ
ଭୁବନେଶ୍ୱର, ୩୧ ମାର୍ଚ୍ଚ (ହି.ସ.)- ଗଜପତି, ଗଞ୍ଜାମ ପଶ୍ଚିମ , କଟକ ସିଟି ଓ ବୌଦ୍ଧ ପାଇଁ ନୂଆ ଜିଲ୍ଲା ସଭାପତି ଘୋଷଣା କରିଛି ଏଆଇସିସି। ଗଜପତି ଜିଲ୍ଲା ପାଇଁ ଶଙ୍କର ପ୍ରଧାନ, ଗଞ୍ଜାମ ପଶ୍ଚିମ ପାଇଁ ଦଣ୍ଡପାଣି ପାତ୍ର, କଟକ ସିଟି ପାଇଁ ସନ୍ତାୟମ ମିଶ୍ର ଓ ବୌଦ୍ଧ ପାଇଁ ଅବଦୁଲ କଲିମ ଖାନଙ୍କ ନା ଘୋଷଣ
Congress.Flag


ଭୁବନେଶ୍ୱର, ୩୧ ମାର୍ଚ୍ଚ (ହି.ସ.)- ଗଜପତି, ଗଞ୍ଜାମ ପଶ୍ଚିମ , କଟକ ସିଟି ଓ ବୌଦ୍ଧ ପାଇଁ ନୂଆ ଜିଲ୍ଲା ସଭାପତି ଘୋଷଣା କରିଛି ଏଆଇସିସି। ଗଜପତି ଜିଲ୍ଲା ପାଇଁ ଶଙ୍କର ପ୍ରଧାନ, ଗଞ୍ଜାମ ପଶ୍ଚିମ ପାଇଁ ଦଣ୍ଡପାଣି ପାତ୍ର, କଟକ ସିଟି ପାଇଁ ସନ୍ତାୟମ ମିଶ୍ର ଓ ବୌଦ୍ଧ ପାଇଁ ଅବଦୁଲ କଲିମ ଖାନଙ୍କ ନା ଘୋଷଣା କରାଯାଇଛି।

ସୂଚନାଯୋଗ୍ୟ ଯେ ନିକଟରେ ଶେଷ ହୋଇଥିବା ରାଜ୍ୟସଭା ନିର୍ବାଚନରେ କ୍ରସ ଭୋଟିଙ୍ଗ ପାଇଁ କଟକ ବାରବାଟୀ ବିଧାୟିକା ସୋଫିଆ ଫିର୍ଦୋଷ, ସାନଖେମୁଣ୍ଡି ବିଧାୟକ ରମେଶ ଜେନା ଓ ମୋହନା ବିଧାୟକ ଦାଶରଥି ଗମାଙ୍ଗୋଙ୍କୁ ନିଲମ୍ବନ କରିଥିଲା । ଏହା ପରେ ଏହି ଜିଲ୍ଲା ଗୁଡିକରେ ଜିଲ୍ଲା ସଭାପତି ବଦଳିବା ନେଇ ଚର୍ଚ୍ଚା ଜୋର ଧରିଥିଲା।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande