ଅପ୍ରେଲ ୨ରେ ଯୁବ କଂଗ୍ରେସର ଯୁବକ୍ରାନ୍ତି ସମାବେଶ
ଭୁବନେଶ୍ୱର, ୩୧ ମାର୍ଚ୍ଚ (ହି.ସ.)- ଯୁବ କଂଗ୍ରେସ ପକ୍ଷରୁ ସରକାରଙ୍କ ବେଆଇନ ଓ ବେପରୁଆ ନୀତି ବିରୁଦ୍ଧରେ ତଥା ସରକାରଙ୍କ ଅବହେଳା ଯୋଗୁଁ ୧୩ ଜଣ ନିରୀହ ରୋଗୀଙ୍କୁ ଅକାଳ ମୃତ୍ୟୁ ପାଇଁ ଦାୟୀ ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗଙ୍କ ଇସ୍ତଫା ଦାବି ନେଇ ଆସନ୍ତା ଅପ୍ରେଲ ୨ ତାରିଖରେ ମହାତ୍ମାଗାନ୍ଧୀ ମ
hkf


ଭୁବନେଶ୍ୱର, ୩୧ ମାର୍ଚ୍ଚ (ହି.ସ.)- ଯୁବ କଂଗ୍ରେସ ପକ୍ଷରୁ ସରକାରଙ୍କ ବେଆଇନ ଓ ବେପରୁଆ ନୀତି ବିରୁଦ୍ଧରେ ତଥା ସରକାରଙ୍କ ଅବହେଳା ଯୋଗୁଁ ୧୩ ଜଣ ନିରୀହ ରୋଗୀଙ୍କୁ ଅକାଳ ମୃତ୍ୟୁ ପାଇଁ ଦାୟୀ ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗଙ୍କ ଇସ୍ତଫା ଦାବି ନେଇ ଆସନ୍ତା ଅପ୍ରେଲ ୨ ତାରିଖରେ ମହାତ୍ମାଗାନ୍ଧୀ ମାର୍ଗରେ “ଯୁବକ୍ରାନ୍ତି ସମାବେଶ” ପାଳନ କରାଯିବ । ଯୁବ କଂଗ୍ରେସ ସଭାପତି ରଞ୍ଜିତ ପାତ୍ର ଏକ ସାମ୍ବାଦିକ ସମ୍ମିନଳୀରେ ଏହି ସୂଚନା ଦେଇଛନ୍ତି।

ସେ କହିଛନ୍ତି ଯେ ଜୀବନ ବଞ୍ଚାଇବା ପାଇଁ ନିରୀହ ଜନତା ରାଜ୍ୟର ଆସ୍ଥା ଓ ବିଶ୍ୱାସ ଥିବା କଟକ ବଡ ମେଡିକାଲ କଲେଜରେ ଚିକିତ୍ସିତ ହେବା ପାଇଁ ଭର୍ତି ହୋଇଥିଲେ । କିନ୍ତୁ ଅତି ଦୁଃଖର କଥା ଜୀବନ ବଞ୍ଚାଇବେ କ’ଣ ସରକାର ଏବଂ ମେଡିକାଲ ପ୍ରଶାସନଙ୍କର ଅକ୍ଷମଣୀୟ ଅବହେଳା ଯୋଗୁଁ ଅଗ୍ନିକାଣ୍ଡ ଘଟି ଅକାଳ ମୃତ୍ୟୁ ବରଣ କଲେ । ଆଶ୍ଚର୍ଯ୍ୟର କଥା ସାରା ଦେଶରେ ଚହଳ ସୃଷ୍ଟି କରିଥିବା ଏହି ଘଟଣାକୁ ନେଇ ସ୍ୱାସ୍ଥ୍ୟମନ୍ତ୍ରୀ କିମ୍ବା ମେଡିକାଲ ପ୍ରଶାସନଙ୍କ ଉପରେ କୌଣସି କାର୍ଯ୍ୟାନୁଷ୍ଠାନ କଲେ ନାହିଁ । ଯୁବ କଂଗ୍ରେସ ସ୍ୱାସ୍ଥ୍ୟ ଅବିଳମ୍ବେ ଇସ୍ତଫା ପ୍ରଦାନ କରନ୍ତୁ ବୋଲି ଦାବି କରୁଛି । ଅନ୍ୟପକ୍ଷରେ ଉତ୍କଟ ବେକାରି ସମସ୍ୟାରେ ରାଜ୍ୟରେ ଯୁବ ସମାଜ ଉବୁଟୁବୁ ହେଉଛି । ସରକାର ଆଉଟ୍ ସୋର୍ସିଙ୍ଗ ଜରିଆରେ ଯୁବକ ଯୁବତୀଙ୍କୁ କମ୍ ମୂଲ୍ୟରେ ଖଟାଇ ଶୋଷଣ କରୁଛି । ପୁରୀ ସାଂସଦ ବଜାର ମଧ୍ୟରେ ଖଣ୍ଡା ବୁଲାଉଛନ୍ତି ତ କେତେବେଳେ ଟିଟିଲାଗଡ ବିଧାୟକ ପିଏସଓଙ୍କ ପିସ୍ତଲ ଝଡାଇ ଫାଙ୍କା ଗୁଳି ଚଳାଉଛନ୍ତି । କିନ୍ତୁ ପ୍ରଶାସନ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନାହିଁ । ଚୋରି, ହତ୍ୟା, ଲୁଣ୍ଠନ ଓ ନାରୀ ଦୁଷ୍କର୍ମ ପ୍ରତ୍ୟେହ ବଢ଼ିବାରେ ଲାଗିଛି । ସରକାର ଜାଣିପାରୁନାହାନ୍ତି କେମିତି ନିୟନ୍ତ୍ରଣ କରାଯାଇପାରିବ । ରାଜ୍ୟରେ ସବୁଠାରୁ କ୍ଷତିଗ୍ରସ୍ତରେ ଅବସ୍ଥାରେ ଅଛନ୍ତି ଚାଷୀ ସମାଜ । ମନଇଚ୍ଛା କଟନି ଛଟନି କରି ହଜାର ହଜାର କୋଟି ଟଙ୍କା ସମବାୟ ବିଭାଗ, ଯୋଗାଣ ବିଭାଗ, ମିଲରସ୍ ଓ ମନ୍ତ୍ରୀଙ୍କ ମଧ୍ୟରେ ଭାଗ ବଣ୍ଟା ଚାଲିଛି । ଚାଷୀଙ୍କ ବଳକା ଧାନକୁ ସରକାର କିଣିବାକୁ ନାରାଜ । ଫଳରେ ଚାଷୀ ବଳକା ଧାନ ଶାଗ ମାଛ ମୂଲ୍ୟରେ ମିଲରସ୍ଙ୍କ ହାତରେ ଟେକି ଦେବା ପାଇଁ ବାଧ୍ୟ ହୋଇଛି ।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande