କାଲି ଓଡ଼ିଶା ଆସିବେ ଅମିତ ଶାହ
ଭୁବନେଶ୍ୱର, ୦୫ ମାର୍ଚ୍ଚ (ହି.ସ)- ଆସନ୍ତାକାଲି (ଶୁକ୍ରବାର) କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ୍ ଶାହ ଓଡ଼ିଶା ଆସିବେ।ଏହି ଗସ୍ତ ବେଳେ ଶ୍ରୀ ଶାହ କଟକ ମୁଣ୍ଡଳିସ୍ଥିତ ସିଆଇଏସଏଫର ପ୍ରତିଷ୍ଠା ଦିବସ କାର୍ଯ୍ୟକ୍ରମରେ ଯୋଗଦେବେ। ଅପରାହ୍ଣରେ ଜଟଣୀରେ ଜାତୀୟ ଫୋରେନ୍ସିକ୍ ବିଜ୍ଞାନ ବିଶ୍ୱବିଦ୍ୟାଳୟ ଏବଂ କେନ୍ଦ୍
Amit shah


ଭୁବନେଶ୍ୱର, ୦୫ ମାର୍ଚ୍ଚ (ହି.ସ)- ଆସନ୍ତାକାଲି (ଶୁକ୍ରବାର) କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ୍ ଶାହ ଓଡ଼ିଶା ଆସିବେ।ଏହି ଗସ୍ତ ବେଳେ ଶ୍ରୀ ଶାହ କଟକ ମୁଣ୍ଡଳିସ୍ଥିତ ସିଆଇଏସଏଫର ପ୍ରତିଷ୍ଠା ଦିବସ କାର୍ଯ୍ୟକ୍ରମରେ ଯୋଗଦେବେ। ଅପରାହ୍ଣରେ ଜଟଣୀରେ ଜାତୀୟ ଫୋରେନ୍ସିକ୍ ବିଜ୍ଞାନ ବିଶ୍ୱବିଦ୍ୟାଳୟ ଏବଂ କେନ୍ଦ୍ରୀୟ ଫୋରେନ୍ସିକ୍ ବିଜ୍ଞାନ ପରୀକ୍ଷାଗାର କ୍ୟାମ୍ପସ ପାଇଁ ଭୂମି ପୂଜନ କରିବେ। ଏଥି ସହ ଆଭାସୀ ମାଧ୍ୟମରେ ଏନଏଫଏସୟୁ ଟ୍ରାନଜିଟ୍ କ୍ୟାମ୍ପସର ଶୁଭ ଉଦ୍ଘାଟନ କରିବେ।

ଅପରାହ୍ଣରେ ଭୁବନେଶ୍ୱର ଇଡକୋ ପ୍ରଦର୍ଶନୀ ପଡ଼ିଆରେ ନ୍ୟାୟ ସଂହିତା ପ୍ରଦର୍ଶନୀକୁ ଉଦଘାଟନ କରିବା କାର୍ଯ୍ୟକ୍ରମ ରହିଛି ।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande