

ଭୁବନ, ୫ ମାର୍ଚ୍ଚ (ହି.ସ.)-
ଢେ଼ଙ୍କାନାଳ ଜିଲ୍ଲା ଭୁବନ ବିଜୁ ଜନତା ଦଳ ତରଫରୁ ସ୍ଥାନୀୟ ବିଷ୍ଣୁପ୍ରିୟା ଗାଲାକ୍ସି କନଫରେନ୍ସ ହଲରେ ମହାନ୍ ଜନନାୟକ, ପ୍ରବାଦ ପୁରୁଷ, ଆଧୁନିକ ଓଡ଼ିଶାର ନିର୍ମାତା, ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ବର୍ଗତ ବିଜୁ ପଟ୍ଟନାୟକଙ୍କ ୧୧୦ତମ ଜୟନ୍ତୀ ମହାସମାରୋହରେ ପାଳିତ ହୋଇଯାଇଛି। ବ୍ଲକ ବିଜେଡି ସଭାପତି ରମେଶ ଚନ୍ଦ୍ର ସାହୁଙ୍କ ଅଧ୍ୟକ୍ଷତା ଓ ଏନ୍ ଏ ସି ବିଜେଡି ସଭାପତି ତଥା ନଗରପାଳ ଶୁଭେନ୍ଦୁ କୁମାର ସାହୁଙ୍କ ସଂଯୋଜନାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସାଂସଦ ପ୍ରାର୍ଥୀ ଡ଼ା. ଅବିନାଶ ସାମଲ ଯୋଗଦେଇ ବିଜୁ ବାବୁଙ୍କ କର୍ମମୟ ଜୀବନ ଏବଂ ଓଡ଼ିଶା ପାଇଁ ତାଙ୍କ ଅବଦାନ ସମ୍ପର୍କରେ ବର୍ଣ୍ଣନା କରିଥିଲେ । ଓଡ଼ିଶାର ବରପୁତ୍ର ତଥା ଇଣ୍ଡୋନେସିଆର ଭୂମିପୁତ୍ର ବିଜୁ ବାବୁଙ୍କୁ ଭାରତ ରତ୍ନ ନମିଳିବା ଅତ୍ୟନ୍ତ ଦୁଃଖ ଦାୟକ ବୋଲି ମତବ୍ୟକ୍ତ କରିଥିଲେ । ମୁଖ୍ୟବକ୍ତା ଭାବେ ଜିଲ୍ଲା ବିଜେଡି କାର୍ଯ୍ୟକାରୀ ସଭାପତି ସନ୍ଦୀପ ଷଡ଼ଙ୍ଗୀ ( ଡୁଗୁ) ଯୋଗଦେଇ କହିଥିଲେ ଯେ, ସାହସର ଅନ୍ୟ ନାମ ବିଜୁ ପଟ୍ଟନାୟକ, ଓଡ଼ିଆ ଜାତିର ସେ ଅମର ନାୟକ । ବିଜୁ ବାବୁଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ତାଙ୍କ ଭଳି ସାହସୀ ହୁଅ ଆଉ ମା ମାଟିକୁ ଭଲ ପାଅ ବୋଲି ମତବ୍ୟକ୍ତ କରିଥିଲେ । ମା ହେଲେ ପାଠୋଇ, ଦେଶ ଯିବ ଆଗେଇ ସ୍ଲୋଗାନ ଦେଇ ନାରୀ ଶିକ୍ଷା ଓ ନାରୀ ଶକ୍ତିର ସଶକ୍ତିକରଣ ପାଇଁ ପଦକ୍ଷେପ ନେଇ ରାଜନୀତିରେ ମହିଳା ମାନଙ୍କ ପାଇଁ ୩୩ ପ୍ରତିଶତ ସ୍ଥାନ ସଂରକ୍ଷଣ କରିବାରେ ବିଜୁ ବାବୁ ଥିଲେ ସାରା ଭାରତ ବର୍ଷର ପ୍ରଥମ ରାଜନେତା ବୋଲି ସମ୍ମାନିତ ଅତିଥି ଭାବେ ଯୋଗଦେଇ ଜିଲ୍ଲା ବିଜେଡି ଉପ ସଭାପତି ସୁଧାକର ସାହୁ କହିଥିଲେ ।ଅନ୍ୟତମ ଅତିଥି ଭାବେ ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ସିପ୍ରା ବରାଳ, ଏନ୍ ଏ ସି ଉପାଧ୍ୟକ୍ଷା ଶ୍ରୀମତୀ ମାନିନୀ ସାହୁ, ପୂର୍ବତନ ଅଧ୍ୟକ୍ଷ ଧର୍ମାନନ୍ଦ ବରାଳ, ଜିଲ୍ଲା ବିଜେଡି ସାଧାରଣ ସମ୍ପାଦକ ନରେନ୍ଦ୍ର କୁମାର ସାହୁ, ଅଜୟ ସେଠୀ, ଅଭିମନ୍ୟୁ ବେହେରା, ସୋମନାଥ ମହାରଣା, ସମ୍ପାଦକ ବିଶ୍ୱଜିତ୍ ବାରିକ, ପିଣ୍ଟୁ ଦାସ ପ୍ରମୁଖ ବକ୍ତବ୍ୟ ରଖି ବିଜୁ ବାବୁଙ୍କୁ ମରଣୋତ୍ତର ଭାରତ ରତ୍ନ ପ୍ରଦାନ ପାଇଁ ଦାବି କରିବା ସହିତ ତ୍ରିସ୍ତରୀୟ ପଞ୍ଚାୟତିରାଜ ବ୍ୟବସ୍ଥାର ସ୍ରଷ୍ଟା ବିଜୁ ବାବୁଙ୍କ ଜନ୍ମ ଦିବସକୁ ପୂର୍ବରୁ ସରକାରୀ ସ୍ତରରେ ପଞ୍ଚାୟତିରାଜ ଦିବସ ଭାବେ ପାଳନ କରାଯାଉଥିଲା କିନ୍ତୁ ଦୁଃଖ ଓ ପରିତାପର ବିଷୟ ଓଡ଼ିଶାରେ ଡବଲ ଇଞ୍ଜିନ ସରକାର ଆସିବା ପରେ ହୀନ ମନ୍ୟତାର ପରିଚୟ ଦେଇ ଏହାକୁ ବନ୍ଦ କରିଦେଲା । ଆଗାମୀ ପଞ୍ଚାୟତ ଓ ପୌର ନିର୍ବାଚନରେ ଆପଣ ମାନେ ଏହାର ଜବାବ ଦେବାକୁ ଆହ୍ୱାନ ଦେଇଥିଲେ । କାର୍ଯ୍ୟକ୍ରମ ପ୍ରାରମ୍ଭରେ ଅତିଥି ମାନଙ୍କ ଦ୍ଵାରା ସହିଦ୍ ବାଜି ରାଉତଙ୍କ ପ୍ରତିମୂର୍ତ୍ତି ଓ ବିଜୁ ପଟ୍ଟନାୟକଙ୍କ ଫଟୋ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରାଯିବା ସହିତ ବନ୍ଦେ ମାତରଂ ଗାନ କରାଯାଇଥିଲା ।ଏହି କାର୍ଯ୍ୟକ୍ରମରେ ବିଜେଡି ସମର୍ଥିତ ସରପଞ୍ଚ, ସମିତି ସଭ୍ୟ, ଜିଲ୍ଲା ପରିଷଦ ସଭ୍ୟ, କାଉନସିଲରଙ୍କ ସମେତ ୫ଶହରୁ ଉର୍ଦ୍ଧ୍ବ ଦଳୀୟ କର୍ମୀ ଯୋଗଦେଇଥିଲେ । ଏଥିରେ ବିଜୁ ଜନତା ଦଳର କାର୍ଯ୍ୟକର୍ତ୍ତା ବିନୋଦ କୁମାର ବେହେରା, ରାକେଶ ଆଏଚ୍, ସୁଶାନ୍ତ ପୃଷ୍ଟି, ମୁରଲୀ ମୋହନ ମାହୁନ୍ତ, ସୌରଭ ରାଉତ, ସିଲୁ ନାୟକ, ଲିଙ୍ଗରାଜ ସାହୁ, ପିତୁନୁ ପାତ୍ର, ଜଗବନ୍ଧୁ ସାହୁ, ସୁଶାନ୍ତ ବାରିକ୍, ସିପୂନା ଦାସ, ସାଗର ସାହୁ, ଦେବାଶିଷ ସାହୁ, ବୁବୁନା ସେଠୀ, ଗଣେଶ୍ୱର ବିହାରୀ, ନାରାୟଣ ନାୟକ, ରାକେଶ ପୃଷ୍ଟି, ବଳରାମ ସାହୁ, ସୁବ୍ରତ ବାରିକ୍, ପ୍ରିତମ ବେହେରା, ଜୟନ୍ତ ପ୍ରଧାନ, କୁଞ୍ଜବନ ବେହେରା, ରାକେଶ ସାହୁ,ଧନେଶ୍ଵର ସାହୁ, ଭରତ ମଲ୍ଲିକ, ତ୍ରିଲୋଚନ ସାହୁ, ଶୁଭକାନ୍ତ ବର୍ଦ୍ଧନ, ଦିଲ୍ଲୀପ କୁମାର ରାଉତ, କୃଷ୍ଣ ଚନ୍ଦ୍ର ସାହୁ ପ୍ରମୁଖ ସକ୍ରିୟ ଅଂଶଗ୍ରହଣ ଓ ସହଯୋଗ କରିଥିଲେ ।
ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ