ଖଡ଼ିଆଳରେ ଦୁଇ ଗୋଟି ପୁସ୍ତକ ଲୋକାର୍ପିତ
ନୂଆପଡ଼ା, ୫ ମାର୍ଚ୍ଚ (ହି.ସ.)- ଅବସରପ୍ରାପ୍ତ ପ୍ରାଧ୍ଯାପକ ଲୋହିତାକ୍ଷ ଯୋଷୀ ଓ କଣ୍ଟାବାଞ୍ଜି ମହିଳା ମହାବିଦ୍ୟାଳୟର ଅଧ୍ଯାପିକା ସଞ୍ଜିବନୀ ସୁଧା ରଥ ଉଭୟଙ୍କ ଦ୍ବାରା ଲିଖିତ ପୁସ୍ତକ '' ଅନୁଶୀଳନ ଓ ବିଶ୍ଳେଷଣ '' ଏବଂ ଶ୍ରୀ ଯୋଷୀଙ୍କ ରଚିତ ଇଂରାଜୀ ପୁସ୍ତକ '' ଚେଞ୍ଜ ଆଣ୍ଡ୍ ଟ୍ରେଡିସନ୍ସ ଇନ୍
Pustak lokarpana utsav


ନୂଆପଡ଼ା, ୫ ମାର୍ଚ୍ଚ (ହି.ସ.)- ଅବସରପ୍ରାପ୍ତ ପ୍ରାଧ୍ଯାପକ ଲୋହିତାକ୍ଷ ଯୋଷୀ ଓ କଣ୍ଟାବାଞ୍ଜି ମହିଳା ମହାବିଦ୍ୟାଳୟର ଅଧ୍ଯାପିକା ସଞ୍ଜିବନୀ ସୁଧା ରଥ ଉଭୟଙ୍କ ଦ୍ବାରା ଲିଖିତ ପୁସ୍ତକ ' ଅନୁଶୀଳନ ଓ ବିଶ୍ଳେଷଣ ' ଏବଂ ଶ୍ରୀ ଯୋଷୀଙ୍କ ରଚିତ ଇଂରାଜୀ ପୁସ୍ତକ ' ଚେଞ୍ଜ ଆଣ୍ଡ୍ ଟ୍ରେଡିସନ୍ସ ଇନ୍ ନାଇଜେରିଏନ୍ ନୋଭେଲ୍ସ ଇନ୍ ଇଂଲିଶ୍ : ସିଲକ୍ଟେଡ୍ ଓ୍ୱଆର୍କ୍ସ ଅଫ୍ ଚିନୁଆ ଆଚେବେ ଏଣ୍ଡ୍ ବେନ୍ ଓକ୍ରି' ଖଡ଼ିଆଳ ପାଠାଗାର ଗୃହରେ ଲୋକାର୍ପିତ ହୋଇଯାଇଛି । ସମାରୋହରେ ଅବସରପ୍ରାପ୍ତ ମୁଖ୍ୟ ଆୟକର କମିଶନର ଶ୍ରୀକାନ୍ତ ଚଟର୍ଜୀ, ପ୍ରାକ୍ତନ ଅଧ୍ଯକ୍ଷା ତଥା ସୁସାହିତ୍ଯିକା ଡକ୍ଟର ଅଞ୍ଜଳି ପାଢ଼ୀ ଓ ବିଶିଷ୍ଟ କବି ପଟ୍ଟାୟତ ନୀଳଲୋହିତ ସିଂହ ଦେବ ବରେଣ୍ଯ ଅତିଥି ଭାବରେ ଯୋଗଦେଇ ପୁସ୍ତକ ଦ୍ୱୟକୁ ଉନ୍ମୋଚନ କରିଥିଲେ । ବୋଡେନ ସ୍ଥିତ ବିଜୁପଟ୍ଟନାୟକ ମହାବିଦ୍ୟାଳୟର ପ୍ରାଧ୍ୟାପକ ସାମୁଏଲ ଦାନୀ, ସୁସାହିତ୍ଯିକ ଡକ୍ଟର ସୁଶାନ୍ତ କୁମାର ବିଶି ଓ ଗାଳ୍ପିକ ମିୟୋଗ ରଞ୍ଜନ ପାତ୍ର ପୁସ୍ତକ ଦୁଇଟି ଉପରେ ଆଲୋଚନା କରିଥିବା ବେଳେ ରାଜା ଆର୍ତ୍ତତ୍ରାଣ ସରକାରୀ ଉଚ୍ଚ ବିଦ୍ୟାଳୟର ସହକାରୀ ଶିକ୍ଷକ ଗୌରାଙ୍ଗ କୁମାର ସାହୁ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ । ବୁଦ୍ଧିଜୀବୀ ବିଶ୍ୱଜିତ ପାଢ଼ୀ, ଅଧ୍ଯାପିକା ଶିଳା ତ୍ରିବେଦୀ, ଅଧ୍ଯାପକ ରମାକାନ୍ତ ସିଂ ସାହାଣୀ, କବି ପବିତ୍ର ମୋହନ ପ୍ରଧାନ ପ୍ରମୁଖ ଲେଖକ ଦମ୍ପତିଙ୍କୁ ସେମାନଙ୍କ ସାରସ୍ୱତ ସାଧନାର ବିଭିନ୍ନ ଦିଗ ଉପରେ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମରେ ସକ୍ରିୟ ଅଂଶଗ୍ରହଣ କରିଥିଲେ। ବ୍ୟଙ୍ଗ କବି ପବିତ୍ର ମୋହନ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ।

କାର୍ଯ୍ୟକ୍ରମରେ ପ୍ରାକ୍ତନ ଅଧ୍ଯକ୍ଷ ଡକ୍ଟର ହରେନ୍ଦ୍ର କୁମାର ପଣ୍ଡା, ପ୍ରାଧ୍ୟାପକ ଡକ୍ଟର ତରୁଣ କୁମାର ପ୍ରଧାନ, ସବିତା ଚଟର୍ଜୀ, ସାହିତ୍ଯିକ ହରିପ୍ରସାଦ ମୁଣ୍ଡ, ଅଶ୍ୱିନୀ କୁମାର ପାଢ଼ୀ, ଆର୍ତ୍ତ ବଲ୍ଲଭ ଯୋଷୀ, ନୀଳିମା ରାଣୀ ସାଗର, ଅରିନ୍ଦ୍ର କୁମାର ପ୍ରଧାନ, କିଶୋର ଅଗସ୍ତି ପ୍ରମୁଖ ଉପସ୍ଥିତ ଥିଲେ।

ପ୍ରକାଶ ଥାଉକି, ଶ୍ରୀ ଯୋଷୀଙ୍କର ଏହା ହେଉଛି ଅଷ୍ଟମ ଓ ଶ୍ରୀମତୀ ରଥଙ୍କର ତୃତୀୟ ପୁସ୍ତକ ।

ହିନ୍ଦୁସ୍ଥାନ ସମାଚାର / ହେମନ୍ତ


 rajesh pande