ଚାନ୍ଦବାଲିରେ ଘନ କୁହୁଡ଼ି, ତିନି ସ୍ଥାନରେ ମଧ୍ୟମ ଧରଣର କୁହୁଡ଼ି ଦୃଶ୍ୟମାନ
ଭୁବନେଶ୍ୱର, ୫ ମାର୍ଚ୍ଚ (ହି.ସ.)- ଗୁରୁବାର ସକାଳେ ରାଜ୍ୟର ଗୋଟିଏ ସ୍ଥାନରେ ଘନ କୁହୁଡ଼ି ଏବଂ ତିନୋଟି ସ୍ଥାନରେ ମଧ୍ୟମ ଧରଣର କୁହୁଡ଼ି ଦେଖିବାକୁ ମିଳିଛି । ଆଜି ସକାଳେ ଚାନ୍ଦବାଲିରେ ଘନ କୁହୁଡ଼ି ଦେଖିବାକୁ ମିଳିଛି । ଯାହାର ଦୃଶ୍ୟମାନ ଦୂରତା ୫୦ ମିଟରରୁ ୨୦୦ ମିଟର ମଧ୍ୟରେ ରହିଛି । ସେହିପରି
ଚାନ୍ଦବାଲିରେ ଘନ କୁହୁଡ଼ି, ତିନି ସ୍ଥାନରେ ମଧ୍ୟମ ଧରଣର କୁହୁଡ଼ି ଦୃଶ୍ୟମାନ


ଭୁବନେଶ୍ୱର, ୫ ମାର୍ଚ୍ଚ (ହି.ସ.)- ଗୁରୁବାର ସକାଳେ ରାଜ୍ୟର ଗୋଟିଏ ସ୍ଥାନରେ ଘନ କୁହୁଡ଼ି ଏବଂ ତିନୋଟି ସ୍ଥାନରେ ମଧ୍ୟମ ଧରଣର କୁହୁଡ଼ି ଦେଖିବାକୁ ମିଳିଛି ।

ଆଜି ସକାଳେ ଚାନ୍ଦବାଲିରେ ଘନ କୁହୁଡ଼ି ଦେଖିବାକୁ ମିଳିଛି । ଯାହାର ଦୃଶ୍ୟମାନ ଦୂରତା ୫୦ ମିଟରରୁ ୨୦୦ ମିଟର ମଧ୍ୟରେ ରହିଛି ।

ସେହିପରି ଭୁବନେଶ୍ୱର, ଢ଼େଙ୍କାନାଳ ଏବଂ ପାରାଦୀପରେ ମଧ୍ୟମ ଧରଣର କୁହୁଡ଼ି ଦେଖିବାକୁ ମିଳିଛି । ଯାହାର ଦୃଶ୍ୟମାନ ଦୂରତା ୨୦୦ ମିଟରରୁ ୫୦୦ ମିଟର ମଧ୍ୟରେ ରହିଛି । ଭୁବନେଶ୍ୱର ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଜାରି ହୋଇଥିବା ଟ୍ୱିଟ୍ ରୁ ଏହି ସୂଚନା ମିଳିଛି ।

ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ


 rajesh pande