ଶିକ୍ଷକଙ୍କ ବଦଳିକୁ ବିରୋଧ କରି ସ୍କୁଲରେ ତାଲା ମାରିଲେ ଗ୍ରାମବାସୀ
ନୂଆପଡ଼ା, ୫ ମାର୍ଚ୍ଚ (ହି.ସ.)- ନୂଆପଡ଼ା ଜିଲ୍ଲା ବୋଡ଼େନ ବ୍ଲକର କନକପୁର ପ୍ରାଥମିକ ବିଦ୍ୟାଳୟରେ ଆଜି ତାଲା ପକାଇ ଧାରଣା ଦେଇଛନ୍ତି ଛାତ୍ରଛାତ୍ରୀ ଏବଂ ଅଭିଭାବକ। ସ୍କୁଲରେ ଶିକ୍ଷକ ଥିବା ଅଭିରାମ ମାଝୀଙ୍କୁ ଗତ ପଚିଶ ତାରିଖରେ ଅନ୍ୟ ସ୍କୁଲକୁ ବଦଳି କରା ହୋଇଛି। ଏହାକୁ ବିରୋଧ କରି ଗ୍ରାମବାସୀ ପାଠ
School re tala marile abhibhabak


ନୂଆପଡ଼ା, ୫ ମାର୍ଚ୍ଚ (ହି.ସ.)- ନୂଆପଡ଼ା ଜିଲ୍ଲା ବୋଡ଼େନ ବ୍ଲକର କନକପୁର ପ୍ରାଥମିକ ବିଦ୍ୟାଳୟରେ ଆଜି ତାଲା ପକାଇ ଧାରଣା ଦେଇଛନ୍ତି ଛାତ୍ରଛାତ୍ରୀ ଏବଂ ଅଭିଭାବକ। ସ୍କୁଲରେ ଶିକ୍ଷକ ଥିବା ଅଭିରାମ ମାଝୀଙ୍କୁ ଗତ ପଚିଶ ତାରିଖରେ ଅନ୍ୟ ସ୍କୁଲକୁ ବଦଳି କରା ହୋଇଛି। ଏହାକୁ ବିରୋଧ କରି ଗ୍ରାମବାସୀ ପାଠ ପଢା ବନ୍ଦ କରିବା ସହ ଧାରଣା ଦେଇଛନ୍ତି। ଶିକ୍ଷକ ଅଭିରାମ ମାଝୀ ଜଣେ ଛାତ୍ର ବତ୍ସଳ ଓ କର୍ତ୍ତବ୍ୟ ପରାୟଣ ଶିକ୍ଷକ ଥିଲେ ଏଣୁ ତାଙ୍କୁ ପୁଣିଥରେ ଅବସ୍ଥାପିତ କରିବାକୁ ସେମାନେ ଦାବି କରିଛନ୍ତି। ବୋଡ଼େନ ଗୋଷ୍ଠୀ ଶିକ୍ଷା ଅଧିକାରୀ ରୁଦ୍ରେଶ୍ୱର ମେହେର ଆସି ଲୋକ ମାନଙ୍କ ସହ ଆଲୋଚନା କରୁଛନ୍ତି। ଗ୍ରାମବାସୀ ଲିଖିତ ଭାବରେ ଜଣାଇଲେ ଉପରିସ୍ଥ ଅଧିକାରୀଙ୍କୁ ଅବଗତ କରାଇବେ ବୋଲି ସେ କହିଛନ୍ତି। କନକପୁର ପ୍ରାଥମିକ ବିଦ୍ୟାଳୟରେ ୬୫ ଜଣ ଛାତ୍ର ଛାତ୍ରୀ ଥିବାବେଳେ ଦୁଇ ଜଣ ଶିକ୍ଷକ ଅଛନ୍ତି। ଶିକ୍ଷକ ଦୁଇ ଜଣ ବୟସ୍କ ବ୍ୟକ୍ତି ହୋଇଥିବାରୁ ଶିକ୍ଷକ ଅଭିରାମ ମାଝୀ ଅଥବା ଜଣେ ଯୁବ ଶିକ୍ଷକ ଦେବାକୁ ଗ୍ରାମବାସୀ ଦାବି ରଖିବା ସହ ଦାବି ପୂରଣ ନହେଲେ ତାଲା ବନ୍ଦ ଅବ୍ୟାହତ ରଖିବାର ଚେତାବନୀ ଦେଇଛନ୍ତି।

ଆଜିର ଧାରଣାରେ ଲିଙ୍ଗରାଜ ଧରୁଆ, ଈଶ୍ୱର ହାତୀ, ଧନମତି ମାଝୀ, ରିତିକ ବକୁଲଙ୍କ ସହ ସାମିଲ ଥିଲେ।

ହିନ୍ଦୁସ୍ଥାନ ସମାଚାର / ହେମନ୍ତ


 rajesh pande