
ଭୁବନେଶ୍ୱର, 05 ମାର୍ଚ୍ଚ (ହି.ସ.)- ରାଜ୍ୟସଭା
ପାଇଁ ନାମାଙ୍କନ ପତ୍ର ଦାଖଲ କରିଛନ୍ତି ଡା. ଦତ୍ତେଶ୍ବର ହୋତା। ମିଳିତ ପ୍ରାର୍ଥୀ ଭାବେ
ନାମାଙ୍କନ ଦାଖଲ କରିଛନ୍ତି ଡା. ହୋତା। କମନ୍ କ୍ୟାଣ୍ଡିଡେଟ୍ ଭାବେ ନାମାଙ୍କନ ଭରିଲେ ଡା.
ହୋତା । କଂଗ୍ରେସ ଓ ବିଜେଡି ସମର୍ଥନରେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ଦତ୍ତେଶ୍ବର ନାମାଙ୍କନ
କକ୍ଷରେ ବିଜେଡି ସୁପ୍ରିମୋ
ନବୀନ ଓ ପିସିସି ସଭାପତି ଭକ୍ତ ଦାସଙ୍କ ସହ କଂଗ୍ରେସ ବିଧାୟକ ଦଳ ନେତା କାଡାମ ଓ ଅନ୍ୟ
ସଦସ୍ୟମାନେ ଉପସ୍ଥିତ ଥିଲେ । ବିଜେଡିର
ମଧ୍ୟ କିଛି ବିଧାୟକ ନାମାଙ୍କନ ଭରିବା କକ୍ଷରେ ଉପସ୍ଥିତ ଥିଲେ ।
ସଂତୃପ୍ତ ଓ ଦତ୍ତେଶ୍ବରଙ୍କ
ପ୍ରାର୍ଥିପତ୍ର ଦାଖଲ ପରେ ନବୀନ ପଟ୍ଟନାୟକ ପ୍ରତିକ୍ରିୟା ରଖି କହିଛନ୍ତି ଯେ, ପ୍ରାର୍ଥିପତ୍ର
ଦାଖଲ କରିଥିବା ୨ ପ୍ରାର୍ଥୀଙ୍କୁ ସ୍ବାଗତ କରୁଛି । ସମ୍ଭାବ୍ୟ ମେଣ୍ଟ ସମ୍ପର୍କିତ ପ୍ରଶ୍ନରେ
କହିଛନ୍ତି ସମୟ କହିବ ଭବିଷ୍ୟତ ।
ଦତ୍ତେଶ୍ବରଙ୍କ
ପ୍ରାର୍ଥିତ୍ବକୁ ନେଇ ପିସିସି ସଭାପତି ଭକ୍ତ ଦାସ ପ୍ରତିକ୍ରିୟା ରଖି କହିଛନ୍ତି ଯେ, ଆମ ୩ଟି
ଦଳର ସମର୍ଥନରେ ଡା. ଦତ୍ତେଶ୍ବର ହୋତା ପ୍ରାର୍ଥୀ ହୋଇଛନ୍ତି । ସମାଜବାଦୀ ଓ ସମଭାବାପନ୍ନଙ୍କୁ
ଏକାଠି ପାଇଁ ନବୀନ ଆହ୍ବାନ ଦେଇଥିଲେ । ତେଣୁ ଏକାଠି ହେବା ଐତିହାସିକ ପଦକ୍ଷେପ ।
ରାଜନୀତିରେ କେହି
କାହାର ଶତ୍ରୁ ନୁହଁନ୍ତି କହିଛନ୍ତି ସଂତୃପ୍ତ ମିଶ୍ର । ଦିଲ୍ଲୀପ ରାୟ ସ୍ବାଧୀନ ପ୍ରାର୍ଥୀ
ପ୍ରଶ୍ନରେ କହିଛନ୍ତି ଅଧିକାର ଅଛି ।ଗଣତାନ୍ତ୍ରିକ ବ୍ୟବସ୍ଥାରେ କେହି ବି ପ୍ରତିଦ୍ବନ୍ଦିତା
କରିପାରିବେ ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା