ବିଜୁ ପଟ୍ଟନାୟକଙ୍କୁ ଶ୍ରଦ୍ଧାଂଜଳି ଜଣାଇଲା ଉତ୍କଳ ସମ୍ମିଳନୀ
ଭୁବନେଶ୍ୱର, ୦୫ ମାର୍ଚ୍ଚ (ହି.ସ)- ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଜୟନ୍ତୀ ଅବସରରେ ଉତ୍କଳ ସମ୍ମିଳନୀ ପକ୍ଷରୁ ବିଜୁ ପଟ୍ଟନାୟକ ପାର୍କରେ ଥିବା ବରପୁତ୍ରଙ୍କ ପ୍ରତିମୂର୍ତିରେ ମାଲ୍ୟାର୍ପଣ କରାଯାଇ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ଉତ୍କଳ ସମ୍ମିଳନୀର ସାଧାରଣ ସମ୍ପାଦକ ତଥ
gh


ଭୁବନେଶ୍ୱର, ୦୫ ମାର୍ଚ୍ଚ (ହି.ସ)- ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଜୟନ୍ତୀ ଅବସରରେ ଉତ୍କଳ ସମ୍ମିଳନୀ ପକ୍ଷରୁ ବିଜୁ ପଟ୍ଟନାୟକ ପାର୍କରେ ଥିବା ବରପୁତ୍ରଙ୍କ ପ୍ରତିମୂର୍ତିରେ ମାଲ୍ୟାର୍ପଣ କରାଯାଇ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ଉତ୍କଳ ସମ୍ମିଳନୀର ସାଧାରଣ ସମ୍ପାଦକ ତଥା ମେଂଚଶ୍ୱର ଶିଳ୍ପାଂଚଳ ଶାଖା

ସଭାପତି ଅଧିବକ୍ତା ଦିଲ୍ଲୀପ ଦାଶଶର୍ମା ସଭାପତିତ୍ୱ କରି ବିଜୁବାବୁ ‘କଳିଙ୍ଗାଃ ସାହସିକାଃ’ ର ମାନ ରଖିଥିଲେ ବୋଲି କହିଥିଲେ । ଏହି ଅବସରରେ ଉପଦେଷ୍ଟା ନିମାଇଁ ଚରଣ ଦାସ, ଉପ-ସଭାପତି ଶିତଳ ଚନ୍ଦ୍ର ମହାନ୍ତି ଓ ବରିଷ୍ଠ ସଦସ୍ୟ ଲେଲିନ ମହାନ୍ତି ବରପୁତ୍ରଙ୍କ ଗୁଣଗାନ କରିଥିବା ବେଳେ କାମଦେବ ମହାପାତ୍ର ଏକ କବିତା ପାଠ କରିଥିଲେ । ମାଲ୍ୟାର୍ପଣ କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଯୁଗ୍ମ-ସଂପାଦକ ଅକ୍ଷୟ କୁମାର ଜେଠୀ, ସୁରଜିତ ପରିଡା, ଅନୁପମା ବେହେରା ପ୍ରମୁଖ ଉପସ୍ଥିତ ରହି ବରପୁତ୍ରଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇ ଥିଲେ ।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande