
Bhubneshwar, 08 ମାର୍ଚ୍ଚ (ହି.ସ.)
ଭୁବନେଶ୍ୱର- ପୂର୍ବତନ ମୁଖ୍ୟମନ୍ତ୍ରୀ ବିଶ୍ୱନାଥ ଦାସଙ୍କୁ ଶ୍ରଦ୍ଧାଂଜଳି
ଜ୍ଞାପନ କରିଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । ଏନେଇ ସୋସିଆଲ ମିଡିଆ ଏକ୍ସରେ ନବୀନ
କହିଛନ୍ତି ଯେ, ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ବିଶ୍ୱନାଥ
ଦାସଙ୍କ ଜୟନ୍ତୀରେ ମୋର ଶ୍ରଦ୍ଧାଞ୍ଜଳି। ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନରେ ତାଙ୍କର ଥିଲା
ବହୁମୂଲ୍ୟ ଯୋଗଦାନ। ରାଜନୀତିଠୁ ଆରମ୍ଭ କରି ସମାଜସେବା ତଥା ଓଡ଼ିଶାକୁ ପ୍ରଗତି ପଥେ ଆଗେଇ
ନେବାରେ ତାଙ୍କର ଭୂମିକା ସର୍ବଦା ପ୍ରେରଣାଦାୟୀ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା