କ୍ରସ ଭୋଟିଂ ହେବାର ପ୍ରଶ୍ନ ଉଠୁନି- ରାମଚନ୍ଦ୍ର କାଡାମ
ଭୁବନେଶ୍ୱର, 08 ମାର୍ଚ୍ଚ (ହି.ସ.)- ରାଜ୍ୟସଭା ନିର୍ବାଚନ ପାଇଁ ଏଆଇସିସିର ନିର୍ଦ୍ଦେଶ । ସମସ୍ତ କଂଗ୍ରେସ ବିଧାୟକ ଏକ ହୋଇ ମିଳିତ ପ୍ରାର୍ଥୀ ଡାକ୍ତର ଦତେଶ୍ୱର ହୋତାଙ୍କୁ ଭୋଟ ଦେବେ । କଂଗ୍ରେସର କୌଣସି ଭୋଟ ଏପଟ ସେପଟ ହେବ ନାହିଁ । ଏନେଇ ପିସିସି ସଭାପତି ସମସ୍ତଙ୍କ
କ୍ରସ ଭୋଟିଂ ହେବାର ପ୍ରଶ୍ନ ଉଠୁନି- ରାମଚନ୍ଦ୍ର କାଡାମ


ଭୁବନେଶ୍ୱର, 08 ମାର୍ଚ୍ଚ (ହି.ସ.)- ରାଜ୍ୟସଭା ନିର୍ବାଚନ ପାଇଁ ଏଆଇସିସିର

ନିର୍ଦ୍ଦେଶ । ସମସ୍ତ କଂଗ୍ରେସ ବିଧାୟକ ଏକ ହୋଇ ମିଳିତ ପ୍ରାର୍ଥୀ ଡାକ୍ତର ଦତେଶ୍ୱର ହୋତାଙ୍କୁ

ଭୋଟ ଦେବେ । କଂଗ୍ରେସର କୌଣସି ଭୋଟ ଏପଟ ସେପଟ ହେବ ନାହିଁ । ଏନେଇ ପିସିସି ସଭାପତି ସମସ୍ତଙ୍କ

ସହିତ ୱାନ ଟୁ ୱାନ ଆଲୋଚନା କରିଛନ୍ତି ବୋଲି

ସୂଚନା ଦେଇଛନ୍ତି କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମ । ବିଧାୟକଙ୍କ ସହିତ ପିସିସି

ସଭାପତି ଯୋଗାଯୋଗରେ ଅଛନ୍ତି । କ୍ରସ ଭୋଟିଂ ହେବାର ପ୍ରଶ୍ନ ଉଠୁନି । ବିଜେଡ଼ି, କଂଗ୍ରେସ ଏବଂ ସିପିଆଇଏମ ମିଶିଲେ

33 ଭୋଟ ହେଉଛି । ଆମର ସଂଖ୍ୟା ଗରିଷ୍ଠତା ଅଛି । ବିଜେପି ପାଖରେ ବଳକା 22ଟି ଭୋଟ ଅଛି, ତାଙ୍କ ପାଖରେ ସଂଖ୍ୟା ହେଉ ନାହିଁ

। ଦିଲ୍ଲୀପ ରାୟ କଣ ଗଣନା କରିଥିବେ, ଆମ ଗଣନା ଅନୁଯାଇ ଆମେ ଜିତିବୁ । ରାଜ୍ୟର ସ୍ୱାର୍ଥ ପାଇଁ ବିଜେଡ଼ି

-କଂଗ୍ରେସ ବିଧାନସଭାରେ ମିଳିତ ଭାବେ ସ୍ୱର ଉଠାଇବୁ । କମ୍ୟୁନାଲ ଫୋର୍ସକୁ ରୋକିବା ପାଇଁ ଆମେ

ସିକ୍ୟୁଲାର ଫୋର୍ସ ଏକାଠି ହେଲେ କୌଣସି ଅସୁବିଧା ନାହିଁ । ଅନେକ ସମୟରେ ଆମେ ମିଳିତ ଭାବେ

ଲଢ଼ୁଛୁ ବୋଲି ସେ କହିଛନ୍ତି ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande