ସୁଭଦ୍ରା ଯୋଜନା ହିତାଧିକାରୀଙ୍କ ଆକାଉଣ୍ଟକୁ ଗଲା ଚତୁର୍ଥ କିସ୍ତି ଟଙ୍କା
ଭୁବନେଶ୍ୱର, 08 ମାର୍ଚ୍ଚ (ହି.ସ.)- ସୁଭଦ୍ରା ଯୋଜନା ହିତାଧିକାରୀଙ୍କ ଆକାଉଣ୍ଟକୁ ଗଲା ଚତୁର୍ଥ କିସ୍ତି ଟଙ୍କା । ପୁରୀ ତାଳବଣିଆ ସଭାସ୍ଥଳରୁ ଟଙ୍କା ପଠାଇଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ରାଜ୍ୟର କୋଟିଏ ୨ ଲକ୍ଷରୁ ଅଧିକ ମହିଳାଙ୍କ ଆକାଉଣ୍ଟକୁ ଗଲା ଟଙ୍କା । ମହିଳା ସଶକ୍ତିକରଣ
ସୁଭଦ୍ରା


ଭୁବନେଶ୍ୱର, 08 ମାର୍ଚ୍ଚ (ହି.ସ.)- ସୁଭଦ୍ରା ଯୋଜନା ହିତାଧିକାରୀଙ୍କ ଆକାଉଣ୍ଟକୁ

ଗଲା ଚତୁର୍ଥ କିସ୍ତି ଟଙ୍କା । ପୁରୀ ତାଳବଣିଆ ସଭାସ୍ଥଳରୁ ଟଙ୍କା ପଠାଇଲେ ମୁଖ୍ୟମନ୍ତ୍ରୀ ମୋହନ

ମାଝୀ । ରାଜ୍ୟର କୋଟିଏ ୨ ଲକ୍ଷରୁ ଅଧିକ ମହିଳାଙ୍କ ଆକାଉଣ୍ଟକୁ ଗଲା ଟଙ୍କା ।

ମହିଳା ସଶକ୍ତିକରଣକୁ ନୂଆ ଦିଗ ଦେଇଛି ‘ସୁଭଦ୍ରା’ ଯୋଜନା ।

ମହିଳାମାନଙ୍କୁ ଆର୍ଥିକ ଓ ସାମାଜିକ କ୍ଷେତ୍ରରେ ସ୍ୱାବଲମ୍ବୀ କରିବା ସହ ବିକଶିତ ଓଡ଼ିଶାର

ଲକ୍ଷ୍ୟକୁ ସାକାର କରୁଛନ୍ତି ଲୋକଙ୍କ ସରକାର। ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଅନ୍ତର୍ଜାତୀୟ

ମହିଳା ଦିବସ ଅବସରରେ 'ସୁଭଦ୍ରା' ଯୋଜନାର ଚତୁର୍ଥ କିସ୍ତି ବାବଦକୁ

୧ କୋଟିରୁ ଅଧିକ ହିତାଧିକାରୀଙ୍କୁ ୫,୦୦୦ କୋଟିରୁ ଊର୍ଦ୍ଧ୍ୱର ସହାୟତା ରାଶି ପ୍ରଦାନ କରିଛନ୍ତି।

ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଓଡ଼ିଶାର

ମହିଳାମାନଙ୍କୁ ଆର୍ଥିକ ସ୍ୱାଧୀନତା ଓ ସାମାଜିକ ସୁରକ୍ଷା ପ୍ରଦାନ କରିବା ଦିଗରେ 'ସୁଭଦ୍ରା' ଯୋଜନା ନାରୀଶକ୍ତିର ସ୍ୱପ୍ନକୁ ଏକ ନୂତନ ପରିଚୟ ଦେଇଛି। ମହିଳାମାନେ ନିଜସ୍ୱ ବ୍ୟବସାୟ ଏବଂ ଦକ୍ଷତା ବିକାଶ ସହ

ଜଡ଼ିତ ହୋଇ ସ୍ୱାବଲମ୍ବୀ ହୋଇପାରିଛନ୍ତି ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande