
ଭୁବନେଶ୍ୱର, 08 ମାର୍ଚ୍ଚ (ହି.ସ.)- ଅନ୍ତର୍ଜାତୀୟ
ମହିଳା ଦିବସ ଅବସରରେ ସୁଭଦ୍ରା ଯୋଜନାର ଚତୁର୍ଥ କିସ୍ତି ଟଙ୍କା ମାଆ ସୁଭଦ୍ରା ସ୍ୱରୂପ
ମହିଳାମାନଙ୍କୁ ପ୍ରଦାନ କରାଯାଇଛି।
ଏହି ଅବସରରେ ନବରଙ୍ଗପୁର ସରୋଜିନୀ କଲ୍ୟାଣ ମଣ୍ଡପ ଠାରେ
ଜିଲ୍ଲାସ୍ତରୀୟ ଅନ୍ତର୍ଜାତୀୟ ମହିଳା ଦିବସ ଉତ୍ସବରେ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ
ଯୋଗ ଦେଇ ସୁଭଦ୍ରା ଟଙ୍କା ପ୍ରଦାନ କରିବା ଏବଂ ମହିଳା ଦିବସ ପାଳନ କରିବା ମୋ ପାଇଁ ଉତ୍ସାହର
ଦିନ ବୋଲି କହିଛନ୍ତି ।
ସେ କହିଛନ୍ତି ଯେ, ଆଜି ମୁଖ୍ୟମନ୍ତ୍ରୀଙ୍କ କରକମଳରେ
ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ସୁଭଦ୍ରା ଯୋଜନାର ଚତୁର୍ଥ କିସ୍ତି ମାଧ୍ୟମରେ ୧କୋଟିରୁ
ଉର୍ଦ୍ଧ୍ଵ ହିତାଧିକାରୀଙ୍କୁ ୫ହଜାର କୋଟିରୁ ଉର୍ଦ୍ଧ୍ଵ ଟଙ୍କାର ସହାୟତା ରାଶି ପ୍ରଦାନ କରାଯାଇଛି।
ମହିଳାଙ୍କ ଆର୍ଥିକ ବିକାଶ ଏବଂ ଆତ୍ମନିର୍ଭରଶୀଳ କରିବାରେ ଏହା ସହାୟକ ହେବ। ଏହି ସୁଭଦ୍ରା
ଟଙ୍କା ମା' ମାନଙ୍କୁ ସଶକ୍ତ କରାଇବ।
ଆମ ପ୍ରଧାନମନ୍ତ୍ରୀ ଯେଉଁ ବିକଶିତ ଭାରତର ଲକ୍ଷ୍ୟ ରଖିଛନ୍ତି
ତାହା ପୂରଣ କରିବାରେ ମୁଖ୍ୟ ଭୂମିକା ଗ୍ରହଣ କରିବେ ମହିଳାମାନେ। ଶେଷରେ ସମସ୍ତଙ୍କୁ
ଅନ୍ତର୍ଜାତୀୟ ମହିଳା ଦିବସର ହାର୍ଦ୍ଦିକ ଶୁଭେଚ୍ଛା ଓ ଶୁଭକାମନା ଜଣାଇଛନ୍ତି ମନ୍ତ୍ରୀ ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା