
ମାଲକାନଗିରି , ୧ ଏପ୍ରିଲ୍ (ହି.ସ.) ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକର ଗୋଷ୍ଠୀ ଶିକ୍ଷା ଅଧିକାରୀ ତାଙ୍କ ଟିମଙ୍କ ସହ ଘରେ ଘରେ ଯାଇ ଶିଶୁ ବାଟିକା ଏବଂ ପ୍ରଥମ ଶ୍ରେଣୀର ଛାତ୍ରଛାତ୍ରୀ ଓ ତାଙ୍କର ଅଭିଭାବକଙ୍କୁ ୨୦୨୬–୨୭ ଶିକ୍ଷାବର୍ଷରେ ଭର୍ତ୍ତି ପାଇଁ ଆମନ୍ତ୍ରଣ ପତ୍ର ବଣ୍ଟନ କାର୍ଯ୍ୟକ୍ରମ ଜାରି ରଖିଛନ୍ତି।ଏହି ଅବସରରେ ଆଜି ଉଦୁଲିବେଡ଼ା ଗ୍ରାମରେ ଘର ଘର ବୁଲି ବିଦ୍ୟାଳୟ ଆସିବାପାଇଁ ଅଭିଭାବକଙ୍କୁ ନିମନ୍ତ୍ରଣ ପତ୍ର ପ୍ରଦାନ କରିଥିଲେ। ଏହି ପଦକ୍ଷେପ ସୁରୁପ ଶିକ୍ଷାର ମୁଖ୍ୟ ଉଦ୍ଦେଶ୍ୟ ୧୦୦ପ୍ରତିଶତ ବିଦ୍ୟାଳୟରେ ଭର୍ତ୍ତି ସୁନିଶ୍ଚିତ କରିବା, ପ୍ରାରମ୍ଭିକ ଶିକ୍ଷାର ଗୁରୁତ୍ୱ ବିଷୟରେ ଅଭିଭାବକମାନଙ୍କୁ ସଚେତନ କରିବା ଓ ନିକଟସ୍ଥ ସରକାରୀ ବିଦ୍ୟାଳୟରେ ତାଙ୍କ ସନ୍ତାନମାନଙ୍କୁ ଭର୍ତ୍ତି କରିବାକୁ ପ୍ରୋତ୍ସାହିତ କରିବା ସହ ବିଦ୍ୟାଳୟ ପ୍ରତି ଆକୃଷ୍ଟ କରିବା ବୋଲି ଶ୍ରୀ ବିଶ୍ୱାସ କହିଛନ୍ତି।ଏହି ସମୟରେ ବ୍ଲକ ଟିମ ଅଭିଭାବକମାନଙ୍କ ସହ ଆଲୋଚନା କରି ବିଦ୍ୟାଳୟରେ ଉପଲବ୍ଧ ସୁବିଧାମାନେ ଯଥା ନିଶୁଳ୍କ ପାଠ୍ୟପୁସ୍ତକ, ବିଦ୍ୟାଳୟ ଡ୍ରେସ, ମଧ୍ୟାହ୍ନ ଭୋଜନ , ଶିଶୁ ବାଟିକା ଶିକ୍ଷା ସାମଗ୍ରୀ ଓ ଶିଶୁ-ମିତ୍ରପରିବେଶ ଶିକ୍ଷା ବ୍ୟବସ୍ଥା ବିଷୟରେ ଜଣାଇଛନ୍ତି।ଏତତ୍ ଦ୍ଵାରା ବିଦ୍ୟାଳୟ ଓ ସମୁଦାୟ (ଗୋଷ୍ଠୀ)ମଧ୍ୟରେ ସମ୍ପର୍କ ଆହୁରି ମଜବୁତ ହେବା ସହ ୨୦୨୬–୨୭ ଶିକ୍ଷାବର୍ଷ ପାଇଁ ସରକାରୀ ବିଦ୍ୟାଳୟରେ ଭର୍ତ୍ତି ଓ ଉପସ୍ଥିତି ବୃଦ୍ଧି ପାଇବ ବୋଲି ଆଶା କରାଯାଉଛି।
---------------
ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ