
ଭୁବନେଶ୍ୱର, 01 ଏପ୍ରିଲ୍ (ହି.ସ.)- ଓଡ଼ିଶା ଦିବସର
ଶୁଭେଚ୍ଛା ଜଣାଇଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । ଏନେଇ ସୋସିଆଲ ମିଡିଆ ଏକ୍ସରେ
ନବୀନ କହିଛନ୍ତି ଯେ, 'ଓଡ଼ିଶା
ଦିବସ'
କେବଳ ଏକ ଉତ୍ସବ ନୁହେଁ, ଏହା ହେଉଛି ଆବେଗ। ପ୍ରତିଟି ଓଡ଼ିଆଙ୍କ ସ୍ୱାଭିମାନ ଓ ପ୍ରଗତିର
ପରିଚୟ। ଭାଷା ଭିତ୍ତିରେ ଦେଶର ପ୍ରଥମ ରାଜ୍ୟ ଭାବେ ଆଜିର ଦିନରେ ଓଡ଼ିଶା ସ୍ୱତନ୍ତ୍ର ରାଜ୍ୟର
ମାନ୍ୟତା ପାଇଥିଲା। ଏହି ଅବସରରେ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନର ବରେଣ୍ୟ ସାଧକମାନଙ୍କ
ପ୍ରତି ମୋର ସମ୍ମାନ ଜଣାଉଛି। ଆସନ୍ତୁ ସମସ୍ତେ ଆମ ମାତୃଭାଷାର ଗୌରବକୁ ବଜାୟ ରଖି, ସଭିଙ୍କୁ ସାଥିରେ ନେଇ ବିକାଶର ସବୁ କ୍ଷେତ୍ରରେ ଆଗକୁ ବଢ଼ିବା ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା