ଅଦିନିଆ ବର୍ଷାରେ ଉଜୁଡ଼ିଲା ଫସଲ, ଚିନ୍ତାରେ ଚାଷୀ
ଭଦ୍ରକ, ୧୦ ଅପ୍ରେଲ (ହି.ସ.) - ଅଦିନିଆ ବର୍ଷା ଭଦ୍ରକ ବ୍ଲକ ପରିବା ଚାଷୀଙ୍କ ପାଇଁ ପାଲଟିଛି ଚିନ୍ତାର କାରଣ। ଗତ ତିନି, ଚାରି ଦିନ ହେବ ଅପରାହ୍ନରେ କୁଆ ପଥର ବର୍ଷା ଫଳରେ ଜହ୍ନିଁ, ପୋଟଳ, ଭେଣ୍ଡି, ପୋଇ, ଶାଗ ଆଦି ଚାଷୀଙ୍କର ବ୍ୟାପକ କ୍ଷ୍ୟତି ହୋଇ ଥିବା ଜଣାପଡିଛି। ଅନେକଙ୍କ ବାଡ଼ିରେ ପାଣି ଜମିବା
ADINIA BARSA FASALA UJUDILA


ଭଦ୍ରକ, ୧୦ ଅପ୍ରେଲ (ହି.ସ.) - ଅଦିନିଆ ବର୍ଷା ଭଦ୍ରକ ବ୍ଲକ ପରିବା ଚାଷୀଙ୍କ ପାଇଁ ପାଲଟିଛି ଚିନ୍ତାର କାରଣ। ଗତ ତିନି, ଚାରି ଦିନ ହେବ ଅପରାହ୍ନରେ କୁଆ ପଥର ବର୍ଷା ଫଳରେ ଜହ୍ନିଁ, ପୋଟଳ, ଭେଣ୍ଡି, ପୋଇ, ଶାଗ ଆଦି ଚାଷୀଙ୍କର ବ୍ୟାପକ କ୍ଷ୍ୟତି ହୋଇ ଥିବା ଜଣାପଡିଛି। ଅନେକଙ୍କ ବାଡ଼ିରେ ପାଣି ଜମିବା ଯୋଗୁ ଅନେକ ଗଛ ପଚି ଯାଇଥିବା କଥା କହନ୍ତି ଜଗଦଳପୁର ପଂଚାୟତର ବାହାଦଲ ପୁର ଜଣେ ଚାଷୀ ରବୀନ୍ଦ୍ର ଦାସ। ରାହାଞ୍ଜର ଗଣେଶ ପାଲ, ମାଧବ ବାରିକ ରମ୍ଭିଳାର ରମାକାନ୍ତ ବାରିକ ଏରଡ଼ାର ହୃଷିକେଶ ପଣ୍ଡା, ଶ୍ୟାମସୁନ୍ଦର ଜେନା, ପ୍ରମୋଦ ପାଣିଗ୍ରାହୀ ଜଗଦଳପୁର ପଂଚାୟତର ଅନେକ ପରିବା ଚାଷୀଙ୍କର ବ୍ୟାପକ କ୍ଷତି ହୋଇଥିବା ଜଣାପଡିଛି। ଏଥିନେଇ ଗ୍ରାମ ସେବକ ନୀଳକଣ୍ଠ ବାରିକଙ୍କୁ ପଚାରିବାରୁ ଅଭିଯୋଗ ଆସିଲେ ତଦନ୍ତ ହେବ ବୋଲି ପ୍ରକାଶ କରିଛନ୍ତି।

.......................................

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande