ସ୍ୱର୍ଗତ ପ୍ରମୋଦ ସାହୁ ଙ୍କ ବିୟୋଗ ରେ ଗାନ୍ଧି ପାଠାଗାର ତରଫରୁ ଶୋକସଭା
ବଲାଙ୍ଗିର, 11 ଏପ୍ରିଲ୍ ( ହି.ସ.) ସ୍ଥାନୀୟ ଟିକ୍ରାପଡା ରାମଜୀ ମନ୍ଦିର ରେ ସ୍ୱର୍ଗତ ପ୍ରମୋଦ ସାହୁଙ୍କ ଅକାଳ ବିୟୋଗ ରେ ଏକ ଶୋକସଭା ଗନ୍ଧି ପାଠାଗାର ସଭାପତି ପ୍ରକାଶ ନେପାକଙ୍କ ଅଧ୍ୟକ୍ଷତାରେ ଆୟୋଜନ କରାଯାଇ ଅମର ଆତ୍ମାର ସଦ୍ଗତି ପାଇଁ ନିରବ ପ୍ରାର୍ଥନା କରାଯାଇଥିଲା । ଉକ୍ତ ପଡା ରେ ପଡାବାସୀ ପାଠ
ସ୍ୱର୍ଗତ ପ୍ରମୋଦ ସାହୁ ଙ୍କ ବିୟୋଗ ରେ ଗାନ୍ଧି ପାଠାଗାର ତରଫରୁ ଶୋକସଭା


ସ୍ୱର୍ଗତ ପ୍ରମୋଦ ସାହୁ ଙ୍କ ବିୟୋଗ ରେ ଗାନ୍ଧି ପାଠାଗାର ତରଫରୁ ଶୋକସଭା


ସ୍ୱର୍ଗତ ପ୍ରମୋଦ ସାହୁ ଙ୍କ ବିୟୋଗ ରେ ଗାନ୍ଧି ପାଠାଗାର ତରଫରୁ ଶୋକସଭା


ବଲାଙ୍ଗିର, 11 ଏପ୍ରିଲ୍ ( ହି.ସ.)

ସ୍ଥାନୀୟ ଟିକ୍ରାପଡା ରାମଜୀ ମନ୍ଦିର ରେ ସ୍ୱର୍ଗତ ପ୍ରମୋଦ ସାହୁଙ୍କ ଅକାଳ ବିୟୋଗ ରେ ଏକ ଶୋକସଭା ଗନ୍ଧି ପାଠାଗାର ସଭାପତି ପ୍ରକାଶ ନେପାକଙ୍କ ଅଧ୍ୟକ୍ଷତାରେ ଆୟୋଜନ କରାଯାଇ ଅମର ଆତ୍ମାର ସଦ୍ଗତି ପାଇଁ ନିରବ ପ୍ରାର୍ଥନା କରାଯାଇଥିଲା । ଉକ୍ତ ପଡା ରେ ପଡାବାସୀ ପାଠାଗାର ସଭ୍ୟ ତଥା ଟିକ୍ରାପଡା ଅହୋରାତ୍ର ନାମଯଜ୍ଞ କମିଟିର ସମସ୍ତ ସଭ୍ୟ ସଭ୍ୟା ଉପସ୍ଥିତ ରହି ସ୍ୱର୍ଗତ ପ୍ରମୋଦ ସାହୁଙ୍କ ସ୍ମୃତିଚାରଣ କରିଥିଲେ । ପାଠାଗାର ବରିଷ୍ଠ ସଭ୍ୟ ଭଗବାନ ବଗର୍ତ୍ତି, ଅଶୋକ ଚାନ୍ଦ, ମଧୁସୁଦନ ନାୟକ, ରାଜେନ୍ଦ୍ର ମିଶ୍ର, ତ୍ରିନାଥ ସାହୁ, ବିଧୁଭୂଷଣ ତ୍ରିପାଠି, କୁନୁ ପାତ୍ର ପ୍ରମୁଖ ପ୍ରମୋଦ ସାହୁଙ୍କ ପଡା ପ୍ରତି ତଥା ସମସ୍ତ ଅନୁଷ୍ଠାନ ଙ୍କ ପ୍ରତି ସହଯୋଗ ସ୍ମରଣୀୟ ହୋଇ ରହିବ ବୋଲି ପ୍ରକାଶ କରିଥିଲେ । ପାଠାଗାର ଉପସଭାପତି ସନ୍ତକ ବହିଦାର ଗାନ୍ଧୀ ପାଠାଗାର ର ଜଣେ ସଚ୍ଚୋଟ ସଂଗଠକ କୁ ହରାଇଲା ବୋଲି ପ୍ରତିଶୃତି ପ୍ରତିଶୃତି ଦେଇଥେô । ପାଠାଗାର ଭାପତି ଓ ଉପସ୍ଥିତ ସମସ୍ତ ଜନତା ସ୍ୱର୍ଗତ ପ୍ରମୋଦ ସାହୁଙ୍କୁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଦେବା ସହ ତାଙ୍କ ଅମର ଆତ୍ମାର ସଦ୍ଗତି ପ୍ରାର୍ଥନା କରିଥିଲେ ଏବଂ ତାଙ୍କ ପରିବାର ବର୍ଗଙ୍କୁ ଆଶ୍ୱସନା ଦେଇଥିଲେ । ଏହି ଶୋକସଭା ରେ ଟିକ୍ରାପଡା ନାମଯଜ୍ଞ କମିଟିର ବରିଷ୍ଠ ସଭ୍ୟ ଶିବନାରାୟଣ ରଥ ଏବଂ ଶରତ ଷାଣ୍ଢ, ଦୁର୍ଗା ସାହୁ, ରାଜୁ ଅଗ୍ରୱାଲ, ରବି ଅଗ୍ରୱାଲ, ଲିନା ମହାନ୍ତି, ତୁଫାନ ସାହୁ, ପିଙ୍କୁ ପଣ୍ଡା, ଗାନ୍ଧି ପାଠାଗାର ବରିଷ୍ଠ ସଭ୍ୟ ଅନୁବେହେରା, ରାଜେନ୍ଦ୍ର ପାଣି, ଶିବେନ୍ଦ୍ର ସାହୁ, ହୃଦୟ ରଂଜନ ସାହୁ, ଦାଶରଥି ସାହୁ, ଅବଦୁଲ ରଜାକ, ଅମୀୟ ମିଶ୍ର, ରିୟାଜ ଖାନ, ସୁରେଶ ଅଗ୍ରୱାଲ, ହରିଶଙ୍କର ପଣ୍ଡା, ପ୍ରମୋଦ ସାହୁ, ଅଜିତ ପଣ୍ଡା, ଉଲ୍ଲାସ ମହାନ୍ତି, ରଶ୍ମି ମହାନ୍ତି, ସୁରେନ ସାହୁ, ଜ୍ୟୋତି ବାରିକ, ବାବୁ ସାହୁ ପ୍ରମୁଖ ସ୍ୱର୍ଗତ ପ୍ରମୋଦ ସାହୁଙ୍କ ଫଟୋଚିତ୍ର ରେ ପୁଷ୍ପମାଳ ପ୍ରଦାନ କରି ଆତ୍ମାର ସଦଗତି ପାଇଁ ପ୍ରାର୍ଥନା କରିଥିଲେ ।

---------------

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande