ସରିଲା ବାହାର ରତ୍ନଭଣ୍ଡାର ଗଣତିମଣତି : ଆସନ୍ତା ୧୩ରୁ ଭିତର ରତ୍ନଭଣ୍ଡାର ଅଳଙ୍କାର ଗଣତିମଣତି
ପୁରୀ, ୧୧ ଅପ୍ରେଲ (ହି.ସ.)- ଆଜି ଶ୍ରୀମନ୍ଦିରର ରତ୍ନଭଣ୍ଡାର ଗଣତିମଣତିର ଦ୍ୱିତୀୟ ପର୍ଯ୍ୟାୟର ଚତୁର୍ଥ ଦିନ ଥିଲା । ଚତୁର୍ଥ ଦିନ ଅର୍ଥାତ୍ ଆଜି ସୁଦ୍ଧା ବାହାର ରତ୍ନଭଣ୍ଡାରର ଯାହାସବୁ ରତ୍ନ ଅଳଙ୍କାର ରହିଛି ତାର ଗଣତି ପ୍ରକ୍ରିୟା ଶେଷ ହୋଇଛି । ଏହି ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ
ଶ୍ରୀମନ୍ଦିର


ପୁରୀ, ୧୧ ଅପ୍ରେଲ (ହି.ସ.)- ଆଜି ଶ୍ରୀମନ୍ଦିରର ରତ୍ନଭଣ୍ଡାର ଗଣତିମଣତିର ଦ୍ୱିତୀୟ ପର୍ଯ୍ୟାୟର ଚତୁର୍ଥ ଦିନ ଥିଲା । ଚତୁର୍ଥ ଦିନ ଅର୍ଥାତ୍ ଆଜି ସୁଦ୍ଧା ବାହାର ରତ୍ନଭଣ୍ଡାରର ଯାହାସବୁ ରତ୍ନ ଅଳଙ୍କାର ରହିଛି ତାର ଗଣତି ପ୍ରକ୍ରିୟା ଶେଷ ହୋଇଛି । ଏହି ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ ।

ଏନେଇ ଅଧିକ ସୂଚନା ଦେଇ ଶ୍ରୀ ପାଢୀ କହିଛନ୍ତି ଯେ, ପ୍ରଥମ ପର୍ଯ୍ୟାୟରେ ୨୫ ମାର୍ଚ୍ଚ ୨୦୨୬ ରେ ଚଳନ୍ତି ରତ୍ନଭଣ୍ଡାରର ଗଣତିମଣତି ପ୍ରକ୍ରିୟା ହୋଇଥିଲା । ଏବଂ ଗତ ଅପ୍ରେଲ ୮ ତାରିଖ ଠାରୁ ଦ୍ୱିତୀୟ ପର୍ଯ୍ୟାୟ ରତ୍ନଭଣ୍ଡାର ଗଣତି ମଣତି ପ୍ରକ୍ରିୟା ଆରମ୍ଭ ହୋଇଥିଲା । ଚତୁର୍ଥ ଦିନ ଅର୍ଥାତ୍ ଆଜି ସୁଦ୍ଧା ବାହାର ରତ୍ନଭଣ୍ଡାରର ଯାହାସବୁ ରତ୍ନ ଅଳଙ୍କାର ରହିଛି ତା’ର ଗଣତି ପ୍ରକ୍ରିୟା ଶେଷ ହୋଇଛି । ସମସ୍ତ ଅଳଙ୍କାରର ଥ୍ରୀଡି ମ୍ୟାପିଙ୍ଗ ସହିତ ଭିଡିଓଗ୍ରାଫି ଓ ଫଟୋଗ୍ରାଫି କରାଯାଇଛି । ୧୯୭୮ ମସିହା ତାଲିକା ବ୍ୟତିରେକ କିଛି ଅଧିକ ଅଳଙ୍କାର ମଧ୍ୟ ଭଣ୍ଡାର ମେକାପ ସେବକମାନେ ଗଣତି କରି ଦେଇଥିଲେ ଯାହାକୁ ଆମେ ୨୦୨୬ ମସିହା ଗଣତି ତାଲିକାରେ ଅନ୍ତର୍ଭୁୁକ୍ତ କରିଛୁ ।

ଆସନ୍ତା ୧୩ ତାରିଖ ସୋମବାର ଠାରୁ ଭିତର ରତ୍ନଭଣ୍ଡାରରେ ଥିବା ରତ୍ନ ଅଳଙ୍କାରର ଗଣତିମଣତି କାର୍ଯ୍ୟ ଆରମ୍ଭ କରାଯିବ । ୧୪ ତାରିଖ ମହାବିଷୁବ ସଂକ୍ରାନ୍ତି ଥିବାରୁ ଗଣତିମଣତି ବନ୍ଦ ରହିବ । ଏହାପରେ ଆସନ୍ତା ୧୬ରୁ ୧୮ ତାରିଖ ପର୍ଯ୍ୟନ୍ତ ପୁଣି ଗଣତିମଣତି କରାଯିବ ବୋଲି ସୂଚନା ଦେଇଛନ୍ତି ଶ୍ରୀ ପାଢୀ ।

ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ


 rajesh pande