ଅଭିଯୁକ୍ତକୁ ଗିରଫ ଦାବିରେ ଜିଲାପାଳଙ୍କ କାର୍ଯ୍ୟଳୟ ସମ୍ମୁଖରେ ଧାରଣା।
Odisha, 10 ଏପ୍ରିଲ୍ (ହି.ସ.)ଖୋର୍ଦ୍ଧା,ଗୋଟିଏ ଗୋଷ୍ଠୀର ଲୋକମାନେ ସଂଘବଦ୍ଧ ଭାବେ ଅନ୍ୟ ଗୋଷ୍ଠୀର ଦୁଇ ଜଣ ଯୁବକଙ୍କୁ ମରଣାନ୍ତଙ୍କ ଆକ୍ରମଣ କରି ମଶାଣିରେ ଫୋପାଡି ଦେବା ଘଟଣାକୁ ଇତିମଧ୍ୟରେ ୨୫ଦିନ ବିତିଯାଇଥିଲେ ମଧ୍ୟ ବାଣପୁର ପୋଲିସ ଅଭିଯୁକ୍ତଙ୍କୁ ଗିରଫ କରିବାରେ ବିଫଳ ହୋଇଛି। ତେଣୁ ପୋଲିସ ପଦକ୍ଷ
Giraf


Odisha, 10 ଏପ୍ରିଲ୍ (ହି.ସ.)ଖୋର୍ଦ୍ଧା,ଗୋଟିଏ ଗୋଷ୍ଠୀର ଲୋକମାନେ ସଂଘବଦ୍ଧ ଭାବେ ଅନ୍ୟ ଗୋଷ୍ଠୀର ଦୁଇ ଜଣ ଯୁବକଙ୍କୁ ମରଣାନ୍ତଙ୍କ ଆକ୍ରମଣ କରି ମଶାଣିରେ ଫୋପାଡି ଦେବା ଘଟଣାକୁ ଇତିମଧ୍ୟରେ ୨୫ଦିନ ବିତିଯାଇଥିଲେ ମଧ୍ୟ ବାଣପୁର ପୋଲିସ ଅଭିଯୁକ୍ତଙ୍କୁ ଗିରଫ କରିବାରେ ବିଫଳ ହୋଇଛି। ତେଣୁ ପୋଲିସ ପଦକ୍ଷେପ ଗ୍ରହଣ ନକରିବାରୁ ଆଜି ବାଣପୁର ଥାନା ଅନ୍ତର୍ଗତ ହରିଚନ୍ଦପୁର ଗାଁର ଶତାଧିକ ଲୋକେ ଜିଲପାଳଙ୍କ କାର୍ଯ୍ୟାଳୟ ଆଗରେ ଧାରଣା ଦେଇଥିଲେ।ପରେ ଅତିରିକ୍ତ ଜିଲ୍ଲାପାଳ ଅଭିଯୁକ୍ତଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବା ପାଇଁ ପ୍ରତିଶ୍ରୁତି ଦେବା ପରେ ଗାଁ ଲୋକେ ଧାରଣାରୁ ଓହରିଥିଲେ।ଏନେଇ ଏହାର ଏକକିତା ନକଲ ମୁଖ୍ୟମନ୍ତ୍ରୀ,ଏସପି,ଡିଜି, ମାନବାଧିକାର କମିଶନଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କ ମାଧ୍ୟମରେ ପ୍ରେରିତ କରାଯାଇଛି।ପ୍ରକାଶ ଥାଉକି ବାଣପୁର ଥାନା ଅନ୍ତର୍ଗତ ଭାପୁର ଗାଁ ର କିଛି ଦୂର୍ବୁଦ ସେହିଥାନ ଅନ୍ତର୍ଗତ ହରିଚନ୍ଦପୁର ଗାଁର ଦୁଇ ଜଣ ଯୁବକଙ୍କୁ ମରଣାନ୍ତଙ୍କ ଆକ୍ରମଣ କରି ମଶାଣିରେ ଫୋପାଡି ଦେବା ଘଟଣାକୁ ଇତିମଧ୍ୟରେ ୨୫ଦିନ ବିତିଯାଇଥିଲେ ମଧ୍ୟ ବାଣପୁର ପୋଲିସ ଅଭିଯୁକ୍ତଙ୍କୁ ଗିରଫ କରିବାରେ ବିଫଳ ହୋଇଛି।ଅଭିଯୁକ୍ତଙ୍କ ବିରୋଧରେ କୌଣସି ଏପରିକି ଥାନରେ ଅଭିଯୋଗ ହୋଇଥିଲେ ମଧ୍ୟ ବାଣପୁର ପୋଲିସ ଏପର୍ଯ୍ୟନ୍ତ ମାମଲା ରୁଜୁ କରିନଥିବାରୁ ହରିଚନ୍ଦପୁର ଗାଁ ଲେକେ ଅଶୋନ୍ତୋସ ପ୍ରକାଶ କରିଛନ୍ତି। ତେଣୁ ଅଭିଯୋକାରିମାନେ ଘଟଣା ସମ୍ପର୍କରେ ପୋଲିସକୁ ପଚାରିବାରୁ ପୋଲିସ ଅଭିଯୋକାରିମାନଙ୍କୁ ପୋଲିସ ଧମକ ଚମକ ଦେଉଥିବା ନେଇ ଅଭିଯୋଗ କରିଛି।

---------------

ହିନ୍ଦୁସ୍ଥାନ ସମାଚାର / ରାକେଶ


 rajesh pande