
କେନ୍ଦୁଝର, ୧୦ ଏପ୍ରିଲ୍ (ହି.ସ.)- ଓଡ଼ିଆ ପକ୍ଷ ଅବସରରେ ଆଜି ଧରଣୀଧର ବିଶ୍ବବିଦ୍ୟାଳୟ ପକ୍ଷରୁ ଓଡ଼ିଆ ବିଭାଗ ଦ୍ଵାରା ଆୟୋଜିତ ହୋଇଯାଇଛି ଆସ ବହିଟିଏ କିଣିବା ଏବଂ କବିତା ପାଠୋତ୍ସବ । କେନ୍ଦୁଝରର ଅଗ୍ରଣୀ ସାହିତ୍ୟ ଅନୁଷ୍ଠାନ ଲେଖିକା ସଂସଦ, ଗାୟତ୍ରୀ ପରିବାର, ଆନ୍ତର୍ଜାତୀୟ କୃଷ୍ଣ ଭାବନାମୃତ ସଂଘ, ପ୍ରଜାପିତା ବ୍ରହ୍ମାକୁମାରୀ, କେନ୍ଦୁଝର ଆଦି ଅନୁଷ୍ଠାନ ମାନଙ୍କ ତରଫରୁ ବହି ଷ୍ଟଲ ମାନ ବିଶ୍ଵବିଦ୍ୟାଳୟ ପରିସରରେ ସକାଳ ୧୦ଟାରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ଲଗାଯାଇଥିଲା । ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀ, ଅଧ୍ୟାପକ, ଅଧ୍ୟାପିକା, କର୍ମଚାରୀ ମାନେ ବିଭିନ୍ନ ପ୍ରକାର ବହି କିଣିଥିଲେ । ଏଥିରେ ଅନୁନ୍ୟ ୫୦୦୦ ରୁ ଉର୍ଦ୍ଧ୍ଵ ବହି ବିକ୍ରି ହେଇଥିଲା । ଦିନ ୧୧ଟା ୩୦ ସମୟରେ ଆରମ୍ଭ ହେଇଥିଲା କବି ସମ୍ମିଳନୀ ଓ କବିତା ପାଠୋତ୍ସବ । ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଶ୍ୟାମସୁନ୍ଦର ପଟ୍ଟନାୟକ ମହୋଦୟ ଏବଂ କୁଳସଚିବ ସୁଶ୍ରୀ ପ୍ରତିଭା ପୃଷ୍ଟି ମହୋଦୟା ଏହି କବିତା ପାଠୋତ୍ସବକୁ ଉଦ୍ଘାଟନ କରିଥିଲେ ।
ଏହି କବିତା ଆସରରେ ବିଶ୍ଵବିଦ୍ୟାଳୟର ଛାତ୍ରଛାତ୍ରୀ, ପୂର୍ଣ୍ୟ ପୁଲକିତା ଦାଶ, ଅକ୍ଷୟ କୁମାର ଦେହୁରୀ, ପ୍ରଜ୍ଞା ଶୁଭଦର୍ଶିନୀ ହୋତା, ସ୍ଵୟଂ ସଂପୂର୍ଣ୍ଣା ମିଶ୍ର, କାଜଲ କ୍ରିଷ୍ଣା ସାହୁ, ଲକ୍ଷ୍ମୀପ୍ରିୟା ନାଏକ, ସୁଶ୍ରୀ ଶୁଭସ୍ମିତା ସାହୁ, ସୁଶ୍ରୀ ସ୍ମିତା ଜେନା, ଦୟାନିଧି ସାହୁ, ଯସ୍ମିନ ଜେନା, ସରିତା ମହାନ୍ତ, ଦିପିକା ସୋରେନ୍ ଅଧ୍ୟାପକ ସୁମନ୍ତ୍ର ନାଏକ, ଡ଼. ପଙ୍କଜ କୁମାର ମାହାନା, ଡ଼. ଜ୍ୟୋତି କିଶୋର ମହାନ୍ତ ଅଧ୍ୟାପିକା ସଂଗୀତା ସୁଶ୍ରୀ ନାୟକ, ଶୁଭସ୍ମିତା ଦାଶ ମାନଙ୍କ ସମେତ କେନ୍ଦୁଝର ଲେଖିକା ସଂସଦର ସଦସ୍ୟା ଶ୍ରୀମତୀ ଇନ୍ଦୁମତି ପାତ୍ର, ଶ୍ରୀମତୀ ଶୋଭନା ଜେନା, ଶ୍ରୀମତୀ ମମତା ରାଣୀ ଦାସ, ଶ୍ରୀମତୀ ବୀଣାପାଣି ଜେନା, ସନ୍ତୋଷିନୀ ଗିରି, ଲିପିକା ପଟ୍ଟନାୟକ, ରତ୍ନ ମଞ୍ଜରୀ ରାଉତ, ଆର୍ଯ୍ୟବାଳା ମହାପାତ୍ର, ଜ୍ୟୋତ୍ସ୍ନାରାଣୀ ପାଢ଼ୀ,ବିଶିଷ୍ଟ କବି ଡ଼. ଚିତ୍ତରଞ୍ଜନ ମିଶ୍ର କବିତା ପାଠ କରିଥିଲେ । କବିତା ଆସରର ସଭାପତିତ୍ଵ କରିଥିଲେ ବିଶ୍ଵବିଦ୍ୟାଳୟର ଲୋକ ସଂପର୍କ ଅଧିକାରୀ ଡ଼. ସୁମନ୍ତ୍ର ନାଏକ, ସଂଯୋଜନା କରିଥିଲେ ବରିଷ୍ଠ କବି ଶ୍ରୀମତୀ ଶୋଭନା ଜେନା ।
ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA