ବେଆଇନ କରତକଳରେ ଚଢ଼ାଉ, ୬୦ ସିପ୍ଟ କାଠ ସହ ଯନ୍ତ୍ରାଂଶ ଜବତ
ଭଦ୍ରକ, ୧୦ ଅପ୍ରେଲ (ହି.ସ.) - ଭଦ୍ରକ ଜିଲା ଧାମନଗର ବ୍ଲକ ଅଂଚଳରେ ଚାଲୁଥିବା ବେଆଇନ କରତକଳ ଉପରେ ବନ ବିଭାଗ ପକ୍ଷରୁ ଗୁରୁବାର ଭୋର ସମୟରେ ଚଢ଼ାଉ କରାଯାଇ ବ୍ୟାପକ ପରିମାଣରେ କାଠ ଓ ଯନ୍ତ୍ରାଂଶ ଜବତ କରାଯାଇଛି। ଏଥିରେ ୬୦ ସିପ୍ଟ କାଠ ସହ ଯନ୍ତ୍ରାଂଶ ଜବତ ହୋଇଛି। ବନ ବିଭାଗ ସୂଚନା ଅନୁଯାୟୀ, ଧାମନଗର
BEAAIN KARATA KALA


ଭଦ୍ରକ, ୧୦ ଅପ୍ରେଲ (ହି.ସ.) - ଭଦ୍ରକ ଜିଲା ଧାମନଗର ବ୍ଲକ ଅଂଚଳରେ ଚାଲୁଥିବା ବେଆଇନ କରତକଳ ଉପରେ ବନ ବିଭାଗ ପକ୍ଷରୁ ଗୁରୁବାର ଭୋର ସମୟରେ ଚଢ଼ାଉ କରାଯାଇ ବ୍ୟାପକ ପରିମାଣରେ କାଠ ଓ ଯନ୍ତ୍ରାଂଶ ଜବତ କରାଯାଇଛି। ଏଥିରେ ୬୦ ସିପ୍ଟ କାଠ ସହ ଯନ୍ତ୍ରାଂଶ ଜବତ ହୋଇଛି। ବନ ବିଭାଗ ସୂଚନା ଅନୁଯାୟୀ, ଧାମନଗର ବନାଞ୍ଚଳ କାର୍ଯ୍ୟାଳୟ ଅଧୀନ ଦେହୁଡି ଆନନ୍ଦପୁର ଉତେଇପୁର ଅଂଚଳରେ ଦୀର୍ଘଦିନ ଧରି ବେଆଇନ କରତକଳ ଚାଲୁଥିବା ନେଇ ଗୁପ୍ତ ସୂଚନା ମିଳିଥିଲା। ଏହାପରେ ଜିଲ୍ଲା ବନ ଅଧିକାରୀ ସୌଭାଗ୍ୟ କୁମାର ସାହୁଙ୍କ ନିର୍ଦ୍ଦେଶରେ ଗୁରୁବାର ସକାଳ ପ୍ରାୟ ୫ଟାରେ ଏକ ବିଶେଷ ଦଳ ଗଠନ କରାଯାଇ ଛଡାଉ ହୋଇଥିଲା। ଏଥିରେ ଏ.ସି.ଏଫ୍ ସୁମିତ କୁମାର ମହାନ୍ତିଙ୍କ ନେତୃତ୍ୱରେ ଧାମନଗର ବନାଞ୍ଚଳ ଅଧିକାରୀ ବବୁଲ ମଲିକ, ବନପାଳ ବସନ୍ତ କୁମାର ମାଝି, କୃଷ୍ଣଚନ୍ଦ୍ର ବାସ୍କେ, ବନରକ୍ଷୀ ପୀତବାସ ଶଙ୍ଖୁଆ, ରେବତୀ ତ୍ରିପାଠୀ ଓ ଧାମନଗର ପୋଲିସ ମିଳିତ ଭାବେ ଚଢ଼ାଉ କରିଥିଲେ। ଚଢ଼ାଉ ସମୟରେ କରତକଳର ଯନ୍ତ୍ରାଂଶଗୁଡିକୁ ଗ୍ୟାସ କଟର ଦ୍ୱାରା କାଟି ନଷ୍ଟ କରାଯାଇଥିବା ବେଳେ, ବିଭିନ୍ନ ପ୍ରଜାତିର ପ୍ରାୟ ୫୦ରୁ ୬୦ ସିପ୍ଟ ମୂଲ୍ୟବାନ କାଠ ଜବତ କରି ଧାମନଗର ବାନବିଭାଗ କାର୍ଯ୍ୟାଳୟକୁ ନେଇଯାଇଥିଲେ। ଏହି ଘଟଣା ସମ୍ପର୍କରେ ବନାଞ୍ଚଳ ଅଧିକାରୀ ବବୁଲ ମଲିକ କହିଛନ୍ତି ଯେ, ବେଆଇନ କରତକଳ ବିରୋଧରେ ଅଭିଯାନ ଆଗାମୀ ଦିନରେ ଆହୁରି ଚଡାଉ ହେବ। ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande